Weekly Lucky Horoscope: ୫ ରୁ ୧୧ ଅକ୍ଟୋବର ମଧ୍ୟରେ ସୁନା ପରି ଚମକିବେ ଏହିସବୁ ରାଶି
ଅକ୍ଟୋବର ମାସର ନୂଆ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇପାରେ।
Weekly Astrology: ବୃଷ, ମିଥୁନ, କର୍କଟ, ବିଛା, ଧନୁ, କୁମ୍ଭ ଏବଂ ମୀନ ରାଶିର ବ୍ୟକ୍ତି କେଉଁ କ୍ଷେତ୍ରରେ ଶୁଭଫଳ ପାଇବେ ଆସନ୍ତୁ ଜାଣିବା ।
ବୃଷ ରାଶି
କ୍ୟାରିୟର ଏବଂ ବ୍ୟବସାୟ ଦୃଷ୍ଟିରୁ ସପ୍ତାହଟି ଶୁଭଫଳ ପ୍ରଦାନ କରିବ । ବ୍ୟବସାୟ କରୁଥିଲେ କୌଣସି ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ଦୂରଯାତ୍ରାରେ ଲାଭବାନ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବାକୁ ଲାଗିବ। ସଭିଙ୍କ ସହ ସମ୍ପର୍କ ମଧୁର ରହିବ। ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ସଫଳତା ପାଇବେ। ଆର୍ଥିକ କାରବାର କରୁଥିଲେ ସତର୍କ ରୁହନ୍ତୁ।
ମିଥୁନ ରାଶି
ଆପଣଙ୍କୁ ଭଲ ସୁଯୋଗ ମିଳିପାରେ । ସୋସିଆଲ ନେଟୱର୍କିଂ ମଜଭୁତ ହେବ। ନୂଆ ଚାକିରି ପାଇଁ ଅଫର୍ ମିଳିପାରେ । କ୍ୟାରିୟରରେ ଉନ୍ନତି କରିବେ। ପାର୍ଟନରସିପ୍ ବ୍ୟବସାୟରେ ଲାଭବାନ ହେବେ । ପୁରୁଣା ଋଣରୁ ଧୀରେ ଧୀରେ ମୁକ୍ତି ମିଳିବ। ପାରିବାରିକ ବିବାଦ ସମାଧାନ ହେବାକୁ ଲାଗିବ । ଜୀବନସାଥୀଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଆବଶ୍ୟକ।
କର୍କଟ ରାଶି
କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମକୁ ପ୍ରଶଂସା ମିଳିବ। ନୂଆ ସୁଯୋଗ ମିଳିପାରେ । ଭବିଷ୍ୟତ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିପାରନ୍ତି। ହୋଲସେଲ୍ ବ୍ୟବସାୟ କରୁଥିଲେ ଅଧିକ ଲାଭବାନ ହେବେ । ବ୍ୟବସାୟ ବଢିବାକୁ ଲାଗିବ । ପ୍ରେମ ସମ୍ପର୍କରେ ସକରାତ୍ମକ ପରିବର୍ତ୍ତନ ହୋଇପାରେ ।
ବିଛା ରାଶି
ଆପଣଙ୍କ ପରିଶ୍ରମର ମିଠା ଫଳ ମିଳିବ। ସରକାରୀ କ୍ଷେତ୍ର ସହ ଜଡ଼ିତ ଥିଲେ ଅଧିକ ଲାଭବାନ ହେବେ । ଟ୍ରାଭେଲ୍ ଓ ଫୁଡ୍ ଇଣ୍ଡଷ୍ଟ୍ରି ସହ ଜଡିତ ଥିଲେ ଭଲ ରୋଜଗାର ହୋଇପାରେ। ଆପଣଙ୍କ କାମକୁ ବରିଷ୍ଠ ଅଧିକାରୀଙ୍କ ପ୍ରଶଂସା ମିଳିବ । କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଯୋଗାଯୋଗ ହୋଇପାରେ । ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ସମୟ ଅନୁକୂଳ । ଆପଣଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ । ଟଙ୍କା ସଞ୍ଚୟ କରିବାରେ ସଫଳ ହେବେ।
ଧନୁ ରାଶି
କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଦାୟିତ୍ୱ ବଢିବ । ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ମିଳିପାରେ। ବରିଷ୍ଠ ଅଧିକାରୀ ଆପଣଙ୍କ କାମରେ ସନ୍ତୁଷ୍ଟ ହେବେ। ବ୍ୟବସାୟୀମାନଙ୍କୁ ନୂଆ ଗ୍ରାହକ ମିଳିବେ। ପ୍ରେମ ଜୀବନରେ ଖୁସି ପାଇବେ । ସାଥୀଙ୍କ ସହ ସମୟ ବିତିବ। ସ୍ୱାସ୍ଥ୍ୟ ମଧ୍ୟମଧରଣର ରହିବ।
କୁମ୍ଭ ରାଶି
ନୂଆ ସପ୍ତାହରେ ଆପଣଙ୍କ ମନକୁ କିଛି ନୂଆ ଚିନ୍ତାଧାରା ଆସିପାରେ । ନିଜ ଭବିଷ୍ୟତକୁ ନେଇ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। ଚାକିରି କ୍ଷେତ୍ରରେ ବିଶେଷ କିଛି ପରିବର୍ତ୍ତନ ହେବ ନାହିଁ। ନିଜ କାମ ପାଇଁ ଆପଣଙ୍କୁ ସ୍ୱତନ୍ତ୍ର ପରିଚୟ ମିଳିବ। ସରକାରୀ ବିଭାଗରେ କାର୍ଯ୍ୟରତ ଥିଲେ ଅଧିକ ଲାଭବାନ ହେବେ । ସମ୍ପର୍କରେ ସ୍ୱଚ୍ଛତା ବଜାୟ ରହିବ।
ମୀନ ରାଶି
ଧୈର୍ଯ୍ୟ ଓ ସଂଯମତାର ସହ ସମୟ ବିତାଇବେ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପଦୋନ୍ନତି ହୋଇପାରେ । ପ୍ରତ୍ୟକ କାମକୁ ସଫଳତାର ସହ ନିୟନ୍ତ୍ରଣ କରିବାରେ ଆପଣ ସକ୍ଷମ ହେବେ। ପ୍ରେମ ଜୀବନରେ ନୂଆ ସମ୍ପର୍କ ଆରମ୍ଭ ହୋଇପାରେ। ବୈବାହିକ ଜୀବନରେ ସନ୍ତୁଳନ ବଜାୟ ରହିବ । ସ୍ୱାସ୍ଥ୍ୟ ଭଲ ରହିବ।
Disclaimer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ