Gold Rate Today: ଧନତେରସରେ ସୁନାଦରରେ ବୃହତ ହ୍ରାସ! କିଣିବା ପୂର୍ବରୁ ଜାଣି ନିଅନ୍ତୁ ଆଜିର ରେଟ୍
Gold Rate Today: ଆଜି ଧନତେରାସ୍ । ସୁନା ରୂପା କିଣିବା ପାଇଁ ଭଲ ଦିନ। ଲୋକେ ଏହି ଦିନଟି ଦିର୍ଘ ଦିନ ଧରି ଚାହିଁ ରହିଥାଆନ୍ତି। ବିଶ୍ବାସ ରହିଛି ଯେ,ଏହି ଦିନ ସୁନା ରୂପା କ୍ରୟ କଲେ ଘରକୁ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରୂପା ରେଟ୍?

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ରେଟ୍ ୧୩୦,୨୯୫ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧୪୨, ୧୪୦ ଟଙ୍କା ରହିଛି। ସେହିପରି ନୂଆଦିଲ୍ଲୀରେ ୨୨ ଓ ୨୪ କ୍ୟାରେଟ୍ ର ଦାମ୍ ୧୨୯,୮୨୮ ଓ ୧୪୧ ,୬୩୦ ଟଙ୍କା ରହିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ର ଦାମ୍ ୧୩୦,୦୫୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧୪୧,୮୮୦ ଟଙ୍କା ରହିଛି। ଚେନ୍ନାଇରେ ୨୨ କ୍ୟାରେଟ୍ ର ୧୦ ଗ୍ରାମ୍ କୁ ୧୩୦,୪୩୩ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ରେଟ୍ ୧୪୨,୨୯୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୧୩୦,୦୯୩ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧୪୧,୯୨୦ ଟଙ୍କା ରହିଛି। ଏଠାରେ ୧୦ ଗ୍ରାମ୍ ପିଛା ୨୩୨୦ ଟଙ୍କ ହ୍ରାସ ହୋଇଛି। ଏବଂ ରୂପା କେଜି ୧୮୩,୭୪୦.୦୦ ଟଙ୍କା ଥିବା ବେଳେ କେଜି ପିଛା ୩୫୧୦ ଟଙ୍କା କମିଛି।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ବିଜନେସ୍ ଓ୍ବେବସାଇଟ୍ https://bullions.co.in/ ଉପରେ ଆଧାରିତ। )