Asian Games: ଏସୀୟ କ୍ରୀଡ଼ାରେ ଭାରତର ସୁନା ବର୍ଷା: ୪x୪୦୦ ମହିଳା ରିଲେରେ ଐତିହାସିକ ସ୍ବର୍ଣ୍ଣ
ଭାରତୀୟ ଦଳରେ ବିଦ୍ୟା ରାମରାଜ, କିରଣ, ପ୍ରାଚୀ ଏବଂ ଏମ୍. ଆର. ପୋଭାମ୍ମା ସାମିଲ ଥିଲେ। ଚାରି ଧାବିକାଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ୪x୪୦୦ ମିଟର ମହିଳା ରିଲେରେ ସ୍ବର୍ଣ୍ଣ ପଦକ ହାସଲ କରିଛି।
Published: Sep 29, 2026, 06:23 PM IST
| Updated: Sep 29, 2026, 06:24 PM IST
Asian Games: ଏସୀୟ କ୍ରୀଡ଼ାରେ ଭାରତର ଚମତ୍କାର ପ୍ରଦର୍ଶନ। ୪x୪୦୦ ମିଟର ମହିଳା ରିଲେରେ ଭାରତ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଛି। ଭାରତୀୟ ମହିଳା ରିଲେ ଦଳ ୩:୨୯.୬୯ ସେକେଣ୍ଡ ସମୟ ସହ ରେସ୍ ଶେଷ କରି ସ୍ବର୍ଣ୍ଣ ପଦକ ନିଜ ନାମରେ କରିଛି।
ଭାରତୀୟ ଦଳରେ ବିଦ୍ୟା ରାମରାଜ, କିରଣ, ପ୍ରାଚୀ ଏବଂ ଏମ୍. ଆର. ପୋଭାମ୍ମା ସାମିଲ ଥିଲେ। ଚାରି ଧାବିକାଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ୪x୪୦୦ ମିଟର ମହିଳା ରିଲେରେ ସ୍ବର୍ଣ୍ଣ ପଦକ ହାସଲ କରିଛି।
ପୁରୁଷ ରିଲେରେ ବ୍ରୋଞ୍ଜ
ସେପଟେ ୪x୪୦୦ ମିଟର ପୁରୁଷ ରିଲେରେ ମଧ୍ୟ ଭାରତ ପଦକ ଜିତିଛି। ଧରମବୀର, ରାଜେଶ, ମନୁ ଓ ଜୟଙ୍କୁ ନେଇ ଗଠିତ ଭାରତୀୟ ଦଳ ୩:୦୦.୩୨ ସେକେଣ୍ଡ ସମୟ ସହ ରେସ୍ ଶେଷ କରି ବ୍ରୋଞ୍ଜ ପଦକ ହାସଲ କରିଛି।
ଏହିପରି ଭାବେ ୪x୪୦୦ ମିଟର ରିଲେରେ ଭାରତୀୟ ଦଳ ମହିଳା ବର୍ଗରେ ସ୍ବର୍ଣ୍ଣ ଏବଂ ପୁରୁଷ ବର୍ଗରେ ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛି।