Preeti Jhankar: ଜାତୀୟ ଜିମ୍ନାଷ୍ଟିକ୍ସ ଚାମ୍ପିୟନସିପ୍ରେ ଚମକିଲେ ଓଡ଼ିଆ ଝିଅ ପ୍ରୀତି, ଜିତିଲେ ଦୁଇଟି ସ୍ୱର୍ଣ୍ଣ
ଡିଏଭି ପବ୍ଲିକ୍ ସ୍କୁଲ, କଳିଙ୍ଗନଗର ପକ୍ଷରୁ ୧୭ ବର୍ଷରୁ କମ୍ ବାଳିକା ବିଭାଗରେ ପ୍ରତିନିଧିତ୍ୱ କରି ପ୍ରୀତି ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ବ୍ୟକ୍ତିଗତ ଅଲ୍-ଆରାଉଣ୍ଡ ବର୍ଗ ଏବଂ ବାଲାନ୍ସିଂ ବିମ୍ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଏହି ଗୌରବ ଅର୍ଜନ କରିଛନ୍ତି।
Preeti Jhankar: ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଡିଏଭି ପବ୍ଲିକ୍ ସ୍କୁଲ, କଳିଙ୍ଗନଗର, ଭୁବନେଶ୍ୱରର ଏକାଦଶ ଶ୍ରେଣୀର ଛାତ୍ରୀ ପ୍ରୀତି ଝଙ୍କାର। ସେ ମହାରାଷ୍ଟ୍ରର ପୁଣେସ୍ଥିତ ରାହତାନୀର ଏସ୍ଏନ୍ବିପି ଇଣ୍ଟରନ୍ୟାସନାଲ୍ ସ୍କୁଲଠାରେ ୨୬ ଅକ୍ଟୋବରରୁ ୩୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ସିବିଏସ୍ଇ ଜାତୀୟ ଜିମ୍ନାଷ୍ଟିକ୍ସ ଚାମ୍ପିୟନସିପ୍–୨୦୨୬ରେ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
ଡିଏଭି ପବ୍ଲିକ୍ ସ୍କୁଲ, କଳିଙ୍ଗନଗର ପକ୍ଷରୁ ୧୭ ବର୍ଷରୁ କମ୍ ବାଳିକା ବିଭାଗରେ ପ୍ରତିନିଧିତ୍ୱ କରି ପ୍ରୀତି ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ବ୍ୟକ୍ତିଗତ ଅଲ୍-ଆରାଉଣ୍ଡ ବର୍ଗ ଏବଂ ବାଲାନ୍ସିଂ ବିମ୍ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଏହି ଗୌରବ ଅର୍ଜନ କରିଛନ୍ତି।
ତାଙ୍କର ଏହି ସଫଳତା ତାଙ୍କ ନିଷ୍ଠା, ଅଧ୍ୟବସାୟ, ଶୃଙ୍ଖଳା ଏବଂ କ୍ରୀଡ଼ା ପ୍ରତି ସମର୍ପଣର ପ୍ରତିଫଳନ। ପ୍ରୀତିଙ୍କ ଏହି ସଫଳତା ତାଙ୍କ ବିଦ୍ୟାଳୟ, ପରିବାର ତଥା ସମଗ୍ର ଓଡ଼ିଶା ପାଇଁ ଗୌରବ ଓ ଆନନ୍ଦର ବିଷୟ। ତାଙ୍କର ଏହି ଉପଲବ୍ଧି ରାଜ୍ୟର ଅନ୍ୟ ଯୁବ ଜିମ୍ନାଷ୍ଟମାନଙ୍କୁ ପ୍ରେରଣା ଯୋଗାଇବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭାର ବିକାଶ ଓ ପ୍ରୋତ୍ସାହନର ଗୁରୁତ୍ୱକୁ ପ୍ରତିପାଦିତ କରୁଛି।