SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Puja Special Trains 2026:ଆଗକୁ ଆସୁଛି ଦୁର୍ଗାପୂଜା ଓ ଦୀପାବଳୀ,ଏହିସବୁ ରୁଟ୍ ରେ ଚାଲିବ ଦୁଇ ଯୋଡା ପୂଜା ସ୍ପେଶାଲ୍ ଟ୍ରେନ୍

Puja Special Trains 2026: ଆଗକୁ ଆସୁଛି ଦୁର୍ଗାପୂଜା ଓ ଦୀପାବଳୀ। ଏହାକୁ ଦୃଷ୍ଟିରେ ରଖି ୧୮ଟି ଏଲଏଚବି କୋଚ୍ ସହ ପୁରୀ ସାନ୍ତ୍ରାଗାଛି-ପୁରୀ ପୂଜା ସ୍ପେଶାଲ୍ ଏବଂ ୨୨ଟି ଆରସିଏଫ୍ କୋଚ୍ ସହ ଶାଲିମାର୍ ଓ ଖୋର୍ଦ୍ଧା ରୋଡ୍-ଶାଲିମାର୍ ପୂଜା ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରିବ।

Reported By Narmada Behera Written By Narmada Behera
Published: Sep 25, 2026, 07:11 AM IST | Updated: Sep 25, 2026, 07:13 AM IST
Image Credit: ଆଗକୁ ଆସୁଛି ଦୁର୍ଗାପୂଜା ଓ ଦୀପାବଳୀ,ଏହିସବୁ ରୁଟ୍ ରେ ଚାଲିବ ଦୁଇ ଯୋଡା ପୂଜା ସ୍ପେଶାଲ୍ ଟ୍ରେନ୍
Join

Puja Special Trains 2026: ଆଗକୁ ଆସୁଛି ଦୁର୍ଗାପୂଜା ଓ ଦୀପାବଳୀ। ଏହାକୁ ଦୃଷ୍ଟିରେ ରଖି ୧୮ଟି ଏଲଏଚବି କୋଚ୍ ସହ ପୁରୀ ସାନ୍ତ୍ରାଗାଛି-ପୁରୀ ପୂଜା ସ୍ପେଶାଲ୍ ଏବଂ ୨୨ଟି ଆରସିଏଫ୍ କୋଚ୍  ସହ ଶାଲିମାର୍ ଓ ଖୋର୍ଦ୍ଧା ରୋଡ୍-ଶାଲିମାର୍ ପୂଜା ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରିବ।  ପୁରୀ- ସାନ୍ତ୍ରାଗାଛି ୫ରୁ ୨୬ ଅକ୍ଟୋବର ପର୍ଯ୍ୟନ୍ତ ପ୍ରତି  ସୋମବାର  ଏବଂ ସାନ୍ତ୍ରାଗାଛି -ପୁରୀ ୬ ରୁ ୨୭ ଅକ୍ଟୋବର ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର  ଚଳାଚଳ କରିବ। ଏହି ଟ୍ରେନ୍ ପୁରୀରୁ ସନ୍ଧ୍ୟା ୫ଟା ୪୫ ମିନିଟ୍ ରେ ଛାଡି ପରଦିନ ଭୋର୍ ୩ଟା ୪୫ ରେ ସାନ୍ଥାଗାଛିରେ ପହଞ୍ଚିବ।  ଫେରିବା ସମୟରେ  ସାନ୍ତ୍ରାଗାଛିରୁ ସକାଳ ୮ଟା ୪୫ ରେ ଛାଡ଼ି ସନ୍ଧ୍ୟା ୭ଟାରେ ପୁରୀରେ ପହଞ୍ଚିବ।  ଏହି ଟ୍ରେନ୍ ସାକ୍ଷୀ ଗୋପାଳ, ଖୋର୍ଦ୍ଧା ରୋଡ୍, ଭୁବନେଶ୍ବର, କଟକ , ଯାଜପୁର, କେନ୍ଦୁଝର ରୋ଼ଡ୍, ଭଦ୍ରକ, ବାଲେଶ୍ବର, ରୂପସା, ଜଳେଶ୍ବର, ବେଲଦା ଏବଂ ଖଡ଼କପୁର ଷ୍ଟେସନ୍ ରେ ରହିବ।

ସେହିପରି ଶାଲିମାର୍-ଖୋର୍ଦ୍ଧା ରୋଡ୍ ପୂଜା ସ୍ପେଶାଲ୍ ୧୨ ଅକ୍ଟୋବରରୁ ୯ ନଭେମ୍ବର ପର୍ଯ୍ୟନ୍ତ  ପ୍ରତି ସୋମବାର  ଏବଂ ଫେରିବା ଦିଗରେ ଖୋର୍ଦ୍ଧା ରୋଡ- ସାଲିମାର୍  ପୂଜା ସ୍ପେଶାଲ୍ ୧୩ ଅକ୍ଟୋବରରୁ ୧୦ ନଭେମ୍ବର ପର୍ଯ୍ୟନ୍ତ  ପ୍ରତି ମଙ୍ଗଳବାର ଚଳାଚଳ କରିବ। ଟ୍ରେନ୍ ଟି ଶାଲିମାରରୁ ସନ୍ଧ୍ୟା ୫ଟା ୫୫ ରେ ଛାଡି ପରଦିନ ରାତି ୨ଟା ୪୫ ରେ ଖୋର୍ଦ୍ଧା ରୋଡ଼ରେ ପହଞ୍ଚିବ। ଖୋର୍ଦ୍ଧଆ ରୋଡରୁ ଭୋର୍ ୬ଟା ୪୫ ରେ ଛାଡି  ଅପରାହ୍ନ ୩ଟା ଶାଲିମାରରେ ପହଞ୍ଚିବ।  ଏହି ଟ୍ରେନ୍ ସାନ୍ତ୍ରାଗାଛି , ଖଡଗପୁର, ବାଲେଶ୍ବର, ରୂପସା ଜଙ୍କସନ୍, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ,କଟକ ଏବଂ ଭୁବନେଶ୍ବର ଷ୍ଟେସନ ରେ ରହଣୀ କରିବ।

 

Add Zee News as a Preferred Source

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES