Top 10 News Today: କେନ୍ଦ୍ରସ୍ଥଳ ସ୍ଥଳଭାଗ ଛୁଇଁସାରିଛି ଅର୍ଣ୍ଣବ,ଆଉ ନାହାଁନ୍ତ CIDର ପ୍ରଯୋଜକ ସହ ପଢନ୍ତୁ ସକାଳର ୧୦ ବଡ଼ ଖବର
Top 10 News Today: କେନ୍ଦ୍ରସ୍ଥଳ ସ୍ଥଳଭାଗ ଛୁଇଁସାରିଛି ଅର୍ଣ୍ଣବ,ଆଉ ନାହାଁନ୍ତ CIDର ପ୍ରଯୋଜକ ସହ ପଢନ୍ତୁ ସକାଳର ୧୦ ବଡ଼ ଖବର
Cyclone Update: ଅତୀଭିଷଣ ବାତ୍ୟା ରୂପ ନେଇ ପ୍ରବଳ ବେଗରେ ମାଡି଼ ଆସିଥିବା ବାତ୍ୟା ଅର୍ଣ୍ଣବ ମଙ୍ଗଳବାର ରାତି ପ୍ରାୟ ୧ଟା ୩୦ ବେଳେ ଆନ୍ଧ୍ରପ୍ରଦେଶର ୟାନମ୍ ଠାରେ ଲ୍ୟାଣ୍ତଫଲ୍ କରିଛି। ଯେଉଁ ଗତିରେ ଅର୍ଣ୍ଣବ ଆଗକୁ ମାଡିଥିଲା, ସେହି ଗତିକୁ ଅଧିକ ତ୍ରୀବ କରି ସ୍ଥଳଭାଗ ମୁହାଁଇଥିଲା। ଶେଷରେ ଦୁର୍ବଳ ହୋଇ ୨୮ ତାରିଖ ପୂର୍ବହ୍ନ ପରିବର୍ତ୍ତେ ୨୭ ତାରିଖ ରାତି ପ୍ରାୟ ୧ଟା ୩୦ ବେଳେ ଏହାର ଲ୍ୟାଣ୍ତଫଳ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଲ୍ୟାଣ୍ତଫଲ୍ ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା । ଏହି ସମୟରେ ପବନର ବେଗ ୧୨୫ ରୁ ୧୩୫ କିମିଥିଲା।
Cyclone Update: ଆଗୁଆ ମାଡି଼ ଆସିଲା ଅର୍ଣ୍ଣିବ। ଆନ୍ଧ୍ରରେ ରଚିଲା ତାଣ୍ତବ। ଅତି ଭୀଷଣ ବାତ୍ୟା ରୂପରେ ମଙ୍ଗଳବାର ରାତିରେ କାକିନାଡାର ଦକ୍ଷିଣରେ କଲା ଲ୍ୟାଣ୍ତଫଲ୍। ଆଜି( ବୁଧବାର) ୭ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି। ସେହି ଜିଲ୍ଲା ଗୁଡିକ ହେଲା,ରାୟଗଡ଼ା, ମାଲକାନଗିରି, ଗଜପତି, ଗଞ୍ଜାମ, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର। ଏବଂବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ ନୟାଗଡ଼ ଜିଲାକୁ ଭୀଷଣ ବର୍ଷା ନେଇ ଅରେଞ୍ଜ ଓ୍ବାର୍ଣ୍ଣି ଜାରି ହୋଇଛି।
School Closed:ବାତ୍ୟା ଅର୍ଣ୍ଣବର ପ୍ରଭାବକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ସରକାର ସ୍କୁଲ୍ ଓ ଅଙ୍ଗନବାଡିକୁ ଛୁଟି ଘୋଷଣା କରିଛନ୍ତି। ପୂର୍ବରୁ ୫ ଜିଲ୍ଲାର ସ୍କୁଲ୍, କଲେଜ,ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା ହୋଇଥିଲା। ପରବର୍ତ୍ତୀ ସମୟରେ ଖୋର୍ଦ୍ଧା, କଟକ, ଯାଜପୁର ତଥା କେତୋଟି ଜିଲ୍ଲାରେ ଏହି ଛୁଟି ଘୋଷଣା ହୋଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ, ୨୯ ତାରିଖ ଯାଏଁ ଜିଲ୍ଲାର ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ରହିବ।
Heavy Rainfall: ଲ୍ୟାଣ୍ତଫଲ୍ ପରେ ଛତିଶଗଡ ମୁଁହାଁ ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଦିକ୍ଷିଣ ଓଡି଼ଶାର ରାୟଗଡ଼ା, ଗଞ୍ଜାମ, ଗଜପତି,ମାଲକାନଗିରି ଓ କୋରାପୁଟରେ ବର୍ଷା ସହ ଫ୍ଲାସ୍ ଫଡ୍ ସହ ଆକସ୍ମିକ ବନ୍ୟାର ବି ଆଶଙ୍କା ରହିଛି। ଏନଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି।
Cyclone Death:ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଅସ୍ତରଙ୍ଗରେ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି।ପ୍ରବଳ ବର୍ଷା ଯୋଗୁଁ ଗତକାଲି ରାତିରେ କାନ୍ଥ ଭୁଶୁଡ଼ି ମହିଳାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଅସ୍ତରଙ୍ଗ ବ୍ଳକ୍ ସରିପୁର ପଞ୍ଚାୟତର ଜେନାପୁର୍ ଗ୍ରାମରେ କାନ୍ଥ ଭୁଷୁଡି ପ୍ରଶାନ୍ତ ମୁଦୁଲୀଙ୍କ ୪୧ବର୍ଷୀୟା ପତ୍ନୀ ଲୋଭାବତୀ ମୁଦୁଲିଙ୍କ ମୃତ୍ୟୁ ଘଟିଛି।
Puri News: ବାତ୍ୟା ଅର୍ଣ୍ଣବର ପ୍ରଭାବରେ ପୁରୀ ସମୁଦ୍ର ଅଶାନ୍ତ। ସମୁଦ୍ରରେ ବଡ଼ବଡ଼ ଜୁଆର ଆସୁଥିବା ଯୋଗୁଁ ସମୁଦ୍ର ସ୍ନାନ ଉପରେ ରହିଛି କଟକଣା। ପର୍ଯ୍ୟଟକଙ୍କୁ ସମୁଦ୍ର ପାଖକୁ ଯିବା ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ବିଚ୍ ପେଟ୍ରୋଲିଂ ଉପରେ ଗୁରୁତ୍ବ ଦିଆଯାଇଛି। ବେଳାଭୂମିରେ ରେଡ୍ ଆଲର୍ଟ ଜାରି ହେବା ସହ ବିଭିନ୍ନ ସ୍ଥାନରେ ରେଡ୍ ଫ୍ଲାଗ୍ ଲଗାଯାଇଛି। ପୋଲିସ ବାହିନୀ ଓ ଅଗ୍ନିଶମ ବିଭାଗର ଲାଇଫ ଗାର୍ଡ ମୁତୟନ ହୋଇଛନ୍ତି।
Odisha Government: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି। ଗତକାଲି ଠାରୁ ରାଜ୍ୟରେ ବର୍ଷା ଜାରି ରହିଛି। ଏନେଇ ଆଜି ବାତ୍ୟାର ସ୍ଥିତି ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ। ସେ କହିଛନ୍ତି ଯେ, ଏଯାଏଁ କୌଣସି କ୍ଷୟକ୍ଷତିର ଖବର ଆସିନାହିଁ। ଆଜି ଦିନ ଆମ ସମସ୍ତଙ୍କ ଲାଗି ଗୁରୁତ୍ବପୂର୍ଣ୍ଣ।
Cyclone Impact: ଆନ୍ଧ୍ର ପ୍ରଦେଶରେ ତାଣ୍ତବ କରିଛି ବାତ୍ୟା ଅର୍ଣ୍ଣବ। କାକନାଡା ଓ ୟାନାମ୍ ରେ ଛାରଖାର ହୋଇଯାଇଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଟି ଯାଇଛି। କଚ୍ଚା ଘର ଉଡିଯାଇଛି। ଜନଜୀବନ ବେଶ୍ ପ୍ରଭାବିତ ହୋଇଛି।
Trains Cancelled: ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ରେଳ ବିଭାଗ ଯାତ୍ରୀଙ୍କ ସୁରକ୍ଷା ଲାଗି ଗତକାଲି ଓ ଆଜି ଚଳାଚଳ କରିବାକୁ ଥିବା ୬୪ଟି ଟ୍ରେନ୍ ସେବାକୁ ବାତିଲ୍ କରିଛନ୍ତି। ଯାତ୍ରୀମାନଙ୍କୁ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଦେଇ ଯାତ୍ରା କରିବାକୁ ଥିବା ଟ୍ରେନ୍ ର ସଦ୍ୟତମ ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି ।
BP Singh Death: କଳା ଜଗତରୁ ଆସିଛି ଦୁଃଖଦ ଖବର। CIDର ପ୍ରଯୋଜକ ଓ ନିର୍ଦ୍ଦେଶକ ବି.ପି. ସିଂହଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ଯାହାକୁ ନେଇ ଶୋକର ଛାୟା ଖେଳିଯାଇଛି।