SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Lovlina Borgohain:ବକ୍ସର ଲୋଭଲିନା ବୋରଗୋହାଇନଙ୍କୁ ମିଳିଲା ସ୍ୱର୍ଣ୍ଣ

Lovlina Borgohain: ଭାରତୀୟ ଷ୍ଟାର୍ ବକ୍ସର ଲୋଭଲିନା ବୋରଗୋହାଇନଙ୍କୁ ମିଳିଲା ସ୍ୱର୍ଣ୍ଣ। ନିଜ ଜନ୍ମଦିନରେ ଦେଶକୁ ଦେଲେ ବଡ଼ ଉପହାର। ଏସୀୟ କ୍ରୀଡା ୨୦୨୬ରେ ମହିଳା ୭୫ କିଗ୍ରା ବର୍ଗ ବକ୍ସିଂରେ ଜିତିଲେ ସ୍ୱର୍ଣ୍ଣ ପଦକ।

Written By Narmada Behera Edited By Narmada Behera
Published: Oct 02, 2026, 12:42 PM IST | Updated: Oct 02, 2026, 12:44 PM IST
Image Credit: ଭାରତୀୟ ଷ୍ଟାର୍ ବକ୍ସର ଲୋଭଲିନା ବୋରଗୋହାଇନଙ୍କୁ ମିଳିଲା ସ୍ୱର୍ଣ୍ଣ। ନିଜ ଜନ୍ମଦିନରେ ଦେଶକୁ ଦେଲେ ବଡ଼ ଉପହାର। ଏସୀୟ କ୍ରୀଡା ୨୦୨୬ରେ ମହିଳା ୭୫ କିଗ୍ରା ବର୍ଗ ବକ୍ସିଂରେ ଜିତିଲେ ସ୍ୱର୍ଣ୍ଣ ପଦକ।
Join

Lovlina Borgohain: ଭାରତୀୟ ଷ୍ଟାର୍ ବକ୍ସର ଲୋଭଲିନା ବୋରଗୋହାଇନଙ୍କୁ ମିଳିଲା ସ୍ୱର୍ଣ୍ଣ। ନିଜ ଜନ୍ମଦିନରେ ଦେଶକୁ ଦେଲେ ବଡ଼ ଉପହାର। ଏସୀୟ କ୍ରୀଡା ୨୦୨୬ରେ ମହିଳା ୭୫ କିଗ୍ରା ବର୍ଗ ବକ୍ସିଂରେ ଜିତିଲେ ସ୍ୱର୍ଣ୍ଣ ପଦକ। ଲୋଭଲିନା ୫-୦ ଦ୍ୱାରା ଦୁର୍ଦ୍ଧର୍ଷ ଚୀନ୍ ବକ୍ସର ବାଓ ଜିଆୟିଙ୍କୁ ପରାସ୍ତ କରି ଏହି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ,  ଲୋଭଲିନା ଆରମ୍ଭରୁ ଧୈର୍ଯ୍ୟ ଏବଂ ସଠିକ୍ ସମୟର ଜବରଦସ୍ତ ପ୍ରଦର୍ଶନ କରିଥିଲେ।

ବିଶେଷକରି, ସ୍ବର୍ଣ୍ଣ ପଦକ ମ୍ୟାଚ୍ ର ପ୍ରଥମ ପର୍ଯ୍ୟାୟରେ ଚୀନ୍ ବକ୍ସର ବାଓ ଜିଆୟି ଙ୍କୁ (Chinese boxer Bao Ziyi /Bao Jiayi) ଲୋଭଲିନା ଆରମ୍ଭ ଆକ୍ରମଣ କରି ଆସିଥିଲେ । ପ୍ରବଳ ମୁହାଁମୁହିଁ ହୋଇଥିଲେ। ଧୌର୍ଯ୍ୟ ଓ ସଂଜମତା ବଜାୟୀ ରଖଥିଲେ ଭାରତୀୟ ବକ୍ସର। ରିଙ୍ଗରେ ଲୋଭଲିନାଙ୍କ ଦୂରତା ଏବଂ ଚମକ୍କାର ପ୍ରଦର୍ଶନ ଦେଖି ବିଚାରକମାନେ ପ୍ରଥମ ପର୍ଯ୍ୟାୟରେ ୩-୨ ସ୍କୋର କରି ତାଙ୍କ ସପକ୍ଷରେ ସ୍କୋର ରଖିଥିଲେ। ଯାହା ତାଙ୍କ ଉତ୍ସାହ ଯୋଗାଇ ଥିଲା।

ଦ୍ବୀତିୟ ରାଉଣ୍ତରେ ଚୀନ୍ ବକ୍ସର ଅଧିକ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ,ହେଲେ ଲୋଭଲିନାଙ୍କ ଆତ୍ମବିଶ୍ୱାସକୁ ଭାଙ୍ଗି ପାରିନଥିଲେ। ସେ ଦ୍ୱିତୀୟ ରାଉଣ୍ଡକୁ ୪-୧ ରେ ଜିତିଥିଲେ। ତିନୋଟି ରାଉଣ୍ଡ ମଧ୍ୟରୁ ଦୁଇଟି ପରେ ୨-୦ ରେ ଆଗୁଆ ଥିଲେ। ଲୋଭଲିନା ଅନ୍ତିମ ଏବଂ ତୃତୀୟ ରାଉଣ୍ଡରେ ମଧ୍ୟ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ବଜାୟ ରଖିଥିଲେ।  ସେ ସର୍ବସମ୍ମତିକ୍ରମେ ୫-୦ ନିଷ୍ପତ୍ତି ସହିତ ଏକ ଐତିହାସିକ ବିଜୟ ହାସଲ କରିଥିଲେ।

ବକ୍ସର ଲୋଭଲିନା ବୋରଗୋହାଇନ୍ ବିଜୟ ଭାରତ ଏସୀୟ କ୍ରୀଡ଼ା ୨୦୨୬ ରେ ଭାରତକୁ ୧୨ ତମ ସ୍ୱର୍ଣ୍ଣ ପଦକ ସୁନିଶ୍ଚିତ କରିଛି।  ଏହା ବ୍ୟତୀତ, ଏସୀୟ କ୍ରୀଡ଼ା ଇତିହାସରେ ମହିଳା ବକ୍ସିଂରେ ଏହା ଭାରତର କେବଳ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ । ପୂର୍ବରୁ, କିମ୍ବଦନ୍ତୀ ବକ୍ସର ମେରୀ କମ୍ ୨୦୧୪ ଏସୀୟ କ୍ରୀଡ଼ାରେ ବକ୍ସିଂରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଦିର୍ଘ  ୧୨ ବର୍ଷ ପରେ ଲୋଭଲିନା ମେରୀ କମ୍‌ଙ୍କ ସେହି ଐତିହାସିକ ସଫଳତାକୁ ଭାରତୀୟ ବକ୍ସିଂ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ନିଜ ନାମ ଲିପିବଦ୍ଧ କରିବାରା ସମର୍ଥ ହୋଇଛନ୍ତି।

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES