Inside BCCIs Injury Crisis: ଭାରତୀୟ କ୍ରିକେଟରେ ଫିଟନେସ୍ ସଙ୍କଟ!CoE ରେ ୩୨ ଖେଳାଳି,୩୫ କୋଟି ବଢ଼ିଲା ଖର୍ଚ୍ଚ
ଭାରତୀୟ କ୍ରିକେଟରଙ୍କୁ ଛାଡୁନି ଆହତ ସମସ୍ୟା। ଖେଳାଳୀଙ୍କ ଆହତ ସମସ୍ୟା କୁ ଦୃଷ୍ଟିରେ ରଖି ବିସିସିଆଇ (BCCI) ସେଣ୍ଟର ଅଫ୍ ଏକ୍ସଲେନ୍ସର ବଜେଟ୍କୁ ୯୨ କୋଟିରୁ ବଢ଼ାଇ ୧୨୭ କୋଟି ଟଙ୍କା କରିଛି।
Inside BCCI's Injury Crisis: ଭାରତୀୟ କ୍ରିକେଟରଙ୍କୁ ଛାଡୁନି ଆହତ ସମସ୍ୟା। ଖେଳାଳୀଙ୍କ ଆହତ ସମସ୍ୟା କୁ ଦୃଷ୍ଟିରେ ରଖି ବିସିସିଆଇ (BCCI) ସେଣ୍ଟର ଅଫ୍ ଏକ୍ସଲେନ୍ସର ବଜେଟ୍କୁ ୯୨ କୋଟିରୁ ବଢ଼ାଇ ୧୨୭ କୋଟି ଟଙ୍କା କରିଛି। ଅର୍ଥାତ୍ ବଜେଟ୍ରେ ପ୍ରାୟ ୩୫ କୋଟି ଟଙ୍କା ବୃଦ୍ଧି ହୋଇଛି ବୋଲି ସୂଚନା ମିଳିଛି। ଏନେଇ ସେଣ୍ଟର ଅଫ୍ ଏକ୍ସଲେନ୍ସ(CoE) ଏକ ବାର୍ଷିକ ରିପୋର୍ଟ ପ୍ରକାଶ କରିଛି।
ଯେଉଁଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ, ଏପ୍ରିଲ ୨୦୨୫ ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ,ଭାରତର ୩୨ ଜଣ ଶ୍ରେଷ୍ଠ ପୁରୁଷ ଖେଳାଳି ବେଙ୍ଗାଲୁରୁର CoE (ପୂର୍ବରୁ ଜାତୀୟ କ୍ରିକେଟ୍ ଏକାଡେମୀ (NCA)) ରେ ଚିକିତ୍ସା ଏବଂ ପୁନର୍ବାସ କରିଛନ୍ତି।ସେଣ୍ଟର ଅଫ୍ ଏକ୍ସଲେନ୍ସ (CoE)ରିପୋର୍ଟ ଅନୁଯାୟୀ, ଆଘାତ ଚିକିତ୍ସା ପାଇଁ କେନ୍ଦ୍ରରେ ଚିକିତ୍ସା ଚାହୁଁଥିବା ୩୨ ଜଣ ଖେଳାଳିଙ୍କ ମଧ୍ୟରୁ ୨୦ ଜଣ (BCCI)ର କେନ୍ଦ୍ରୀୟ ଚୁକ୍ତିନାମାର ଅଂଶ। ବାକି ୧୨ ଜଣଙ୍କୁ 'ଇଣ୍ଡିଆ A' କିମ୍ବା ଟାର୍ଗେଟେଡ୍ ୟଙ୍ଗ୍ ଟ୍ୟାଲେଣ୍ଟ ଭାବରେ ବର୍ଗୀକୃତ କରାଯାଇଛି। ରିପୋର୍ଟ ଅନୁସାରେ, IPL-୨୦୨୬ ପରଠୁ ଖେଳାଳୀଙ୍କ ଆହତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରାୟ ଦ୍ବି-ପାଖିକ ସିରିଜ୍ ପରେ ଅତି କମ୍ ରେ ୨ ଜଣ ଖେଳାଳୀଙ୍କୁ ପୁନର୍ବାସ ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସକୁ ପଠାଯାଉଛି।
ଅଧିକାଂଶ ଖେଳାଳିମାନେ ମାଂଶପେଶୀ ଓ ଲିଗାମେଣ୍ଟ ଆଘାତ ଯୋଗୁଁ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ପହଞ୍ଚୁଥିଲେ। ସେହିପରି ଦିର୍ଘକାଳୀନ ପୁନର୍ବାସ ଲାଗି ହର୍ଷିତ୍ ରାଣା, ନୀତିଶ କୁମାର ରେଡ୍ଡୀ ଓ ହାର୍ଦ୍ଦିକ୍ ପାଣ୍ୟା ଭଳି ଖେଳାଳୀଙ୍କୁ ଗତ ୧୮ ମଧ୍ୟରେ ୪ ମାସ ଚିକିତ୍ସାଧିନ ରହିଥିଲେ। ସେହିପରି ଜସପ୍ରିତ୍ ବୁମରା, ଓ୍ବଶିଂଟନ୍ ସୁନ୍ଦର ଓ ପ୍ରସିଦ୍ଧ କ୍ରିଷ୍ଣା ବି ଅନେକ ଥର ଆହତ କାରଣରୁ ସେ ସ୍ଥାନକୁ ଚିକିତ୍ସା ଲାଗି ଯାଇଥିଲେ। ୨୦୨୫ରେ ଇଲଂଣ୍ତ ବିପକ୍ଷ ମାଞ୍ଚେଷ୍ଟାର ଟେଷ୍ଟ ସମୟରେ ବି ରିଷଭ ପନ୍ଥଙ୍କ ଗୋଡ ଭାଙ୍ଗି ଯାଇଥିଲା। ସେପ୍ଟେମ୍ବର ୨୦୨୬ରେ ବିରାଟ୍ କୋହଲିବି ପୁନର୍ବାସ୍ ତାଲିକାରେ ଥିଲେ। ରୋହିତ ଶର୍ମା (hamstring issue) ହାମ୍ ଷ୍ଟ୍ରିଙ୍ଗ ସମସ୍ୟା ଯୋଗୁଁ ସେ ବି ଚିକିତ୍ସାଧିନ ଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଏବେ ବିସିସିଆଇ ଖେଳାଳୀଙ୍କ ଫିଟନେସ୍ ଓ ଆହତ ପରିଚାଳନା ଉପରେ ଅଧିକ ଧ୍ୟାନ ଦେଉଛି।