SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

୩୧ ଅକ୍ଟୋବରରେ ମଘା ନକ୍ଷତ୍ରରେ ଗୁରୁଙ୍କ ଚଳନ, ୩ ରାଶିକୁ ବମ୍ପର ଲାଭ

Jupiter Transit: ୩୧ ଅକ୍ଟୋବରରେ ଗୁରୁଙ୍କର ନକ୍ଷତ୍ର ପରିବର୍ତ୍ତନ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ଲାଭ ପ୍ରଦାନ କରିବ ।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Oct 21, 2026, 08:23 PM IST | Updated: Oct 21, 2026, 08:34 PM IST
Image Credit: Jupiter Transit
Join

Guru Gochar 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ଦେବ ଗୁରୁ ଭାବେ ବିବେଚନା କରାଯାଇଛି । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଜ୍ଞାନ, ଶିକ୍ଷା, ଧନ, ସୌଭାଗ୍ୟ, ସନ୍ତାନ, ଧର୍ମ, ବିବେକ ଏବଂ ବିବାହ ଆଦିର କାରକ ଦେବଗୁରୁ । ଆପଣଙ୍କୁ କହିରଖୁଛୁ ଯେ, ବୃହସ୍ପତିଙ୍କ ରାଶି ଏବଂ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ସମସ୍ତ ୧୨ଟି ରାଶିରେ ପଡିଥାଏ । ବୃହସ୍ପତି ଗୋଟିଏ ରାଶିରେ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ରୁହନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଗୁରୁ ଅତିଶୀଘ୍ର ଅତିଚାରୀ ଗତି ଗତିରେ ଆଗକୁ ବଢ଼ୁଛନ୍ତି । ଏଭଳି ପରିସ୍ଥିତିରେ ସେ ଗୋଟିଏ ବର୍ଷରେ ପ୍ରାୟ ୨ରୁ ୩ ଥର ରାଶି ପରିବର୍ତ୍ତନ କରିବେ । ବୃହସ୍ପତି ୩୧ ଅକ୍ଟୋବର ଅପରାହ୍ନ ୧୨ଟା ୫୦ ମିନିଟରେ ମଘା ନକ୍ଷତ୍ରରେ ଚଳନ କରିବେ । ୨୫ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ମଘା ନକ୍ଷତ୍ରରେ ଦେବଗୁରୁ ରହିବେ ଏବଂ ପରେ ଅଶ୍ଳେଷା ନକ୍ଷତ୍ରରେ ପ୍ରବେଶ କରିବେ । ଏହି ଦିନ ଗୁରୁ ସିଂହ ରାଶିରେ ମଧ୍ୟ ଚଳନ କରିବେ । ଫଳରେ କେତୁଙ୍କ ସହ ତାଙ୍କର ଯୁତି ହେବ ।

ମେଷ ରାଶି
ଆପଣଙ୍କ ରାଶିରେ ଦେବଗୁରୁଙ୍କ ଚଳନର ସକାରାତ୍ମକ ପ୍ରଭାବ ପଡିବ । ଦୀର୍ଘ ସମୟରୁ କୌଣସି କାମ ଅଟକି ରହିଥିଲେ ତାହା ପୂରଣ ହେବ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । କୌଣସି ବଡ ସମସ୍ୟା ଥିଲେ ସେଥିରୁ ମୁକ୍ତି ମିଳିପାରେ । ଭାଇଭଉଣୀଙ୍କ ସହ ସୁଖଦ ସମୟ ଅତିବାହିତ କରିପାରନ୍ତି । ଆପଣଙ୍କର ଆତ୍ମବିଶ୍ୱାସ ବଢିବାକୁ ଲାଗିବ । ବିଶେଷ କରି ଶିକ୍ଷା, ବ୍ୟାଙ୍କିଙ୍ଗ, ମିଡିଆ, ଯୋଗାଯୋଗ, କାଉନସେଲିଂ ଆଦି କ୍ଷେତ୍ର ସହ ଜଡ଼ିତ ଥିଲେ ଅଧିକ ଲାଭଦାୟକ ଫଳାଫଳ ମିଳିପାରେ । ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ସମୟ ଅନୁକୂଳ ।

ସିଂହ ରାଶି
ଏହି ନକ୍ଷତ୍ର ଚଳନ ଆପଣଙ୍କୁ ଅତ୍ୟନ୍ତ ଲାଭଦାୟକ ଫଳାଫଳ ପ୍ରଦାନ କରିବ । ଆପଣଙ୍କ ସାହସ ବୃଦ୍ଧି ପାଇବ । ଅନେକ କ୍ଷେତ୍ରରେ ଆପଣ ସଫଳତା ହାସଲ କରିବାରେ ସକ୍ଷମ ହେବେ । ଆପଣଙ୍କର ନେତୃତ୍ୱ ନେବାର କ୍ଷମତା ବଢିବ । ଚାକିରି କ୍ଷେତ୍ରରେ ଆପଣଙ୍କୁ କିଛି ବଡ଼ ଦାୟିତ୍ୱ ମିଳିପାରେ । ବ୍ୟବସାୟରେ ଆପଣଙ୍କୁ ନୂଆ ସୁଯୋଗ ମିଳିବାର ସମ୍ଭାବନା ରହିଛି । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କରିଥିବା ପ୍ରୟାସରେ ସଫଳତା ମିଳିପାରେ । କୌଣସି ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବେ ତାହା ଦୂରେଇ ଯିବାର ସମୟ । ନିଜର ନୂଆ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେବେ । ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ ଭଲ ରହିବ । ଛାତ୍ରଛାତ୍ରୀମାନେ ଏହି ସମୟରେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରନ୍ତି । ନବ ଦମ୍ପତିଙ୍କୁ କୌଣସି ଶୁଭ ଖବର ମିଳିପାରେ ।

କୁମ୍ଭ ରାଶି
ଏହି ସମୟରେ ଆପଣଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି । ଆପଣଙ୍କ ରାଶିର ସପ୍ତମ ଭାବରେ ଗୁରୁଙ୍କ ଚଳନ ହେବ । ବୈବାହିକ ଜୀବନରେ କୌଣସି ସମସ୍ୟା ଥିଲେ ତାହାର ଅନ୍ତ ଘଟିପାରେ । ନିଜ ପରିଚୟ ବଢାଇବାରେ ଆପଣ ସକ୍ଷମ ହେବେ । ମିଡିଆ, ଆକ୍ଟିଂ, ସୋସିଆଲ ମିଡିଆ ଆଦି କ୍ଷେତ୍ର ସହ ଜଡ଼ିତ ଥିଲେ ଲୋକପ୍ରିୟତା ହାସଲ କରିବେ । ଅବିବାହିତ ଥିଲେ ଭଲ ବିବାହ ପ୍ରସ୍ତାବ ଆସିପାରେ । ବୈବାହିକ ଜୀବନରେ କୌଣସି ମତଭେଦ ଚାଲିଥିଲେ ତାହା ଶେଷ ହେବ । ବ୍ୟବସାୟରୁ ଭଲ ଲାଭ ପାଇବେ ।

(Disclaimer: ଏହି ଲେଖାଟି ଜ୍ୟୋତିଷୀୟ ଗଣନା, ପାରମ୍ପରିକ ମାନ୍ୟତା ଏବଂ ବିଭିନ୍ନ ଭବିଷ୍ୟଫଳ ପଦ୍ଧତିର ବ୍ୟାଖ୍ୟା ଉପରେ ଆଧାରିତ। ରାଶିଫଳରେ ଦିଆଯାଇଥିବା ସୂଚନା ସାଧାରଣ ଜ୍ୟୋତିଷୀୟ ଆକଳନ ଅଟେ। ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ସେମାନଙ୍କ ଜନ୍ମ କୁଣ୍ଡଳୀ, ଗ୍ରହର ସ୍ଥିତି, ଦଶା ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ କାରକ ଅନୁଯାୟୀ ଭିନ୍ନ ହୋଇପାରେ। ଏହାକୁ କୌଣସି ନିଶ୍ଚିତ ପରିଣାମ, ଦାବି କିମ୍ବା ନିଷ୍ପତ୍ତିର ଆଧାର ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ।)

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES