October Horoscope: କେମିତି ବିତିବ ଅକ୍ଟୋବର? ପଢନ୍ତୁ ମେଷଠୁ ମୀନ ରାଶିଫଳ...
Monthly Horoscope October 2026: ଗ୍ରହମାନଙ୍କ ଚଳନ ଆଧାରରେ ମେଷଠୁ ମୀନ ୧୨ଟି ରାଶି ପାଇଁ ଏହି ମାସଟି କିପରି ରହିବ ଆସନ୍ତୁ ଜାଣିବା।
Monthly Horoscope October 2026: ଜ୍ୟୋତିଷଙ୍କ ଅନୁଯାୟୀ, ଗ୍ରହଚଳନ ଦୃଷ୍ଟିରୁ ଅକ୍ଟୋବର ମାସଟି ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । ଏହି ମାସରେ ଅନେକ ପ୍ରମୁଖ ପର୍ବପର୍ବାଣୀ ପଡିଥାଏ । ପିତୃପକ୍ଷରୁ ଆରମ୍ଭ କରି ଶାରଦୀୟ ନବରାତ୍ରି, ଦଶହରା, ଶରଦ ପୂର୍ଣ୍ଣିମା ଏବଂ କରୱା ଚୌଥ ଭଳି ଗୁରୁତ୍ୱପୂର୍ଣ୍ଣ ପର୍ବଗୁଡ଼ିକ ଏହି ମାସରେ ପାଳନ କରାଯିବ । ଗ୍ରହମାନଙ୍କ ଚଳନ ସୂଚିତ କରୁଛି ଯେ ଏହି ମାସଟି କିଛି ରାଶି ପାଇଁ ଶୁଭଦାୟକ ହେବ।
ମେଷ ରାଶି
ଆପଣଙ୍କ ପାଇଁ ନୂଆ ମାସଚି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଶୁକ୍ର ଏବଂ ବୁଧଙ୍କ ବକ୍ରୀ ଗତି ପ୍ରଭାବ ପଡିବ । ଚୁକ୍ତିନାମା, ଗ୍ରାହକ କିମ୍ବା ଜୀବନସାଥୀଙ୍କ ସହ ଜଡ଼ିତ ପୁରୁଣା ସମସ୍ୟା ସାମ୍ନାକୁ ଆସିପାରେ। କୌଣସି ପ୍ରସ୍ତାବରେ ରାଜି ହେବା ପୂର୍ବରୁ ସର୍ତ୍ତାବଳୀ ଗୁଡିକୁ ଭଲ ଭାବେ ଯାଞ୍ଚ କରିବା ଆବଶ୍ୟକ। କର୍କଟ ରାଶିରେ ମଙ୍ଗଳ ଏବଂ ବୃହସ୍ପତିଙ୍କ ଉପସ୍ଥିତି ମଧ୍ୟ ଆପଣଙ୍କ ରାଶିରେ ପ୍ରଭାବ ପକାଇବ । ଘର, ସମ୍ପତ୍ତି ଏବଂ ପରିବାର ସମ୍ବନ୍ଧୀୟ ବିଷୟ ଗୁଡିକ ଉପରେ ଆପଣଙ୍କ ଧ୍ୟାନ କେନ୍ଦ୍ରିତ ରହିବ। ଟଙ୍କା ଖର୍ଚ୍ଚ ବୃଦ୍ଧି ପାଇପାରେ। ଏହି ମାସରେ ଆପଣଙ୍କ ଶୁଭ ସଂଖ୍ୟା: ୧, ୭ ଏବଂ ୯ । ଶୁଭ ରଙ୍ଗ କ୍ରିମ୍ (ହାଲୁକା ହଳଦିଆ-ଧଳା ମିଶ୍ରିତ ରଙ୍ଗ) ।
ବୃଷ ରାଶି
ଏହି ମାସରେ ଆପଣଙ୍କ କାର୍ଯ୍ୟ ଚାପ ବୃଦ୍ଧି ପାଇପାରେ। ସଠିକ୍ ଭାବରେ ପ୍ରତ୍ୟକ କାମକୁ ପରିଚାଳନା କରିବାର ଆତ୍ମବିଶ୍ୱାସ ରହିବ । କର୍ମକ୍ଷେତ୍ରରେ ଉପୁଜୁଥିବା ମତଭେଦ ସମାଧାନ କରିବା ଆବଶ୍ୟକ । ଶୁକ୍ର ଆପଣଙ୍କ ରାଶିର ଅଧିପତି ଗ୍ରହ । ଶୁକ୍ରଙ୍କ ବକ୍ରୀ ଗତି ପ୍ରଭାବରୁ ଆପଣଙ୍କ ମନରେ କାର୍ଯ୍ୟ ପଦ୍ଧତିରେ ପରିବର୍ତ୍ତନ କରିବାର ଇଚ୍ଛା ଜାଗ୍ରତ ହୋଇପାରେ। ଉପୁଜିଥିବା ସମସ୍ୟାଟି ଅସ୍ଥାୟୀ ନା ଦୀର୍ଘସ୍ଥାୟୀ, ତାହା ପ୍ରଥମେ ନିର୍ଦ୍ଧାରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କ ପାଇଁ ଶୁଭ ସଂଖ୍ୟା: ୨, ୬ ଏବଂ ୭
। ଶୁଭ ରଙ୍ଗ: ଧଳା
ମିଥୁନ ରାଶି
ଅକ୍ଟୋବର ମାସରେ ଆପଣଙ୍କୁ ନୂତନ ସୁଯୋଗ ମିଳିପାରେ । ବିଶେଷ କରି ଶିକ୍ଷା, ସୃଜନଶୀଳ କାର୍ଯ୍ୟ ଏବଂ ପ୍ରେମ ସମ୍ପର୍କ ସହ ଜଡ଼ିତ ବିଷୟଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ବୁଧଙ୍କ ବକ୍ରୀ ପ୍ରଭାବରେ କୌଣସି ପୁରୁଣା ପ୍ରୋଜେକ୍ଟ ପୁନର୍ବାର ସାମ୍ନାକୁ ଆସିପାରେ । ପୁରୁଣା କାଗଜପତ୍ର ଏବଂ ଅତୀତର ଆଲୋଚନାଗୁଡ଼ିକୁ ପୁନର୍ବାର ଯାଞ୍ଚ କରିବା ଉଚିତ୍। ଆର୍ଥିକ ଓ ପାରିବାରିକ ବିଷୟ ନେଇ ଆଲୋଚନା ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଆୟ ବୃଦ୍ଧି ପାଇବ । ଟଙ୍କା ଅଧିକ ଖର୍ଚ୍ଚ କରିବା ଠାରୁ ଦୂରେଇ ରୁହନ୍ତୁ।
ଶୁଭ ସଂଖ୍ୟା ୩, ୫ ଏବଂ ୬ । ଶୁଭ ରଙ୍ଗ: ସବୁଜ
କର୍କଟ ରାଶି
ଅନେକ କ୍ଷେତ୍ରରେ ପରିବର୍ତ୍ତନ ପାଇଁ ଇଚ୍ଛା ଅଧିକ ହୋଇପାରେ। ଅକ୍ଟୋବରରେ ମଙ୍ଗଳ ଏବଂ ବୃହସ୍ପତି ଅଧିକାଂଶ ସମୟ ଆପଣଙ୍କ ରାଶିରେ ରହିବେ । କୌଣସି କାର୍ଯ୍ୟରେ ପଦକ୍ଷେପ ନେବା ପାଇଁ ଉତ୍ସାହିତ ହୋଇପାରନ୍ତି । ଏହି ସମୟରେ ଧୈର୍ଯ୍ୟହୀନତା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଶୁକ୍ର ଏବଂ ବୁଧଙ୍କ ପ୍ରଭାବ ରହିବ । ଘର, ସମ୍ପତ୍ତି, ଗାଡ଼ି କିମ୍ବା ପାରିବାରିକ ବ୍ୟବସ୍ଥା ସମ୍ବନ୍ଧୀୟ ବିଷୟଗୁଡ଼ିକ ସମ୍ପର୍କରେ ଆଲୋଚନା ହୋଇପାରେ । ସମସ୍ତ କାଗଜପତ୍ର ଏବଂ ମୋଟ ଖର୍ଚ୍ଚକୁ ଭଲଭାବେ ଯାଞ୍ଚ କରନ୍ତୁ। ଶୁଭ ସଂଖ୍ୟା ୨, ୪ ଏବଂ ୭ । ଶୁଭ ରଙ୍ଗ ହାଲୁକା ଗୋଲାପୀ ।
ସିଂହ ରାଶି
ଅକ୍ଟୋବର ମାସରେ ଆପଣ ସମୟ ଏବଂ ଆର୍ଥିକ ବିଷୟ ଉପରେ ଅଧିକ ଧ୍ୟାନ ଦେଇପାରନ୍ତି । କୌଣସି ପୁରୁଣା ପରିଚିତ ବ୍ୟକ୍ତିଙ୍କ ସହ ପୁନର୍ବାର ସମ୍ପର୍କ ହୋଇପାରେ । ଅଟକି ରହିଥିବା ଆଲୋଚନା ଆଗକୁ ବଢିପାରେ । ଶୁଭ ସଂଖ୍ୟା ୧, ୫ ଏବଂ ୯ ।
ଶୁଭ ରଙ୍ଗ ଗୋଲାପୀ ।
କନ୍ୟା ରାଶି
ଏହି ମାସରେ ଅଧିକ ଅର୍ଥ ଉପାର୍ଜନ କରିପାରନ୍ତି । ଆର୍ଥିକ ପରିଚାଳନା କରିବା ମଧ୍ୟ ସମାନ ଭାବରେ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ଶୁକ୍ର ଏବଂ ବୁଧଙ୍କ ପ୍ରଭାବ ରହିବ । ଦରମା, ସଞ୍ଚୟ, ପାରିବାରିକ ଖର୍ଚ୍ଚ କିମ୍ବା ବକେୟା ଦେୟ ସମ୍ବନ୍ଧୀୟ ପୁରୁଣା ସମସ୍ୟାଗୁଡ଼ିକ ପୁନର୍ବାର ସାମ୍ନାକୁ ଆସିପାରେ। ବୃହସ୍ପତି ଏବଂ ମଙ୍ଗଳଙ୍କ ଉପସ୍ଥିତି ଆପଣଙ୍କ ପାଇଁ ନୂଆ ସୁଯୋଗ ଆଣିପାରେ । ଶୁଭ ସଂଖ୍ୟା ୫, ୬ ଏବଂ ୮ । ଶୁଭ ରଙ୍ଗ ସବୁଜ ।
ତୁଳା ରାଶି
ଅତୀତର ନିଷ୍ପତ୍ତିଗୁଡ଼ିକୁ ପୁନର୍ବାର ବିଚାର କରିପାରନ୍ତି । ବୃତ୍ତିଗତ କ୍ଷେତ୍ରରେ ନୂଆ ପ୍ରସ୍ତାବ ମିଳିପାରେ । ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳୁଥିଲେ କେବଳ ପଦବୀ ଉପରେ ଧ୍ୟାନ ଦିଅନ୍ତୁ ନାହିଁ ବରଂ କାର୍ଯ୍ୟର ସର୍ତ୍ତାବଳୀ ବିଷୟରେ ଧ୍ୟାନ ଦିଅନ୍ତୁ । ମଙ୍ଗଳଙ୍କ ଚଳନରୁ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ମତାନ୍ତର ହୋଇପାରେ । ନିଜର ମତାମତ ସ୍ପଷ୍ଟ ଏବଂ ସମ୍ମାନଜନକ ଭାବରେ ଉପସ୍ଥାପନ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶୁଭ ସଂଖ୍ୟା ୬ ଏବଂ ୭ । ଶୁଭ ରଙ୍ଗ ଧଳା ।
ବିଛା ରାଶି
ଏହି ମାସରେ ଅପ୍ରତ୍ୟାଶିତ ଖର୍ଚ୍ଚ ବଜେଟ୍କୁ ବିଗାଡ଼ି ଦେଇପାରେ। ପୁରୁଣା ଦେୟ, ଦୂର ଯାତ୍ରା ଯୋଜନା, ବ୍ୟକ୍ତିଗତ ଖର୍ଚ୍ଚ କିମ୍ବା ଗୁପ୍ତ ଆଲୋଚନା ସାମ୍ନାକୁ ଆସିପାରେ। ନିଜର ପରବର୍ତ୍ତୀ ବୃତ୍ତିଗତ ପଦକ୍ଷେପ ପାଇଁ ପ୍ରସ୍ତୁତ ରୁହନ୍ତୁ । ପ୍ରତ୍ୟେକ ଯୋଜନା ବିଷୟରେ ଅନ୍ୟମାନଙ୍କ ସାମ୍ନାରେ ତୁରନ୍ତ ଘୋଷଣା କରିବା ଆବଶ୍ୟକ ନୁହେଁ। ଶୁଭ ସଂଖ୍ୟା ୧, ୭ ଏବଂ ୯ । ଶୁଭ ରଙ୍ଗ ନାଲି ।
ଧନୁ ରାଶି
ପୁରୁଣା ସମ୍ପର୍କଗୁଡ଼ିକ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ। କିଛି ନୂତନ ଆଲୋଚନା ହୋଇପାରେ। ଅଟକି ରହିଥିବା ପ୍ରସ୍ତାବ ପୁଣିଥରେ ସାମ୍ନାକୁ ଆସିପାରେ । ପ୍ରତ୍ୟେକ କ୍ଷେତ୍ରରେ ସର୍ତ୍ତକୁ ଯତ୍ନର ସହ ଯାଞ୍ଚ କରନ୍ତୁ। ଋଣ ଏବଂ ଅପ୍ରତ୍ୟାଶିତ ଖର୍ଚ୍ଚ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇପାରେ। ଆୟ ବୃଦ୍ଧିର ସମ୍ଭାବନା ରହିଛି। ଅନ୍ୟର କଥା ଉପରେ ଭରସା କରି ବିପଜ୍ଜନକ ଆର୍ଥିକ ନିଷ୍ପତ୍ତି ନିଅନ୍ତୁ ନାହିଁ। ଶୁଭ ସଂଖ୍ୟା ୩, ୭ ଏବଂ ୯ । ଶୁଭ ରଙ୍ଗ ହଳଦିଆ ।
ମକର ରାଶି
ନୂଆ ମାସରେ କ୍ୟାରିୟର ସମ୍ବନ୍ଧୀୟ ଆଲୋଚନା ମୁଖ୍ୟ ବିଷୟ ହୋଇପାରେ। କୌଣସି ପଦବୀ ବିଷୟରେ ଆଲୋଚନା ହୋଇପାରେ । ଅସମାପ୍ତ କାର୍ଯ୍ୟ ଗୁଡ଼ିକ ପୁନର୍ବାର ସାମ୍ନାକୁ ଆଣିପାରେ। ଦାୟିତ୍ୱ ଏବଂ ଏହା ସହିତ ଜଡ଼ିତ ସୁବିଧାଗୁଡ଼ିକୁ ସ୍ପଷ୍ଟ ଭାବରେ ବୁଝିନିଅନ୍ତୁ। ମଙ୍ଗଳ ଏବଂ ବୃହସ୍ପତିଙ୍କ ଉପସ୍ଥିତି ଭାଗୀଦାରୀ ସମ୍ବନ୍ଧୀୟ ବିଷୟଗୁଡ଼ିକୁ ସକ୍ରିୟ ରଖିବ । ଗ୍ରାହକ କିମ୍ବା ଜୀବନସାଥୀଙ୍କ ସହ କଥାବାର୍ତ୍ତା କରିପାରନ୍ତି । ଶୁଭ ସଂଖ୍ୟା ୮ ଏବଂ ୯ । ଶୁଭ ରଙ୍ଗ ନୀଳ ।
ମୀନ ରାଶି
ଏହି ମାସରେ ଆର୍ଥିକ ବିଷୟଗୁଡ଼ିକ ସମ୍ବନ୍ଧରେ ସ୍ପଷ୍ଟତା ରହିବା ଆବଶ୍ୟକ । ବୀମା କରିବାକୁ ଚିନ୍ତା କରିପାରନ୍ତି । ସାଥୀଙ୍କ ସହିତ ଆର୍ଥିକ ସ୍ଥିତି ଜନିତ ଆଲୋଚନା ହୋଇପାରେ । ପାଠପଢ଼ା, ସୃଜନଶୀଳ କାର୍ଯ୍ୟ ଏବଂ ନିଜର ପ୍ରତିଭା ପ୍ରଦର୍ଶନ କରିବାର ଇଚ୍ଛା ବୃଦ୍ଧି ହେବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆପଣଙ୍କର ଅଧିକ ଆଗ୍ରହ ରହିବ । ଶୁଭ ସଂଖ୍ୟା ୩, ୭ ଏବଂ ୯ । ଶୁଭ ରଙ୍ଗ କେଶରୀ ।
Disclaimer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ