SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

LPG Price Hike: ମାସ ଆରମ୍ଭରୁ ଝଟକା! ବଢିଲା ଗ୍ୟାସ୍ ରେଟ୍

LPG Price Hike: ଆଗକୁ ଆସୁଛି ଦୁର୍ଗାପୂଜା ଆଉ ଦୀପାବଳୀ। ଏହା ପୂର୍ବରୁ ସାଧାରଣ ଲୋକଙ୍କୁ ଲାଗିଛି ବଡ଼ ଝଟକା! ଆଜି ମାସର ପ୍ରଥମ ଦିନ, ଅର୍ଥାତ୍ ଅକ୍ଟୋବର ୧ ତୈଳ ବିପଣନ କମ୍ପାନୀ ଗୁଡିକ ଏଲପିଜି ସିଲିଣ୍ତର ମୂଲ୍ୟ ବୃଦ୍ଧି କରିଛନ୍ତି।

Written By Narmada Behera Edited By Narmada Behera
Published: Oct 01, 2026, 09:33 AM IST | Updated: Oct 01, 2026, 09:36 AM IST
Image Credit: ଆଗକୁ ଆସୁଛି ଦୁର୍ଗାପୂଜା ଆଉ ଦୀପାବଳୀ। ଏହା ପୂର୍ବରୁ ସାଧାରଣ ଲୋକଙ୍କୁ ଲାଗିଛି ବଡ଼ ଝଟକା! ଆଜି ମାସର ପ୍ରଥମ ଦିନ, ଅର୍ଥାତ୍ ଅକ୍ଟୋବର ୧ ତୈଳ ବିପଣନ କମ୍ପାନୀ ଗୁଡିକ ଏଲପିଜି ସିଲିଣ୍ତର ମୂଲ୍ୟ ବୃଦ୍ଧି କରିଛନ୍ତି। ୧୯ କେଜୁ କରମର୍ସିଆଲ୍ ଏଲପିଜି ସିଲିଣ୍ତରର ମୂଲ୍ୟ ୬୨ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି।
Join

LPG Price Hike:  ଆଗକୁ ଆସୁଛି ଦୁର୍ଗାପୂଜା ଆଉ ଦୀପାବଳୀ। ଏହା ପୂର୍ବରୁ ସାଧାରଣ ଲୋକଙ୍କୁ  ଲାଗିଛି ବଡ଼ ଝଟକା! ଆଜି ମାସର ପ୍ରଥମ ଦିନ, ଅର୍ଥାତ୍ ଅକ୍ଟୋବର ୧  ତୈଳ ବିପଣନ କମ୍ପାନୀ ଗୁଡିକ  ଏଲପିଜି ସିଲିଣ୍ତର ମୂଲ୍ୟ ବୃଦ୍ଧି କରିଛନ୍ତି। ୧୯ କେଜୁ କରମର୍ସିଆଲ୍ ଏଲପିଜି ସିଲିଣ୍ତରର ମୂଲ୍ୟ ୬୨ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି।  ଦିଲ୍ଲୀରେ ଏହାର ମୂଲ୍ୟ ଏବେ ୨,୮୧୦ ଟଙ୍କା ରହିଛି। ଏହି ଦର ବୃଦ୍ଧି ସିଧାସଳଖ ହୋଟେଲ୍, ରେସ୍ତାରାଁ ସହ ଛୋଟ ବ୍ୟବସାୟୀମାନଙ୍କୁ ପ୍ରଭାବିତ କରିବ।  

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଇଛି, ଘରୋଇ ବ୍ୟବହାର ପାଇଁ ଉଦ୍ଧିଷ୍ଟ ହେଉଥିବା ସିଲିଣ୍ତର ଦରରେ କୌଣସି ପ୍ରକାର ଦର ପରିବର୍ତ୍ତନ ହୋଇନାହିଁ।  ଏବେ ଦିଲ୍ଲୀରେ ଘରୋଇ  ସିଲିଣ୍ତରର ଏଲପିଜି ରେଟ୍ ୯୪୨,ମୁମ୍ବାଇରେ ୯୪୧.୫୦, ଚେନ୍ନାଇରେ ୯୫୭.୫୦ ରେ ମିଳିବ। ପାଟନାରେ ୧,୦୩୧.୫୦, ଲକ୍ଷ୍ନୌରେ ୯୭୯.୫୦ ଟଙ୍କା ରହିଛି। କୋଲକାତାରେ ୯୬୮, ହାଇଦ୍ରାବାଦ୍ ରେ ୯୯୪, ଭୁବନେଶ୍ବରରେ ୯୬୮ ଏବଂ ରାଞ୍ଚିରେ ୧,୦୧୦.୫୦  ଟଙ୍କା ରହିଛି।  

ଅକ୍ଟୋବର ୧ ତାରିଖରୁ ସବସିଡ଼ି ଯୁକ୍ତ ଏଲପିଜି ଗ୍ରାହକଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ପ୍ରମାଣୀକରଣ ବାଧ୍ୟତାମୂଳକ ହେବ। ଯେଉଁ ଗ୍ରାହକମାନେ ଇ-କେଓ୍ବାଇସି କିମ୍ବା ଆବଶ୍ୟକ ବାୟୋମେଟ୍ରିକ୍ ପ୍ରକ୍ରିୟା ସମାପ୍ତ କରିନାହାଁନ୍ତି। ସେମାନେ ସବସିଡି ପାଇବାରେ ସମସ୍ୟା ଭୋଗିପାରନ୍ତି। ଏବଂ ଗ୍ୟାସ୍ ସିଲିଣ୍ତର ସଂଯୋଗ ବନ୍ଦ ହେବନି ସତ ହେଲେ ଗ୍ୟାସ୍ ଯୋଗାଣ ବିତରଣ ବନ୍ଦ ହୋଇଯିବ।  ଏନେଇ ଗ୍ରାହକମାନେ  ସେମାନଙ୍କର ଏଲପିଜି ସଂଯୋଗ ସହ କେଓ୍ବାଇସି ଏବଂ ଆଧାର ସଂଯୋଗ କରି ଅପଡେଟ୍ କରିବା ଉଚିତ୍। ଏନେଇ ଆପଣ ସମ୍ପୃକ୍ତ ଗ୍ୟାସ୍  କମ୍ପାନୀ ଓ ବିତରକଙ୍କ ସହ ଯୋଗାଯୋଗ କରିପାରିବେ।

 

Add Zee News as a Preferred Source

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES