ICC 2035 Schedule: କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର, ୨୦୩୫ ଯାଏଁ ସବୁ ବଡ଼ ଟୁର୍ଣ୍ଣାମେଣ୍ଟର ତାରିଖ ଘୋଷଣା କଲା ICC
ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ସବୁଠାରୁ ବଡ଼ ଖୁସିର ଖବର ହେଉଛି, ୨୦୨୯ ଚାମ୍ପିୟନ୍ସ ଟ୍ରଫି ଭାରତରେ ଆୟୋଜିତ ହେବ। ଅକ୍ଟୋବର ୯ରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ।
ICC 2035 Schedule: କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର। ୨୦୩୫ ପର୍ଯ୍ୟନ୍ତ ପୁରୁଷ କ୍ରିକେଟ୍ର ସମସ୍ତ ପ୍ରମୁଖ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଘୋଷଣା କରିଛି ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC)। ୨୦୨୮ ଟି-୨୦ ବିଶ୍ୱକପ୍ରୁ ଆରମ୍ଭ କରି ୨୦୩୫ ଦିନିକିଆ ବିଶ୍ୱକପ୍ ପର୍ଯ୍ୟନ୍ତ ଆଗାମୀ ବର୍ଷଗୁଡ଼ିକରେ କ୍ରିକେଟ୍ର ଅନେକ ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଏହି ତାଲିକାରେ ଟି-୨୦ ବିଶ୍ୱକପ୍, ଦିନିକିଆ ବିଶ୍ୱକପ୍, ଚାମ୍ପିୟନ୍ସ ଟ୍ରଫି ଏବଂ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ (WTC) ଫାଇନାଲ୍ ସାମିଲ ରହିଛି।
୨୦୨୯ରେ ଭାରତରେ ଚାମ୍ପିୟନ୍ସ ଟ୍ରଫି:
ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ସବୁଠାରୁ ବଡ଼ ଖୁସିର ଖବର ହେଉଛି, ୨୦୨୯ ଚାମ୍ପିୟନ୍ସ ଟ୍ରଫି ଭାରତରେ ଆୟୋଜିତ ହେବ। ଅକ୍ଟୋବର ୯ରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ।
ଏହା ପୂର୍ବରୁ ୨୦୨୮ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମିଳିତ ଭାବେ ଟି-୨୦ ବିଶ୍ୱକପ୍ ଆୟୋଜନ କରିବେ। ଅକ୍ଟୋବର ୧୨ରୁ ନଭେମ୍ବର ୧୨ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ସେହିପରି ୨୦୩୦ ଟି-୨୦ ବିଶ୍ୱକପ୍ର ଆୟୋଜକ ହେବେ ଇଂଲଣ୍ଡ, ଆୟର୍ଲାଣ୍ଡ ଓ ସ୍କଟଲାଣ୍ଡ। ଜୁଲାଇ ୪ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଏହା ଖେଳାଯିବ।
୨୦୩୧ରେ ଭାରତ-ବାଂଲାଦେଶରେ ଦିନିକିଆ ବିଶ୍ୱକପ୍:
୨୦୨୭ ଦିନିକିଆ ବିଶ୍ୱକପ୍ ପରେ ପରବର୍ତ୍ତୀ ବିଶ୍ୱକପ୍ ୨୦୩୧ରେ ଆୟୋଜିତ ହେବ। ଏହାର ମିଳିତ ଆୟୋଜକ ରହିବେ ଭାରତ ଓ ବାଂଲାଦେଶ। ଅକ୍ଟୋବର ୯ରୁ ନଭେମ୍ବର ୨୩ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ।
ଅନ୍ୟପଟେ, ୨୦୨୭ ଦିନିକିଆ ବିଶ୍ୱକପ୍ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆର ମିଳିତ ଆୟୋଜନରେ ଅକ୍ଟୋବର ୨ରୁ ନଭେମ୍ବର ୨୧ ମଧ୍ୟରେ ଖେଳାଯିବ।
୨୦୩୨ରୁ ୨୦୩୫ ଯାଏଁ ମଧ୍ୟ ରହିବ ବଡ଼ ଟୁର୍ଣ୍ଣାମେଣ୍ଟ:
ICCର ଘୋଷଣା ଅନୁସାରେ, ୨୦୩୨ରେ ଟି-୨୦ ବିଶ୍ୱକପ୍, ୨୦୩୩ରେ WTC ଫାଇନାଲ୍ ଓ ଚାମ୍ପିୟନ୍ସ ଟ୍ରଫି ଆୟୋଜିତ ହେବ। ୨୦୩୪ରେ ପୁଣି ଟି-୨୦ ବିଶ୍ୱକପ୍ ଏବଂ ୨୦୩୫ରେ WTC ଫାଇନାଲ୍ ସହ ଦିନିକିଆ ବିଶ୍ୱକପ୍ ଖେଳାଯିବ। ତେବେ ଏହି କିଛି ଟୁର୍ଣ୍ଣାମେଣ୍ଟର ଆୟୋଜକ ଦେଶ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।
| ବର୍ଷ | ଟୁର୍ଣ୍ଣାମେଣ୍ଟ | ଆୟୋଜକ | ତାରିଖ |
|---|---|---|---|
| ୨୦୨୮ | ଟି-୨୦ ବିଶ୍ୱକପ୍ | ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ | ଅକ୍ଟୋବର ୧୨–ନଭେମ୍ବର ୧୨ |
| ୨୦୨୯ | WTC ଫାଇନାଲ୍ | ଇଂଲଣ୍ଡ | ଜୁନ୍ ୮–୧୨ |
| ୨୦୨୯ | ଚାମ୍ପିୟନ୍ସ ଟ୍ରଫି | ଭାରତ | ଅକ୍ଟୋବର ୯–୨୮ |
| ୨୦୩୦ | ଟି-୨୦ ବିଶ୍ୱକପ୍ | ଇଂଲଣ୍ଡ, ଆୟର୍ଲାଣ୍ଡ, ସ୍କଟଲାଣ୍ଡ | ଜୁଲାଇ ୪–ଅଗଷ୍ଟ ୪ |
| ୨୦୩୧ | WTC ଫାଇନାଲ୍ | ଇଂଲଣ୍ଡ | ଜୁନ୍ ୧୨–୧୬ |
| ୨୦୩୧ | ଦିନିକିଆ ବିଶ୍ୱକପ୍ | ଭାରତ, ବାଂଲାଦେଶ | ଅକ୍ଟୋବର ୯–ନଭେମ୍ବର ୨୩ |
| ୨୦୩୨ | ଟି-୨୦ ବିଶ୍ୱକପ୍ | ଆୟୋଜକ ନିର୍ଦ୍ଧାରିତ ହୋଇନାହିଁ | ଅକ୍ଟୋବର ୧୪–ନଭେମ୍ବର ୧୪ |
| ୨୦୩୩ | WTC ଫାଇନାଲ୍ | ଆୟୋଜକ ନିର୍ଦ୍ଧାରିତ ହୋଇନାହିଁ | ଜୁନ୍ ୯–୧୩ |
| ୨୦୩୩ | ଚାମ୍ପିୟନ୍ସ ଟ୍ରଫି | ଆୟୋଜକ ନିର୍ଦ୍ଧାରିତ ହୋଇନାହିଁ | ଅକ୍ଟୋବର ୨–୨୩ |
| ୨୦୩୪ | ଟି-୨୦ ବିଶ୍ୱକପ୍ | ଆୟୋଜକ ନିର୍ଦ୍ଧାରିତ ହୋଇନାହିଁ | ଜୁଲାଇ ୬–ଅଗଷ୍ଟ ୬ |
| ୨୦୩୫ | WTC ଫାଇନାଲ୍ | ଆୟୋଜକ ନିର୍ଦ୍ଧାରିତ ହୋଇନାହିଁ | ଜୁନ୍ ୭–୧୧ |
| ୨୦୩୫ | ଦିନିକିଆ ବିଶ୍ୱକପ୍ | ଆୟୋଜକ ନିର୍ଦ୍ଧାରିତ ହୋଇନାହିଁ | ଅକ୍ଟୋବର ୨–ନଭେମ୍ବର ୧୮ |
ଏହି ଘୋଷଣା ସହ ଆଗାମୀ ଆଠ ବର୍ଷରୁ ଅଧିକ ସମୟ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ର ରୋଡମ୍ୟାପ୍ ସ୍ପଷ୍ଟ ହୋଇଛି। ବିଶେଷକରି ଭାରତରେ ୨୦୨୯ ଚାମ୍ପିୟନ୍ସ ଟ୍ରଫି ଓ ୨୦୩୧ ଦିନିକିଆ ବିଶ୍ୱକପ୍ ଆୟୋଜନ ହେବା ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ବଡ଼ ଆକର୍ଷଣ ରହିବ।