Gyanodaya Scheme 2026:ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର! ୧.୧୧ ଲକ୍ଷ କଲେଜ ଛାତ୍ରଛାତ୍ରୀଙ୍କୁ ଆଡମିଶନ ଫି’ ଫେରସ୍ତ
Gyanodaya Scheme 2026: ଛାତ୍ରଛାତ୍ରୀଙ୍କ ଲାଗି ବଡ଼ ଖବର। ଓଡ଼ିଶା ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଜ୍ଞାନୋଦୟ ମାଗଣା ଶିକ୍ଷା ଯୋଜନାରେ ୧୧୧,୬୭୮ ଜଣ କଲେଜ ଛାତ୍ରଛାତ୍ରୀଙ୍କୁ ଏଣ୍ଟ୍ରି-ଫି’ ୬୯.୨୩ କୋଟି ଟଙ୍କା ଫେରସ୍ତ ହୋଇଛି । ଏ-ନେଇ ବିଭାଗୀୟ ସୂଚନା ଦେଇଛନ୍ତି।
Gyanodaya Scheme 2026: ଛାତ୍ରଛାତ୍ରୀଙ୍କ ଲାଗି ବଡ଼ ଖବର। ଓଡ଼ିଶା ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଜ୍ଞାନୋଦୟ ମାଗଣା ଶିକ୍ଷା ଯୋଜନାରେ ୧୧୧,୬୭୮ ଜଣ କଲେଜ ଛାତ୍ରଛାତ୍ରୀଙ୍କୁ ଏଣ୍ଟ୍ରି-ଫି’ ୬୯.୨୩ କୋଟି ଟଙ୍କା ଫେରସ୍ତ ହୋଇଛି । ଏ-ନେଇ ବିଭାଗୀୟ ସୂଚନା ଦେଇଛନ୍ତି।
ALSO READ: Gold Rate Today: ସୁନାଦର ହ୍ରାସ! ଜାଣନ୍ତୁ ଆଜିର ରେଟ୍
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ,ଛାତ୍ରଛାତ୍ରୀମାନଙ୍କର ଯୁକ୍ତ ତିନି ପ୍ରବେଶର ପ୍ରଥମ ପର୍ଯ୍ୟାୟର ଯୋଜାନ କାର୍ଯ୍ୟକାରୀ ହେବା ପୂର୍ବରୁ ଶେଷ ହୋଇଯାଇଥିବାରୁ ଏହି ଅର୍ଥ ଫେରସ୍ତ ଆରମ୍ଭ କରାଯାଇଥିଲା। ଯାହା ଫଳରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଏଣ୍ଟ୍ରି ଫି ଦେବକୁ ବାଧ୍ୟ ହୋଇଥିଲେ। ଯାହାକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ହେଲେ,ଏପଟେ ଉଚ୍ଚ ଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି। ଏପରିକି ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଛି କି ନାହିଁ (SAMS) ସାମ୍ସ ପୋର୍ଟାଲ୍-କୁ ଯାଇ ସେମାନଙ୍କର (CAFs)ରେ ଦିଆଯାଇଥିବା ବ୍ୟାଙ୍କ ଆକାଉଣ୍ଟ ଯାଂଚ କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବିଭାଗୀୟ ମନ୍ତ୍ରୀ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଛାତ୍ରଛାତ୍ରୀମାନେ ରିଫଣ୍ଡ ପ୍ରକ୍ରିୟା ବିଷୟରେ ଅଧିକ ଜାଣିବା ଲାଗି SAMSର ୱେବସାଇଟ୍ samsodisha.gov.in ପରିଦର୍ଶନ କରିପାରିବେ।
ଜ୍ଞାନୋଦୟ ମାଗଣା ଶିକ୍ଷା ଯୋଜନା କ’ଣ? ଜାଣନ୍ତୁ
ଜ୍ଞାନୋଦୟ-ଶିକ୍ଷା ରୁ ସମୃଦ୍ଧି ଯୋଜନା। ଏହା ହେଉଛି KG ରୁ PG ଯାଏଁ ମାଗଣା ଶିକ୍ଷା। ଏହି ଯୋଜନା ଅଧୀନରେ, ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଏବଂ ସରକାରୀ ସହାୟତା ପ୍ରାପ୍ତ ବେସରକାରୀ କଲେଜଗୁଡ଼ିକରେ ନିୟମିତ ସ୍ନାତକ ଏବଂ ସ୍ନାତକୋତ୍ତର କାର୍ଯ୍ୟକ୍ରମରେ ନାମ ଲେଖାଇଥିବା ଯୋଗ୍ୟ ଛାତ୍ରଛାତ୍ରୀମାନେ ଫି ଛାଡ଼ ହୋଇଥାଏ। ସରାକରୀ ଶିକ୍ଷାନୁଷ୍ଠାନରେ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ2026-27 ଶିକ୍ଷାବର୍ଷରୁ ଓଡ଼ିଶାରେ ଆରମ୍ଭ ହୋଇଥିଲା। ଏହାର ଲକ୍ଷ ହେଉଛି ଛାତ୍ରଛାତ୍ରୀଙ୍କ ଉପରେ ଆର୍ଥିକ ବୋଝ ହ୍ରାସ କରିବା। ଏନେଇ ପ୍ରାୟ ୩.୨ ନିୟୁତ ଛାତ୍ରଛାତ୍ରୀ ଉପକୃତ ହେବେ।