SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Flipkart Big Billion Days: iPhone 17 ଉପରେ ୨୦ ହଜାର ପର୍ଯ୍ୟନ୍ତ ସଞ୍ଚୟ!

Flipkart Big Billion Days Sale 2026: ପାର୍ବଣରେ iPhone 17 ଏବଂ iPhone 15 ଉପରେ ବଡ଼ ଡିଲ୍ ଘୋଷଣା କରାଯାଇଛି। iPhone 17ର ପ୍ରଭାବୀ ମୂଲ୍ୟ ୭୯,୯୯୯ ଟଙ୍କାରୁ ଆରମ୍ଭ ହେବ, ଯେତେବେଳେ କି iPhone 15 ର ମୂଲ୍ୟ ୬୩,୯୯୯ ଟଙ୍କାରୁ ଆରମ୍ଭ ହେବ। ଉଭୟ iPhone ପାଇଁ ବ୍ୟାଙ୍କ ରିହାତି, ଏକ୍ସଚେଞ୍ଜ ବୋନସ୍, ସେଲ୍ ତାରିଖ ଏବଂ ଉପଲବ୍ଧ ଅଫର୍ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା ।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Sep 28, 2026, 12:04 PM IST | Updated: Sep 28, 2026, 02:58 PM IST
Image Credit: Flipkart Big Billion Days Sale 2026
Join

Flipkart Big Billion Days Sale 2026: Apple iPhone କିଣିବାକୁ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ଅତ୍ୟନ୍ତ ଖୁସି ଖବର । ଯଦି ଆପଣ ଶସ୍ତାରେ ଆଇଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ଖୁବଶୀଘ୍ର ଆପଣଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । Flipkart ର Big Billion Days Sale 2026 ସମୟରେ ଆପଣ ଚମତ୍କାର ଡିଲ୍ ପାଇପାରିବେ। ଏହି ଇ-କମର୍ସ ପ୍ଲାଟଫର୍ମ ସେଲ୍ ପୂର୍ବରୁ iPhone 17 ଏବଂ iPhone 15 ର ମୂଲ୍ୟ ଘୋଷଣା କରିଛି। Flipkart ରେ, ଅଫର୍ ଲାଗୁ ହେବା ପରେ iPhone 17 ର ପ୍ରାରମ୍ଭିକ ପ୍ରଭାବୀ ମୂଲ୍ୟ ମାତ୍ର ୭୯,୯୯୯ ଟଙ୍କା ଏବଂ iPhone 15 ର ମୂଲ୍ୟ ୬୩,୯୯୯ ଟଙ୍କା ହେବ।

ସୂଚନା ଅନୁଯାୟୀ, Flipkart ରେ iPhone 17 ର ସେଲ୍ ମୂଲ୍ୟ ୮୪,୯୯୯ ଟଙ୍କା ସ୍ଥିର କରାଯାଇଛି। ICICI ବ୍ୟାଙ୍କ ଏବଂ Axis ବ୍ୟାଙ୍କ କ୍ରେଡିଟ୍ କାର୍ଡ ବ୍ୟବହାର କରି ଆପଣ ୨,୦୦୦ ବା ତାଠାରୁ ଅଧିକ କାରବାର ଉପରେ ୧,୦୦୦ ଟଙ୍କାର ତୁରନ୍ତ ରିହାତି ପାଇପାରିବେ। ଏହା ବ୍ୟତୀତ, ୩ ହଜାର ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ୍ ମଧ୍ୟ ପାଇହେବ।

ଏହି ଅଫର୍‌ଗୁଡ଼ିକୁ ବିଚାରକୁ ନେବା ପରେ iPhone 17ର ଆନୁମାନିକ ପ୍ରଭାବୀ ମୂଲ୍ୟ ୭୯,୯୯୯ ଟଙ୍କା ହେଉଛି। ବର୍ତ୍ତମାନ, Apple ର ୱେବସାଇଟ୍‌ରେ iPhone 17 ର 256GB ମଡେଲ୍‌ର ମୂଲ୍ୟ ୯୯,୯୦୦ ଟଙ୍କା ରହିଛି । ଏଥିସହ 512GB ଭାରିଆଣ୍ଟର ମୂଲ୍ୟ ୧,୨୪,୯୦୦ ଟଙ୍କା ରହିଛି।

ଆପଣଙ୍କୁ କହିରଖୁଛୁ ଯେ, Apple ସେପ୍ଟେମ୍ବର 2025ରେ ଭାରତରେ ୮୨,୯୦୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ ସହିତ iPhone 17 ଲଞ୍ଚ କରିଥିଲା। ଏହି ପରିପ୍ରେକ୍ଷୀରେ, Flipkart ର ଆଗାମୀ ଡିଲ୍ ଅଧୀନରେ ଫୋନ୍‌ର ପ୍ରଭାବୀ ମୂଲ୍ୟ ଏହାର ଲଞ୍ଚ ମୂଲ୍ୟ ଠାରୁ ମଧ୍ୟ କମ୍ ହୋଇପାରେ।

iPhone 15 ମଧ୍ୟ କମ୍ ମୂଲ୍ୟରେ ମିଳିବ !
ଫ୍ଲିପକାର୍ଡ ବିଗ୍ ବିଲିୟନ ସେଲ୍ ପାଇଁ iPhone 15ର ମୂଲ୍ୟ ମଧ୍ୟ ହ୍ରାସ କରାଯାଇଛି। ଏହି ସେଲ୍‌ରେ ଫୋନ୍‌ର ମୂଲ୍ୟ ୬୭,୯୯୯ ଟଙ୍କା ଧାର୍ଯ୍ୟ କରାଯାଇଛି। ICICI ବ୍ୟାଙ୍କ ଏବଂ Axis ବ୍ୟାଙ୍କ କ୍ରେଡିଟ୍ କାର୍ଡ ମାଧ୍ୟମରେ ପେମେଣ୍ଟ କରୁଥିବା ଗ୍ରାହକମାନେ ୧,୦୦୦ ଟଙ୍କା ରିହାତି ପାଇବେ । ଏହା ସହିତ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ୍ ମଧ୍ୟ ପାଇପାରିବେ। ଏହି ସମସ୍ତ ଅଫର୍ ମିଶାଇଲେ iPhone 15ର ପ୍ରକୃତ ମୂଲ୍ୟ ୬୩,୯୯୯ ଟଙ୍କାକୁ ଖସିଆସିବ।

ସୂଚନାଯୋଗ୍ୟ, Flipkart Big Billion Days Sale 2026 ଆସନ୍ତା ଅକ୍ଟୋବର ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି । Flipkart Plus ଏବଂ Black ସଦସ୍ୟ ତଥା ନିର୍ଦ୍ଦିଷ୍ଟ କ୍ରେଡିଟ୍ କାର୍ଡ ବ୍ୟବହାରକାରୀମାନେ ଅକ୍ଟୋବର ୮ ମଧ୍ୟରାତ୍ରିରୁ ଏହି ସେଲ୍‌ର ସୁବିଧା ପାଇପାରିବେ।

ପୂର୍ବରୁ, Flipkart iPhone 17ର ମୂଲ୍ୟକୁ "7X,XXX" ଭାବରେ ସଙ୍କେତ ଦେଇଥିଲା। ବର୍ତ୍ତମାନ କମ୍ପାନୀ ଏହାର ପ୍ରକୃତ ମୂଲ୍ୟ ୭୯,୯୯୯ ଟଙ୍କା ବୋଲି ଘୋଷଣା କରି ସ୍ପଷ୍ଟ କରିଛି। ତଥାପି, ବ୍ୟାଙ୍କ ଅଫର୍ ଏବଂ ଏକ୍ସଚେଞ୍ଜ ବୋନସ୍ ସମ୍ବନ୍ଧୀୟ ସର୍ତ୍ତାବଳୀ ଲାଗୁ ହୋଇପାରେ । ତେଣୁ ନୂଆ ଫୋନ୍ କିଣିବା ପୂର୍ବରୁ ସମସ୍ତ ଅଫର୍ ଏବଂ ଯୋଗ୍ୟତା ମାନଦଣ୍ଡ ଯାଞ୍ଚ କରିବାର ଆବଶ୍ୟକତା ରହିଛି ।

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES