SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ଋଷଭ ପନ୍ତଙ୍କୁ ଝଟ୍‌କା! ନ୍ୟୁଜିଲାଣ୍ଡ ବିପକ୍ଷରେ ଇଣ୍ଡିଆ 'ଏ'ର ୨ଟି ମ୍ୟାଚ୍‌ରୁ ବାଦ୍

ଋଷଭ ପନ୍ତ ଖରାପ ଫର୍ମ ପରେ ଏବେ ଆହତ ସମସ୍ୟା କାରଣରୁ ଚିନ୍ତାରେ ଅଛନ୍ତି । ଏବେ ସେ ଇଣ୍ଡିଆ 'ଏ'ର ଦୁଇଟି ମ୍ୟାଚ୍‌ରୁ ବାଦ୍ ପଡ଼ିଛନ୍ତି । ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ତାଙ୍କ ସ୍ଥାନରେ କୁମାର କୁଶାଗ୍ରଙ୍କୁ ଚୟନ କରାଯାଇଛି । ଯଦି ପନ୍ତ ଉପଯୁକ୍ତ ସମୟ ସୁଧା ଫିଟ୍ ନ ହୁଅନ୍ତି, ତେବେ ସେ ୨ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରୁ ମଧ୍ୟ ବାଦ୍ ପଡ଼ିପାରନ୍ତି ।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Oct 13, 2026, 08:31 AM IST | Updated: Oct 13, 2026, 08:41 AM IST
Image Credit: Rishabh pant
Join

Rishabh Pant: କ୍ରିକେଟର ଋଷଭ ପନ୍ତଙ୍କ ଫ୍ୟାନ୍ସମାନଙ୍କ ପାଇଁ ଦୁଖଦ ଖବର ଆସିଛି । ଆହତ କାରଣରୁ ନ୍ୟୁଜିଲାଣ୍ଡ ଗସ୍ତରେ ଇଣ୍ଡିଆ 'ଏ'ର ଦୁଇଟି ମ୍ୟାଚ୍‌ରୁ ବାଦ୍ ପଡ଼ିଛନ୍ତି ପନ୍ତ । ଇଣ୍ଡିଆ 'ଏ' ଦଳ ସେଠାରେ ୩ଟି ବହୁଦିବସୀୟ (ମଲ୍ଟିଡେ) ମ୍ୟାଚ୍ ଖେଳିବ । ଦୁଇଟି ଟେଷ୍ଟ ମ୍ୟାଚ୍ ସିରିଜ୍‌ର ପ୍ରସ୍ତୁତି ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଚୟନ କରାଯାଇଥିବା ଦଳରେ ମୁଖ୍ୟ ଟେଷ୍ଟ ସ୍କ୍ୱାଡ୍‌ର ଅଧିକାଂଶ ସଦସ୍ୟ ସାମିଲ ଅଛନ୍ତି । ପନ୍ତ ଆହତ ହେବା ପରେ ଘରୋଇ କ୍ରିକେଟ୍‌ରେ ରନ୍‌ର ପାହାଡ଼ ଠିଆ କରିଥିବା କୁମାର କୁଶାଗ୍ରଙ୍କୁ ଚୟନ କରାଯାଇଛି ।

ଋଷଭ ପନ୍ତଙ୍କୁ ଯେତେବେଳେ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଇଣ୍ଡିଆ 'ଏ' ଦଳରେ ଚୟନ କରାଯାଇଥିଲା, ସେହି ସମୟରେ ତାଙ୍କର ଉପଲବ୍ଧତା ଫିଟ୍‌ନେସ୍ ଉପରେ ନିର୍ଭର କରୁଥିଲା । ଏବେ ସେ ପ୍ରଥମ ଦୁଇଟି ମ୍ୟାଚ୍‌ରୁ ବାଦ୍ ପଡ଼ିଛନ୍ତି । ଇରାନୀ କପ୍‌ରେ 'ରେଷ୍ଟ ଅଫ୍ ଇଣ୍ଡିଆ'ର ଅଧିନାୟକତ୍ୱ କରିବା ସମୟରେ ତାଙ୍କ ବାମ ପାର୍ଶ୍ୱରେ ଷ୍ଟ୍ରେନ୍ ହୋଇଯାଇଥିଲା । ସେ ଏବେ BCCI ମେଡିକାଲ ଟିମ୍‌ର ତତ୍ତ୍ୱାବଧାନରେ ଅଛନ୍ତି ଏବଂ ଧିରେ ଧିରେ ସୁସ୍ଥ ହେଉଛନ୍ତି । ତୃତୀୟ ମ୍ୟାଚ୍ ପାଇଁ ସେ ଉପଲବ୍ଧ ରହିବେ କି ନାହିଁ, ସେ ନେଇ ନିଷ୍ପତ୍ତି ପରେ ନିଆଯିବ ।

ରଣଜୀର ପ୍ରଥମ ମ୍ୟାଚ୍ ଖେଳିନଥିଲେ ପନ୍ତ
ଫିଟ୍‌ନେସ୍ ସମସ୍ୟା କାରଣରୁ ପନ୍ତ ରଣଜୀ ଟ୍ରଫିରେ ଦିଲ୍ଲୀର ପ୍ରଥମ ମ୍ୟାଚ୍‌ରେ ମଧ୍ୟ ପଡ଼ିଆକୁ ଓହ୍ଲାଇ ନଥିଲେ । ବେଙ୍ଗଲ ବିପକ୍ଷ ମ୍ୟାଚ୍ ପୂର୍ବରୁ ହିଁ ସେ ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ଆସୋସିଏସନ (DDCA) କୁ ନିଜର ଅନୁପସ୍ଥିତି ବିଷୟରେ ଜଣାଇ ଦେଇଥିଲେ । ଅନ୍ୟପଟେ, କୁଶାଗ୍ର ନିକଟରେ ପୁଡୁଚେରୀରେ ଅଷ୍ଟ୍ରେଲିଆ 'ଏ' ବିପକ୍ଷରେ ଇଣ୍ଡିଆ 'ଏ'ର ୩ଟି ମ୍ୟାଚ୍‌ ବିଶିଷ୍ଟ ରେଡ୍-ବଲ୍ ସିରିଜ୍‌ର ସମସ୍ତ ମ୍ୟାଚ୍ ଖେଳିଥିଲେ । ସେ ପ୍ରଥମ ମ୍ୟାଚ୍‌ରେ ଶତକ ହାସଲ କରିଥିଲେ ।

ଟେଷ୍ଟ ସିରିଜ୍ ଉପରେ ନଜର
ଭାରତର ସିନିୟର ଦଳ ମଧ୍ୟ ଅକ୍ଟୋବର ଏବଂ ନଭେମ୍ବରରେ ୫ଟି ଟି-୨୦, ୫ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ପାଇଁ ନ୍ୟୁଜିଲାଣ୍ଡ ଗସ୍ତରେ ରହିବ । ଟେଷ୍ଟ କ୍ରିକେଟ୍‌ରେ ପନ୍ତ ହେଉଛନ୍ତି ଦଳର ପ୍ରଥମ ପସନ୍ଦର ୱିକେଟ୍‌କିପର, କିନ୍ତୁ ଟି-୨୦ ଏବଂ ଦିନିକିଆ ଦୌଡ଼ରେ ସେ ନାହାନ୍ତି । ଏବେ ତାଙ୍କର ଫିଟ୍‌ନେସ୍ ହିଁ ସ୍ଥିର କରିବ ଯେ, ସେ ଟେଷ୍ଟ ସିରିଜ୍ ପାଇଁ ଚୟନ ହେବେ କି ନାହିଁ । ଯଦି ପନ୍ତ ନ ଖେଳନ୍ତି, ତେବେ ଧ୍ରୁବ ଜୁରେଲ୍‌ଙ୍କ ସହ ଦ୍ୱିତୀୟ ୱିକେଟ୍‌କିପର ଭାବରେ କୁମାର କୁଶାଗ୍ର କିମ୍ବା ଈଶାନ କିଷନଙ୍କୁ ଚୟନ କରାଯାଇପାରେ ।

ଇଣ୍ଡିଆ 'ଏ'ର ଅପ୍‌ଡେଟେଡ୍ ଟିମ୍
ଯଶସ୍ୱୀ ଜୈସୱାଲ, କେ.ଏଲ୍. ରାହୁଲ, ଦେବଦତ୍ତ ପାଡିକ୍କଲ, ରବିଚନ୍ଦ୍ରନ ସ୍ମରଣ, ଧ୍ରୁବ ଜୁରେଲ (ଅଧିନାୟକ/ୱିକେଟ୍‌କିପର), ୱାଶିଂଟନ୍ ସୁନ୍ଦର, ଆକିବ ନବି, ଆକାଶ ଦୀପ, ଅଂଶୁଲ କମ୍ବୋଜ, ମାନବ ସୁଥାର, ମୁକେଶ ଚୌଧୁରୀ, ସାଇ ସୁଦର୍ଶନ, ଯଶ ରାଠୋର, ମୁକେଶ କୁମାର, କୁମାର କୁଶାଗ୍ର (ୱିକେଟ୍‌କିପର) (ପ୍ରଥମ ଏବଂ ଦ୍ୱିତୀୟ ମ୍ୟାଚ୍) ।

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES