SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Cricket World Cup 2027 Schedule: ଅକ୍ଟୋବର ୧୦ରେ ଭାରତ- ପାକିସ୍ତାନ ମୁକାବିଲା

Cricket World Cup 2027 Schedule: ୨୦୨୭ ଦିନିକିଆ ବିଶ୍ବକପ୍ ଲାଗି ଗୁରୁବାର କାର୍ଯ୍ୟସୂଚୀ ଘୋଷାଣା ହୋଇଛି। ଏହି ମେଗା ଇଭେଣ୍ଟ ଆଜିଠାରୁ (ଅକ୍ଟୋବର ୨) ଆରମ୍ଭ ହେବ।

Written By Narmada Behera Edited By Narmada Behera
Published: Oct 02, 2026, 07:28 AM IST | Updated: Oct 02, 2026, 07:29 AM IST
Image Credit: ୨୦୨୭ ଦିନିକିଆ ବିଶ୍ବକପ୍ ଲାଗି ଗୁରୁବାର କାର୍ଯ୍ୟସୂଚୀ ଘୋଷାଣା ହୋଇଛି। ଏହି ମେଗା ଇଭେଣ୍ଟ ଆଜିଠାରୁ (ଅକ୍ଟୋବର ୨) ଆରମ୍ଭ ହେବ। ଫାଇନାଲ୍ ମ୍ୟାଚ୍ ନଭେମ୍ବର ୨୧ରେ ଜୋହାନ୍ସବର୍ଗରେ ଖେଳାଯିବ। ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ମୋଟ୍ ୫୭ଟି ମ୍ୟାଚ୍ ଖେଳାଯିବ।
Join

Cricket World Cup 2027 Schedule: ୨୦୨୭ ଦିନିକିଆ ବିଶ୍ବକପ୍ ଲାଗି ଗୁରୁବାର କାର୍ଯ୍ୟସୂଚୀ ଘୋଷାଣା ହୋଇଛି। ଏହି ମେଗା ଇଭେଣ୍ଟ ଆଜିଠାରୁ (ଅକ୍ଟୋବର ୨) ଆରମ୍ଭ ହେବ।  ଫାଇନାଲ୍ ମ୍ୟାଚ୍ ନଭେମ୍ବର ୨୧ରେ ଜୋହାନ୍ସବର୍ଗରେ ଖେଳାଯିବ। ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ମୋଟ୍ ୫୭ଟି ମ୍ୟାଚ୍ ଖେଳାଯିବ। ଭାରତ ଗ୍ରୃପ୍ ଏ ରେ ସ୍ଥାନ ପାଇଛି। 

 

ଏ ଗ୍ରୃପ୍ ରେ ପାକିସ୍ତାନ୍, ଅଷ୍ଟ୍ରେଲିଆ, ଆଫଗାନିସ୍ଥାନ୍,ଜିମ୍ବାଓ୍ବେ ଓ କ୍ବାଲିଫାୟର-ଏ ରହିଛନ୍ତି। ଦକ୍ଷିଣ ଆଫ୍ରିକା, ଇଂଲଣ୍ତ, ନ୍ୟୁଜିଲାଣ୍ତ, ଶ୍ରୀଲଙ୍କା, ବାଂଲାଦେଶ ଓ କ୍ବାଲିଫାୟର- ବି- ଗ୍ରୃପ୍ ରେ ସ୍ଥାନ ପାଇଛନ୍ତି।  ଅକ୍ଟୋବର ୭ରେ କେପ୍ ଟାଉନ୍ ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଖେଳି ଭାରତ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ। ଅକ୍ଟୋବର ୧୦ ତାରିଖରେ ଜୋହାନ୍ସବର୍ଗରେ ଭାରତ ତାର ବହୁ ପ୍ରତିକ୍ଷିତ ଦ୍ବିତୀୟ ମ୍ୟାଚ୍ ଚିରାଚରିତ ଭାବେ  ପ୍ରତିଦ୍ବନ୍ଦୀ ପାକିସ୍ତାନ୍ ବିପକ୍ଷରେ ଖେଳିବ।  

 

ଭାରତ ଅକ୍ଟୋବର ୧୪ରେ  ଆଫଗାନିସ୍ଥାନ୍, ୧୭ରେ କ୍ବାଲିଫାୟର୍- ଏ,  ଏବଂ ୨୪ରେ ଜିମ୍ବାଓ୍ବେ କୁ ଭେଟିବ।  ଅକ୍ଟୋବର ୨୫ରୁ ନଭେମ୍ବର ୧୪ ତାରିଖ ମଧ୍ୟରେ ସୁପର -୭ ପର୍ଯ୍ୟାୟ ଚାଲିବ। ଟପ୍-୪ ଦଳ  ସେମିଫାଇନାଲ୍ କୁ ଉନ୍ନୀତ ହେବ।  ନଭେମ୍ବର ୧୭ରେ ପ୍ରଥମ ସେମିଫାଇନାଲ୍  ଓ ନଭେମ୍ବର ୧୮ ରେ ଦ୍ବୀତିୟ ସେମିଫାଇନାଲ୍ ଖେଳାଯିବ।  ନଭେମ୍ବର ୨୧ରେ ୨୦୨୭ ବିଶ୍ବକପ୍ ର ଗ୍ରାଣ୍ତ ଫିନାଲେ ଆୟୋଜିତ ହେବ।

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES