LPG Gas Cylinder Booking New Rules: ଅକ୍ଟୋବର ୧ରୁ ଏଲପିଜି ବୁକିଂରେ ବଦଳିବ ଏହିସବୁ ନିୟମ! ଜାଣନ୍ତୁ
LPG Gas Cylinder Booking New Rules: ପ୍ରତିମାସ ଆରମ୍ଭରେ କିଛି ସରକାରୀ ସ୍ତରରେ ନିୟମରେ ପରିବର୍ତ୍ତନ ହୋଇଥାଏ। ଯାହା ଗ୍ରାହକଙ୍କ ପକେଟ୍ କୁ ପ୍ରଭାବିତ କରିଥାଏ।
LPG Gas Cylinder Booking New Rules: ପ୍ରତିମାସ ଆରମ୍ଭରେ କିଛି ସରକାରୀ ସ୍ତରରେ ନିୟମରେ ପରିବର୍ତ୍ତନ ହୋଇଥାଏ। ଯାହା ଗ୍ରାହକଙ୍କ ପକେଟ୍ କୁ ପ୍ରଭାବିତ କରିଥାଏ। ତେବେ, ଏହାରି ଭିତରେ ଏଲପିଜି (LPG) ସିଲିଣ୍ତରକୁ ନେଇ ଆସିଛି ବଡ଼ ଅପଡେଟ୍। ତେବେ, ଅକ୍ଟୋବର ୧ ତାରିଖରୁ ଗ୍ୟାସ୍ ବୁକିଂ, ରିଫିଲିଂ ଏବଂ ଡେଲିଭରି ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ ହୋଇପାରେ। ତେବେ ମାସ ଆରମ୍ଭରୁ କେଉଁ ସବୁ ନିୟମ ଏଲପିଜି (LPG)ରେ ପରିବର୍ତ୍ତନ ହେବାକୁ ଯାଉଛି। ଆସନ୍ତୁ ଜାଣିବା...
ଅକ୍ଟୋବର ୧ ରୁ ସବସିଡି ଘରୋଇ ଏଲପିଜି ସିଲିଣ୍ତର କ୍ରୟ କରୁଥିବା ଗ୍ରାହକମାନଙ୍କ ପାଇଁ ବାୟୋମେଟ୍ରିକ୍ ଆଧାରରେ ପ୍ରମାଣୀକରଣ ଆବଶ୍ୟକ ହେବ। ଯେଉଁ ଗ୍ରାହକମାନେ ଏପର୍ଯ୍ୟନ୍ତ ଏହି ପ୍ରକ୍ରିୟା ସମାପ୍ତ କରିନାହାଁନ୍ତି ସେମାନଙ୍କୁ ସେମାନଙ୍କର ପରବର୍ତ୍ତୀ ସବସିଡିଯୁକ୍ତ ରିଫିଲ୍ ବୁକ୍ କରିବା ପୂର୍ବରୁ ଏହା କରିବାକୁ ପଡିବ। ଏହି ପ୍ରକ୍ରିୟା ଏଲପିଜି ବିତରକଙ୍କ ପାଖରେ,ସିଲିଣ୍ଡର ବିତରଣ ସମୟରେ କିମ୍ବା ସମ୍ପୃକ୍ତ ତୈଳ କମ୍ପାନୀର ମୋବାଇଲ୍ ଆପ୍ ମାଧ୍ୟମରେ କରାଯାଇପାରିବ। ହେଲେ, ଯେଉଁମାନେ ଏହି ପ୍ରକ୍ରିୟା ଶେଷ କରିସାରିଛନ୍ତି ସେମାନଙ୍କୁ କୌଣସି ସମସ୍ୟା ହେବନି। ଯଦି କୌଣସି ଗ୍ରାହକ ଏହି ପ୍ରକ୍ରିୟା କରିପାରିନାହାଁନ୍ତି ସେମାନେ ସମ୍ପୃକ୍ତ ତୈଳ କମ୍ପାନୀର ଡିଜିଟାଲ୍ ଚ୍ୟାନେଲରେ ପଞ୍ଜୀକରଣ କରିପାରିବେ। ଏହି ଗ୍ରାହକମାନେ ଏକ ଏଲପିଜି ସିଲିଣ୍ଡର ପାଇବେ ସତ,କିନ୍ତୁ ବିନା ସବସିଡି ଓ ବଜାର ଦରରେ ପାଇବେ।
ମାସ ଆରମ୍ଭରୁ ଏଲପିଜି ଦରରେ ପରିବର୍ତ୍ତନ ହୋଇପାରେ। ଯାହା ଉଭୟ କମର୍ସିଆଲ୍ ଓ ଘରୋଇ ସିଲିଣ୍ତରରେ ଲାଗୁ ହୋଇପାରେ। କାହିଁକିନା ତେଲ କମ୍ପାନୀ ଗୁଡିକ ପ୍ରତି ମାସରେ ଏଲପିଜି ସିଲିଣ୍ତରର ନୂଆ ଦର ସଂଶୋଧନ କରନ୍ତି। ବର୍ତ୍ତମାନ, ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୨,୭୪୭ ଟଙ୍କା ଥିବା ବେଳେ ଘରୋଇ ସିଲିଣ୍ଡର ରେଟ୍ ୯୪୨ ଟଙ୍କା ରହିଛି।
ଗ୍ୟାସ୍ ସିଲିଣ୍ଡର ରିଫିଲିଂ ନିୟମ: କେନ୍ଦ୍ର ସରକାର୍ ଘରୋଇ ଏଲପିଜି ସିଲିଣ୍ତରର ପରବର୍ତ୍ତୀ ରିଫିଲିଂ ପାଇଁ ବୁକିଂ ୪୫ ଦିନରୁ ୨୫ ଦିନକୁ ହ୍ରାସ କରିଛନ୍ତି। ଏହି ନୂଆ ନିୟମ ଲାଗୁ ହେବ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସରକାର ଏଲପିଜି ଚାହିଦା ବୃଦ୍ଧି ହୋଇଥିଲା। ଫଳରେ ଗ୍ୟାସ୍ ଯୋଗାଣ କମ୍ ହେବାରୁ ବୁକିଂ ନିୟମରେ ପରିବର୍ତ୍ତନ କରିଥିଲେ।
ସେପଟେ, ପିଏନଜି ସଂଯୋଗକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଯଦି ଆପଣଙ୍କ ଅଞ୍ଚଳରେ ପିଏନଜି(PNG)ର ସୁବିଧା ରହିଛି। ଯଦି ଆପଣ ଏବେବି ଏଲପିଜିର ବ୍ୟବହାର କରୁଛନ୍ତି, ତେବେ, ନୋଟିସ୍ ପାଇବାର ୯୦ ଦିନରେ ପିଏନଜି ନେଇ ନାହାଁନ୍ତି। ତେବେ, ଆପଣଙ୍କର ଏଲପିଜି ରିଫିଲିଂ ବନ୍ଦ ହୋଇପାରେ। ଏନେଇ ତୈଳ କମ୍ପାନୀ ୩୬୩ ଜଣଙ୍କୁ ନୋଟିସ୍ ହୋଇଛି। ପିଏନଜିକୁ ପ୍ରୋତ୍ସାହିତ କରିବା ଲାଗି ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଗ୍ରାହକଙ୍କୁ ଉତ୍ସାହିତ କରୁଛି।
OTP ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି: ସିଲିଣ୍ତର ବିତରଣ ନିୟମରେ ବି ପରିବର୍ତ୍ତନ କରାଯାଇଛି। ଗ୍ୟାସ୍ ସଂଗ୍ରହ କରିବା ସମୟରେ କେବଳ ବୁକିଂ ରସିଦ ଦେଖାଇବା ଆଉ ଯଥେଷ୍ଟ ହେବ ନାହିଁ। ବୁକିଂ ପରେ ଗ୍ରାହକଙ୍କ ମୋବାଇଲ୍ ନମ୍ବରକୁ ଏକ ଓଟିପି ଯିବ। ଯାହା ଆପଣଙ୍କ ଡେଲିଭଲି ଏଜେଣ୍ଟ ଠାରୁ ଗ୍ୟାସ୍ ପାଇବା ପରେ ସେୟାର କରିବାକୁ ପଡିବ।