SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Asian Games 2026: ପୁରୁଷ ହକି,ଆଜି ଭାରତ ବନାମ୍ ପାକିସ୍ତାନ

Asian Games 2026: ଏସିଆନ୍ ଗେମ୍ସ ୨୦ ତମ ସଂସ୍କରଣର ପୁରୁଷ ହକିରେ ଆଜି(ଗୁରୁବାର) ସେମିଫାଇନାଲ୍ ରେ ୨ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ୍ ଭେଟାଭେଟି ହେବେ।

Written By Narmada Behera Edited By Narmada Behera
Published: Oct 01, 2026, 08:07 AM IST | Updated: Oct 01, 2026, 08:21 AM IST
Image Credit: ଏସିଆନ୍ ଗେମ୍ସ ୨୦ ତମ ସଂସ୍କରଣର ପୁରୁଷ ହକିରେ ଆଜି(ଗୁରୁବାର) ସେମିଫାଇନାଲ୍ ରେ ୨ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ୍ ଭେଟାଭେଟି ହେବେ। ଡିଫେଣ୍ତିଂ ଚାମ୍ପିଅନ୍ ଭାରତ ଚଳିତ ଏସିଆଡ଼ରେ ପୁଲ୍ ଏ-ର ସମସ୍ତ ୫ଟି ମ୍ୟାଚ୍ ଜିତି ଅପରାଜେୟ ରହିଛି। ଆଉ ଗୋଟିଏ ବିଜୟ ଭାରତକୁ ଫାଇନାଲ୍ ଟିକେଟ୍ ଆଣିଦେବ।
Join

Asian Games 2026: ଏସିଆନ୍ ଗେମ୍ସ ୨୦ ତମ ସଂସ୍କରଣର ପୁରୁଷ ହକିରେ  ଆଜି(ଗୁରୁବାର) ସେମିଫାଇନାଲ୍ ରେ ୨ ପାରମ୍ପାରିକ  ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ୍  ଭେଟାଭେଟି ହେବେ। ଡିଫେଣ୍ତିଂ ଚାମ୍ପିଅନ୍ ଭାରତ ଚଳିତ ଏସିଆଡ଼ରେ ପୁଲ୍ ଏ-ର ସମସ୍ତ ୫ଟି ମ୍ୟାଚ୍ ଜିତି  ଅପରାଜେୟ ରହିଛି।  ଆଉ ଗୋଟିଏ ବିଜୟ ଭାରତକୁ  ଫାଇନାଲ୍ ଟିକେଟ୍ ଆଣିଦେବ। ଭାରତୀୟ ପୁରୁଷ ହକି  ଦଳ ସମସ୍ତ ମ୍ୟାଚ୍ ଏକତରଫା ଭାବେ ଜିତିଛି।  ଭାରତ-୧୩-୧ ଗୋଲ୍ ରେ ଇଣ୍ତୋନେସିଆକୁ ହରାଇ ଏସିଆଡ୍ ଅଭିଯାନ ଆରମ୍ଭ କରିଥିଲା।  

ଭାରତ ପରବର୍ତ୍ତୀ ମ୍ୟାଚ୍ ରେ ଶ୍ରୀଲଙ୍କାକୁ ୧୬-୧, ସାଉଥ କୋରିଆକୁ ୮-୨, ଆୟୋଜକ ଜାପାନ୍ କୁ ୨-୦ ଏବଂ ବାଂଲାଦେଶକୁ ୧୦-୧ରେ ହରାଇ ସେମିଫାଇନାଲ୍ ରେ ପ୍ରବେଶ କରିଛି।  ଭାରତର ଦିଲପ୍ରୀତ୍ ସିଂ ୯ଟି ଗୋଲ୍ ସ୍କୋର କରିଥିବା ବେଳେ ଅଧିନାୟକ  ତଥା ଷ୍ଟାର ଡ୍ରାଗ୍ -ଫ୍ଲିକର୍ ହରମନ ପ୍ରୀତ୍ ସିଂ ଏବଂ ଅଭିଷେକ୍ ୮ଟି ଲେଖାଏଁ ଗୋଲ୍ ସ୍କୋର କରି ଜିତି ସୁପର୍ ଟଚ୍ ରେ ରହିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ୍ ପୁଲ- ବିରେ କେବଳ ଗୋଟିଏ ମ୍ୟାଚ୍  ହାତଛଡା କରି ଦ୍ବିତୀୟ ସ୍ଥାନରେ ରହିଥିଲା। ପାକିସ୍ତାନ୍ ଦଳ ଥାଇଲାଣ୍ତକୁ ୯-୦, ଉଜବେକିସ୍ଥାନ୍ କୁ ୫-୧, ଚୀନ୍ କୁ ୩-୦ ଓ ଓମାନକୁ ୭-୨ ଗୋଲରେ ହରାଇ ଥିବା ବେଳେ ମାଲେସିଆ ନିକଟରୁ ୪-୫ ରେ ପରାସ୍ତ ହୋଇଥିଲା। ସୁପିଆନ୍ ଖାନ୍ ଏକାକୀ ୧୧ଟି ଗୋଲ୍ ସ୍କୋର କରି ପାକିସ୍ତାନ୍ କୁ ସେମିଫାଇନାଲ୍ ରେ ପ୍ରବେଶ କରାଇବାରେ  ମୁଖ୍ୟ ଭୁମିକା ଗ୍ରହଣ କରିଛନ୍ତି।  ଭାରତ ବିପକ୍ଷ ମ୍ୟାଚ୍ ରେ  ସେ ପାକିସ୍ତାନର ବଡ଼ ଅସ୍ତ୍ର ହେବ।

ଭାରତ ଓ ପାକିସ୍ତାନ୍ ମୋଟ୍ ୧୮୪ ଟି ମ୍ୟାଚ୍ ରେ  ଭେଟାଭେଟି ହୋଇଛନ୍ତି।  ପାକିସ୍ତାନ୍ ୮୨ ଟି ମ୍ୟାଚ୍ ଜିତିଥିବା ବେଳେ  ଭାରତ ୭୦ଟି ମ୍ୟାଚ୍ ରେ ବିଜୟୀ ହୋଇଛି।   ୩୨ଟି ମ୍ୟାଚ୍ ବିନା ହାରଜିତ୍ ରେ ଶେଷ ହୋଇଛି।  ଅନ୍ୟପକ୍ଷରେ ଏସିଆନ୍ ଗେମ୍ସରେ  ଉଭୟ ଦଳ  ୧୬ ଥର ପରପ୍ପରକୁ ମୁକାବିଲା କରିସାରିଛନ୍ତି।  ପାକିସ୍ତାନ୍ ୮ଟି ମ୍ୟାଚ୍ ଜିତିଛି।  ଏବଂ ଭାରତ ୫ଟିରେ ଜିତାପଟ୍ ହାସଲ୍ କରିଛି। ୩ଚି ମ୍ୟାଚ୍ ବିନା ହାରଜିତ୍ ରେ ଶେଷ ହୋଇଛି। ଭାରତ ଓ ପାକିସ୍ତାନ୍ ୨୦୨୩ ରେ ହାଙ୍ଗଝୌ ଏସିଆନ୍ ଗେମ୍ସର ଏକ ଗ୍ରୃପ ପର୍ଯ୍ୟାୟ ମ୍ୟାଚ୍ ରେ ସାମ୍ମାସାମ୍ମି ହୋଇଥିଲେ।  ଭାରତ ଏହି ମ୍ୟାଚ୍ କୁ ୧୦-୨ ରେ ଜିତିଥିଲା।

 

Add Zee News as a Preferred Source

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES