Asian Games 2026: ଗଲ୍ଫରେ ଭାରତକୁ ମିଳିଲା ସ୍ୱର୍ଣ୍ଣ ପଦକ, ଏସୀୟ କ୍ରୀଡ଼ାରେପ୍ରଣବୀ ଉର୍ସ ପ୍ରଥମ ଭାରତୀୟ ମହିଳା ଭାବେ...
ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଲା ଆଉ ଏକ ସଫଳତା। ଗଲ୍ଫରେ ଭାରତକୁ ମିଳିଲା ସ୍ୱର୍ଣ୍ଣ ପଦକ। ପ୍ରଣବୀ ଉର୍ସ ପ୍ରଥମ ଭାରତୀୟ ମହିଳା ଭାବେ ସ୍ୱର୍ଣ୍ଣ ଜିତିଛନ୍ତି। ପ୍ରଣବୀଙ୍କ ବ୍ୟକ୍ତିଗତ ସ୍ବର୍ଣ୍ଣ ସହ ଭାରତୀୟ ମହିଳା ଗଲ୍ଫ ଟିମ୍ କୁ ମଧ୍ୟ ରୌପ୍ୟ ପଦକ ଜିତାଇବାରେ ସାହାର୍ଯ୍ୟ କରିଛନ୍ତି।
Asian Games 2026: ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଲା ଆଉ ଏକ ସଫଳତା। ଗଲ୍ଫରେ ଭାରତକୁ ମିଳିଲା ସ୍ୱର୍ଣ୍ଣ ପଦକ। ପ୍ରଣବୀ ଉର୍ସ ପ୍ରଥମ ଭାରତୀୟ ମହିଳା ଭାବେ ସ୍ୱର୍ଣ୍ଣ ଜିତିଛନ୍ତି। ପ୍ରଣବୀଙ୍କ ବ୍ୟକ୍ତିଗତ ସ୍ବର୍ଣ୍ଣ ସହ ଭାରତୀୟ ମହିଳା ଗଲ୍ଫ ଟିମ୍ କୁ ମଧ୍ୟ ରୌପ୍ୟ ପଦକ ଜିତାଇବାରେ ସାହାର୍ଯ୍ୟ କରିଛନ୍ତି। ପ୍ରଣବୀ ମୋଟ ୧୫-ଅଣ୍ଡର ୨୬୫ ସ୍କୋର ସହିତ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଚୀନର ୟିନ୍ ରୁଓନିଂ ରୌପ୍ୟ ପଦକ ଜିତିଥିଲେ, ଯେତେବେଳେ ସିଙ୍ଗାପୁରର ଶାନନ୍ ଟୋନ୍ କାଂସ୍ୟ ପଦକ ଜିତିଥିଲେ। ସବୁଠୁ ବଡ଼ କଥା ହେଉଛି,ମୈସୁରର ୨୩ ବର୍ଷୀୟା ପ୍ରଣବୀ ଶେଷ ରାଉଣ୍ଡରେ ନିଜର ଏକ ଷ୍ଟ୍ରୋକ୍ରେ ଅଗ୍ରଣୀ ବଜାୟ ରଖି ଏହି ଐତିହାସିକ ସଫଳତା ହାସଲ କରିଛନ୍ତି।
ପଦକ ଜିତିବା ପରେ ପ୍ରତିକ୍ରିୟା: ପ୍ରଣବୀ ଉର୍ସ ଗୋଲ୍ଡ ମେଡାଲ୍ ଜିତିଲା ପରେ ସେ ଗଣମାଧ୍ୟକୁ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, "ମୁଁ ଯେକୌଣସି କ୍ଷେତ୍ରରେ ସର୍ବଦା ପ୍ରଥମ ହେବାକୁ ପସନ୍ଦ କରେ, ଲୋକମାନେ ଭବିଷ୍ୟତରେ ଅଧିକ କରିବେ, କିନ୍ତୁ ମୋର ନାମ ସର୍ବଦା ପ୍ରଥମ ରହିବା ଜରୁରୀ।"
ରୌପ୍ୟ ପଦକ ଜିତିଥିବା ଭାରତୀୟ ଦଳରେ ଅଦିତି ଅଶୋକ (ଅନ୍ତିମ ରାଉଣ୍ଡରେ ୬୭) ଏବଂ ଦୀକ୍ଷା ଡାଗର (ଅନ୍ତମ ରାଉଣ୍ଡରେ ୭୭) ସାମିଲ ଥିଲେ। ଅଦିତି ଗତ ଏସୀୟ କ୍ରୀଡ଼ାରେ ରୌପ୍ୟ ଜିତିଥିଲେ। ଏଥର, ସେ ୨-ଓଭର ୨୮୨ ସ୍କୋର ସହିତ ମିଳିତ ଭାବରେ ୧୪ ତମ ସ୍ଥାନରେ ରହିଥିଲେ। ଦୀକ୍ଷା ୧୨-ଓଭର ମୋଟ ସ୍କୋର ସହିତ ସମାନ ଭାବରେ ୨୩ତମ ସ୍ଥାନରେ ରହିଥିଲେ। ଲିଡରବୋର୍ଡରେ ଥିବା ଦୁଇ ଶ୍ରେଷ୍ଠ ସ୍କୋରରଙ୍କ ଉପରେ ଆଧାର କରି ଦଳ ପଦକ ନିର୍ଣ୍ଣୟ କରାଯାଏ। ଏହି କ୍ଷେତ୍ରରେ, ଭାରତର ମୋଟ ସ୍କୋର ୧୪-ଅଣ୍ଡର ୫୪୬ ଥିଲା। ଚୀନ ୨୨-ଅଣ୍ଡର ୫୩୮ ସ୍କୋର ସହିତ ସ୍ୱର୍ଣ୍ଣ ପଦକ ଜିତିଥିଲା।
୨୦୦୨ ପରେ ପ୍ରଥମ ସ୍ବର୍ଣ୍ଣ ପଦକ
୨୦୦୨ ରେ ଶିବ କପୁର ପୁରୁଷ ବ୍ୟକ୍ତିଗତ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିଲେ। ଆଉ ଯାହା ଭାରତର ପ୍ରଥମ ଗଲ୍ଫ ସ୍ୱର୍ଣ୍ଣ ପଦକ ଥିଲା। ୧୯୮୨ ଦିଲ୍ଲୀ ଏସୀୟ କ୍ରୀଡ଼ା ପରେ ଏହା ମଧ୍ୟ ଭାରତର ସର୍ବୋତ୍ତମ ପ୍ରଦର୍ଶନ ଥିଲା। ସେହି ବର୍ଷ ଗଲ୍ଫକୁ ଗେମ୍ସରେ ସାମିଲ କରାଯାଇଥିଲା।