SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Asian Games final: ସ୍ବର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ,ଆଜି ପୁରୁଷ କ୍ରିକେଟ୍ ଫାଇନାଲରେ ମହାମୁକାବିଲା

Asian Games final: ଏସିଆନ୍ ଗେମ୍ସର ପୁରୁଷ କ୍ରିକେଟ୍ ଫାଇନାଲ୍ ରେ ଆଜି ଦୁଇ ଚିରାଚରିତ ପ୍ରଦିନ୍ଦ୍ବନ୍ଦୀ ଭାରତ ପାକିସ୍ତାନ୍ ଭେଟାଭେଟି ହେବେ। ଏଥିରେ ୨ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଡିଫେଣ୍ତିଂ ଚାମ୍ପିଅନ୍ ଭାରତ ଓ ପାକିସ୍ତାନ୍ ସାମ୍ନାସାମ୍ନି ହେବେ।

Written By Narmada Behera Edited By Narmada Behera
Published: Oct 03, 2026, 08:17 AM IST | Updated: Oct 03, 2026, 08:19 AM IST
Image Credit: ଏସିଆନ୍ ଗେମ୍ସର ପୁରୁଷ କ୍ରିକେଟ୍ ଫାଇନାଲ୍ ରେ ଆଜି ଦୁଇ ଚିରାଚରିତ ପ୍ରଦିନ୍ଦ୍ବନ୍ଦୀ ଭାରତ ପାକିସ୍ତାନ୍ ଭେଟାଭେଟି ହେବେ। ଏଥିରେ ୨ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଡିଫେଣ୍ତିଂ ଚାମ୍ପିଅନ୍ ଭାରତ ଓ ପାକିସ୍ତାନ୍ ସାମ୍ନାସାମ୍ନି ହେବେ।
Join

Asian Games final: ଏସିଆନ୍ ଗେମ୍ସର ପୁରୁଷ କ୍ରିକେଟ୍ ଫାଇନାଲ୍ ରେ ଆଜି ଦୁଇ ଚିରାଚରିତ ପ୍ରଦିନ୍ଦ୍ବନ୍ଦୀ ଭାରତ ପାକିସ୍ତାନ୍ ଭେଟାଭେଟି ହେବେ। ଏଥିରେ ୨ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଡିଫେଣ୍ତିଂ ଚାମ୍ପିଅନ୍  ଭାରତ ଓ ପାକିସ୍ତାନ୍  ସାମ୍ନାସାମ୍ନି ହେବେ।  ଉଭୟ ଦଳ ପ୍ରଥମ ଥର  ଏସିଆଡ୍ ରେ ପରପ୍ପରକୁ ଭେଟିବାକୁ ଯାଉଛନ୍ତି।  ଟି-୨୦ ଫର୍ମାଟ୍ ରେ ଖେଳାଯାଉଥିବା ଏହି ମ୍ୟାଚ୍ କୁ ଉଭୟ ଦେଶର ଫ୍ୟାନ୍ସ ଉତ୍ସାହିତ ଅଛନ୍ତି।  

ଆଜି ସକାଳ ୧୦ଟା ୩୦ ଏହି ହାଇହୋଲଟେଜ୍ ମ୍ୟାଚ୍ ଆରମ୍ଭ ହେବ।  ସେହିପରି ବ୍ରୋଞ୍ଚ ପଦକ ଲଢେଇରେ ଶ୍ରୀଲଙ୍କା -ବାଂଲାଦେଶ ସାମ୍ନାସାମ୍ନି ହେବେ। ସକାଳ୫ଟା ୩୦ ରୁ ମ୍ୟାଚ୍ ଆରମ୍ଭ ହୋଇଛି। ରେକର୍ଡ ଓ ପ୍ରଦର୍ଶନ ଦେଖିଲେ ଭାରତର ପଲ୍ଲା ଭାରି ରହିବା ସ୍ବାଭାବିକ୍ ।ଟି-୨୦ ଫର୍ମାଟ୍ ରେ ଉଭୟ ଦଳ ୧୭ ଥର ସାମ୍ମାସାମ୍ମି  ହୋଇଛନ୍ତି । ଏଥିରେ ଭାରତ ୧୪ଚି ମ୍ୟାଚ୍ ଜିତିଥିବା ବେଳେ  ପାକିସ୍ତାନ୍ ୩ଟି ମ୍ୟାଚ୍ ରେ ବିଜୟ ହାସଲ୍ କରିଛି। ଉଭୟ  ଦଳ  ମଧ୍ୟରେ ଖେଳାଯାଇଥିବା ଶେଷ ୬ଟି ଯାକ ମ୍ୟାଚ୍ ରେ ଭାରତ ଅପରାଜେୟ  ରହିଛି।

ସେମି ଫାଇନାଲ୍ ରେ ଭାରତ ୧୨୪ ରନ୍ ରେ ଶ୍ରୀଲଙ୍କାକୁ ଏବଂ ପାକିସ୍ତାନ୍ ୬ଟି ଓ୍ବେକେଟ୍ ବାଂଲାଦେଶ  କୁ ପରାସ୍ତ କରିଥିଲା। ପାକିସ୍ତାନ୍ ତୁଳନାରେ ଭାରତ ଅପେକ୍ଷା କୃତ ଶକ୍ତିଶାଳୀ ରହିଛି। ପାକିସ୍ତାନ୍ ଏକ ଯୁବ ଦଳ ନେଇ ଖେଳୁଛି। ମାତ୍ର ଭାରତ ପୂର୍ଣ୍ଣାଙ୍ଗ ଦଳ ସହ ମଇଦାନ୍ କୁ ଓହ୍ଲାଇବାକୁ ପ୍ରସ୍ତୁତ। ଆଜି ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ ଓ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ରେ ବିସ୍ପୋରକ ଅର୍ଦ୍ଧଶକତ ଅର୍ଜନ କରିଥିବା  ଇଶାନ୍ କିଷାନଙ୍କ ଉପରେ ସମସ୍ତଙ୍କ ନଜର ରହିବ।  ପୂର୍ବ ମ୍ୟାଚ୍ ରେ ବିଫଳ ହୋଇଥିବା ଅଭିଶେଷ ଶର୍ମା ଓ ସଞ୍ଜୁ ସାମସନ୍ ଫର୍ମକୁ ଫେରିଲେ ଦଳର ବିଜୟ ସହଜ ହେବେ। 

 

 ସେହିପରି ବୋଲିଂ ବିଭାଗ ଦୃଢ ରହିଛି। ପେସ୍ ବୋଲର ଯଶପ୍ରୀତ ବୁମରା, ସ୍ପିନର ଅକ୍ଷର ପଟେଲ୍ ଓ ଓ୍ବାସିଂଟନ୍ ସୁନ୍ଦର  ପାକିସ୍ତାନ୍  ବ୍ୟାଟର ଙ୍କ ପାଇଁ ଆହ୍ବାନପୂର୍ଣ୍ଣ ହେବ।  ଓପନର ସାହିବଜାଦ୍ ଫରହାନ୍ ଙ୍କ ନେତୃତ୍ବରେ ପାକିସ୍ତାନ୍ ମଇଦାନ୍ କୁ ଓହ୍ଲାଇବ।  ଭାରତ  ବିପକ୍ଷରେ ତାଙ୍କ ପ୍ରଦର୍ଶନ ଉଚ୍ଚ କୋଟିର ରହିଛି। ଗତ ଏସିଆ କପ୍ ରେ ସେ ଭାରତ ବିପକ୍ଷରେ ୩ଟି ମ୍ୟାଚ୍ ଖେଳି ଯଥାକ୍ରମେ ୫୭,୫୮ ,୪୦ ରନ୍ ସଂଗ୍ରହ କରିଥିଲେ। ସେହିପରି ଦଳର ସାଏମ୍ ଆୟୂବ, ଅବଦୁଲ୍ ସମଦଙ୍କ ଭଳି ଦକ୍ଷ ବ୍ୟାଟର ରହିଛନ୍ତି।  ସ୍ପିନର  ଅବରାର ଅହମ୍ମଦ ଭାରତୀୟ ବ୍ୟାଟରଙ୍କ ପାଇଁ ବିପଦଜନକ ସାବ୍ୟସ୍ତ ହୋଇପାରନ୍ତି। 
 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES