SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Festival Shopping: ଅକ୍ଟୋବର ୧ରୁ ବୃଦ୍ଧି ପାଇବ ଏସି,ଫ୍ରିଜ୍ ସହ ଏଲଇଡି ଦାମ୍! ଜାଣନ୍ତୁ କେତେ ଟଙ୍କା ବଢିବ ରେଟ୍

Festival Shopping: ଆଗକୁ ଆସୁଛି ଦୁର୍ଗାପୂଜା ସହ ଦୀପାବଳୀ। ଏହି ସମୟରେ ଲୋକେ ନିଜ ଘରକୁ ନୂଆ ଘରକରଣା ଜିନିଷ ଆଣନ୍ତି। କାହିଁକିନା ଏହି ସମୟରେ ଅଫର୍ ଥାଏ। ହେଲେ, ଚଳିତ ଥର ପୂଜାରେ ସପିଂ କରିବା ଗ୍ରାହକଙ୍କୁ ମହଙ୍ଗା ପଡିପାରେ। ବଜେଟ୍ ପ୍ରଭାବିତ ହୋଇପାରେ।

Written By Narmada Behera Edited By Narmada Behera
Published: Sep 28, 2026, 08:05 PM IST | Updated: Sep 28, 2026, 08:07 PM IST
Image Credit: ଆଗକୁ ଆସୁଛି ଦୁର୍ଗାପୂଜା ସହ ଦୀପାବଳୀ। ଏହି ସମୟରେ ଲୋକେ ନିଜ ଘରକୁ ନୂଆ ଘରକରଣା ଜିନିଷ ଆଣନ୍ତି। କାହିଁକିନା ଏହି ସମୟରେ ଅଫର୍ ଥାଏ। ହେଲେ, ଚଳିତ ଥର ପୂଜାରେ ସପିଂ କରିବା ଗ୍ରାହକଙ୍କୁ ମହଙ୍ଗା ପଡିପାରେ। ବଜେଟ୍ ପ୍ରଭାବିତ ହୋଇପାରେ। କାହିଁକିନା ଅକ୍ଟୋବର ୧ ତାରିଖରୁ ଏସି, ଫ୍ରିଜ୍, ଟିଭି, ଓ୍ବସିଂମେସିନ୍ ସହ ଉତ୍ପାଦ ଗୁଡିକ ମହଙ୍ଗା ହେବ।
Join

Festival Shopping: ଆଗକୁ ଆସୁଛି ଦୁର୍ଗାପୂଜା ସହ ଦୀପାବଳୀ। ଏହି ସମୟରେ ଲୋକେ ନିଜ ଘରକୁ ନୂଆ ଘରକରଣା ଜିନିଷ ଆଣନ୍ତି। କାହିଁକିନା ଏହି ସମୟରେ ଅଫର୍ ଥାଏ। ହେଲେ, ଚଳିତ ଥର ପୂଜାରେ ସପିଂ କରିବା ଗ୍ରାହକଙ୍କୁ ମହଙ୍ଗା ପଡିପାରେ। ବଜେଟ୍ ପ୍ରଭାବିତ ହୋଇପାରେ। କାହିଁକିନା ଅକ୍ଟୋବର ୧ ତାରିଖରୁ ଏସି, ଫ୍ରିଜ୍, ଟିଭି, ଓ୍ବସିଂମେସିନ୍ ସହ ଉତ୍ପାଦ ଗୁଡିକ ମହଙ୍ଗା ହେବ। ତମ୍ବା, ଷ୍ଟିଲ୍ ଏବଂ ଅନ୍ୟାନ୍ୟ ଉତ୍ପାଦର ମୂଲ୍ୟ ବୃଦ୍ଧି  ସହ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଯୋଗୁଁ  ବିଭିନ୍ନ କମ୍ପାନୀ ଗୁଡିକ ୫ ରୁ ୮ ପ୍ରତିଶକ ମୂଲ୍ୟ ବୃଦ୍ଧି କରୁଛନ୍ତି।  ବର୍ଷକ ମଧ୍ୟରେ ଏହା ତୃତୀୟ ମୂଲ୍ୟବୃଦ୍ଧି ବୋଲି କୁହାଯାଇପାରିବ। ବିଭନ୍ନ କମ୍ପାନୀ ଗୁଡିକ ଏସିର ମୂଲ୍ୟ ୫ ରୁ ୮ ପ୍ରତିଶତ ବୃଦ୍ଧି କରୁଥିବା ବେଳେ ୱାସିଂମେସିନ,ରେଫ୍ରିଜରେଟର ଏବଂ LEDର ମୂଲ୍ୟରେ ୩ ରୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସେପଟେ,ଆଉ କିଛି କମ୍ପାନୀ ଭୟ କରୁଛନ୍ତି ଯେ,ମୂଲ୍ୟ ବୃଦ୍ଧି ଗ୍ରାହକଙ୍କ ଚାହିଦାକୁ ପ୍ରଭାବିତ କରିପାରେ। ଘରକରଣାର ମୂଲ୍ୟବୃଦ୍ଧି ବିକ୍ରୟ ଉପରେ କିଛିଟା ପ୍ରଭାବ ପକାଇପାରେ। କାରଣ ଡିଲର ଏବଂ ବିତରକମାନେ ଅଗଷ୍ଟ ଏବଂ ସେପ୍ଟେମ୍ବରରେ ପ୍ରି-ବୁକିଂ ମାଧ୍ୟମରେ ପୁରୁଣା ମୂଲ୍ୟରେ କିଣାଯାଇଥିବା ଇନଭେଣ୍ଟରୀଗୁଡ଼ିକୁ ପୂର୍ବରୁ ମହଜୁଦ କରିସାରିଛନ୍ତି।

କେଉଁ ବ୍ରାଣ୍ଡ ମୂଲ୍ୟ ବୃଦ୍ଧି ହେବ?
ହାୟର, ବ୍ଲୁ ଷ୍ଟାର, ଗୋଦରେଜ ଆପ୍ଲାଏନ୍ସ,  ଡାଇକିନ୍ ଏବଂ ସୁପର ପ୍ଲାଷ୍ଟ୍ରୋନିକ୍ସ ବିଭିନ୍ନ ବ୍ରାଣ୍ତର ଉପକରଣ ଉପରେ ୪ ରୁ ୧୦ ପ୍ରତିଶତ ମୂଲ୍ୟ ବୃଦ୍ଧି ଘୋଷଣା କରିସାରିଛନ୍ତି। ତଥାପି,ପାନାସୋନିକ୍ କହିଛି କୌଣସି ବୃଦ୍ଧି ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତ ପରିସ୍ଥିତିର ମୂଲ୍ୟାଙ୍କନ କରୁଛି। ଏଲଜି, (Bosch Home Comfort) ବ୍ୟାଚ୍ ହୋମ୍ କମଫର୍ଟ (ଯାହା ହିଟାଚି-ବ୍ରାଣ୍ଡେଡ୍ ଏୟାର କଣ୍ଡିସନର ମାଲିକ) ମଧ୍ୟ AC ମୂଲ୍ୟ ପ୍ରାୟ ପାଞ୍ଚ ପ୍ରତିଶତ ବୃଦ୍ଧି କରିଛନ୍ତି। ତେବେ, ଏହି ମୂଲ୍ୟବୃଦ୍ଧି କିଛି କମ୍ପାନୀ ଅକ୍ଟୋବରରୁ କାର୍ଯ୍ୟକାରୀ କରିବାକୁ ସ୍ଥିର କରିସାରିଥିବା ବେଳେ ଅନ୍ୟମାନେ ନଭେମ୍ବରରେ କରିବେ ବୋଲି ସୂଚନା ମିଳିଛି।

କ'ଣ ପାଇଁ ମୂଲ୍ୟ ବୃଦ୍ଧି ପାଉଛି? ଇରାନ୍ - ଆମେରିକା ଯୁଦ୍ଧ ଓ ଇସ୍ରାଇଲ୍ ଯୁଦ୍ଧ ଯୋଗୁଁ ସମସ୍ତ ସାମଗ୍ରୀର ରେଟ୍ ବଢିଛି। ତମ୍ବା, ଇସ୍ପାତ ଏବଂ ପ୍ଲାଷ୍ଟିକ୍  ସବୁ ମହଙ୍ଗା ହୋଇଛି। ଏହା ବର୍ଷର ତୃତୀୟ ମୂଲ୍ୟ ବୃଦ୍ଧି ବୋଲି କୁହାଯାଇପାରିବ। ଗତ ବର୍ଷ ପାର୍ବଣ ତୁଳନାରେ ଖର୍ଚ୍ଚ ୧୫ ପ୍ରତିଶତ ବୃଦ୍ଧି ପାଇଛି।

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES