SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Top 10 News Today: ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା ଅର୍ଣ୍ଣବ,ଟ୍ରେନ୍ ଦୁର୍ଘଟଣାରେ ୬୮ ଜଣଙ୍କ ମୃତ୍ୟୁ ସହ ପଢନ୍ତୁ ସକାଳର ୧୦ ବଡ଼ ଖବର

Top 10 News Today: ପଢନ୍ତୁ ସକାଳର ୧୦ ବଡ଼ ଖବର....

Written By Narmada Behera Edited By Narmada Behera
Published: Oct 29, 2026, 10:21 AM IST | Updated: Oct 29, 2026, 10:23 AM IST
Image Credit: Representative - AI
Join

Arnab Cyclone: ଅର୍ଣ୍ଣବକୁ ନେଇ ଆସିଲା ବଡ଼ ଅପଡେଟ୍। ଦୁର୍ବଳ ହୋଇ ଗଭୀକ ଅବପାତରେ ପରିଣତ ହୋଇଛି  ଅର୍ଣ୍ଣବ। ମାଲକାନଗିରି ଠାରୁ ପ୍ରାୟ ୬୦ କିମି ଦକ୍ଷିଣରେ କେନ୍ଦ୍ରୀଭୂତ ହୋଇଥିବା ଜଣାପଡିଛି। ଯାହା ଘଣ୍ଟାକୁ ୧୫ କିମି ବେଗରେ ଉତ୍ତରକୁ ବଢୁଛି।

Heavy Rain: ଭାରତୀୟ ପାଣିପାଗ ବିଭାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ଯେ,  ଆଜି ଅନେକ ସ୍ଥାନରେ ବର୍ଷା ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକପ ୪୦ ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ମୟୂରଭଂଜ, କେନ୍ଦୁଝର, ବାଲେଶ୍ବର, ସମ୍ବଲପୁର, ନୂଆପଡା, ବଲାଙ୍ଗୀର, ଦେବଗଡ଼ରେ ପ୍ରବଳ ବର୍ଷା ସହ ୩୦ ରୁ ୪୦  ପବନ ବହିପାରେ।  ୩୦ରୁ ବର୍ଷାର ପ୍ରକୋପ କମିଯିବ।  

Low Pressure: 'ଅର୍ଣ୍ଣବ' ପ୍ରକୋପ ନ ଯାଉଣୁ ଦାନା ବାନ୍ଧିଲାଣୀ ଆଉ ଏକ ଲଘୁଚାପ। ଦକ୍ଷିଣ ଆଣ୍ତାମାନ୍  ସାଗର ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଆସନ୍ତା ୨୪ ଘଣ୍ଟା ଭିତରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅର୍ଥାତ୍ ଆଜି ଏହା ଲଘୁଚାପ ରୂପ ନେଇପାରେ।  ବର୍ତ୍ତମାନ ସୁଧା ଆଇଏମଡି ଏତିକି ପୂର୍ବାନୁମାନ କରିଛି।

Landslide: ଲଗାଣ ବର୍ଷା ଯୋଗୁଁ ମୋହନାର ବାଲିବାଡ ଘାଟି ରାସ୍ତାରେ ଭୂସ୍ଖଳନ ହୋଇଛି।  ପାହାଡ ଉପରୁ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି। ଏନେଇ  ୫ଖଣ୍ତ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

Odisha Legislative Assembly: ସପ୍ତଦଶ ବିଧାନସଭାର ଅଷ୍ଟମ ଅଧିବେଶନ  ଆସନ୍ତା ନଭେମ୍ବର ୧୮ ତାପିଖରୁ ଆରମ୍ଭ ହେବ।  ଡିସେମ୍ବର ୩୧ ଯାଏଁ  ଏହା ଚାଲିବ। ସମୁଦାୟ ୩୩ ଟି କାର୍ଯ୍ୟ ଦିବସ ହେବ। ପ୍ରଥମ ଦିନରେ ୨୦୨୬-୨୭ ର ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଆଗତ ହେବ।

Wage Hike: କେନ୍ଦ୍ର ସରକାରଙ୍କ ଅଧିନରେ ସମସ୍ତ ପ୍ରତିଷ୍ଠାନ ରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଞ୍ଜୁରି ହାର ସଂଶୋଧନ ହୋଇଛି। ଅକ୍ଟୋବର ୧ ତାରିଖ ଠାରୁ ଏହି ସଂଶୋଧିତ ମଜୁରୀ ଲାଗୁ ହୋଇଛି।  ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ବର ସ୍ଥିତ କେନ୍ଦ୍ରୀୟ ଉପମୁକ୍ତ ଆୟୁକ୍ତ ଏନେଇ ସୂଚନା ଦେଇଛନ୍ତି।

MKCG Medical College: ବ୍ରହ୍ମପୁର MKCG ମେଡିକାଲରୁ ସିଲିଂ ଖସିଥିବା ସୂଚନା ମିଳିଛି। କର୍କଟ ରୋଗ ବିଭାଗରେ ଘଟିଛି ଏହି ଅଘଟଣ। ଏଥିରେ କେହି ମୃତାହତ ହୋଇନ ଥିବା ସୂଚନା ମିଳିଛି। ସମସ୍ତ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି।

Rushikulya River: ବିପଦ ସଙ୍କେତ ଟପିଲା ଋଷିକୂଲ୍ୟା। ବିପଦ ସଙ୍କେତ ୧୬.୮୫୩ ମିଟର ଥିବା ବେଳେ ଏବେ ୧୭.୮୦ ମିଟପ ଜଳସ୍ତର ରହିଛି। ଫଳରେ ବିଭିନ୍ନ ଗାଁରେ ପାଣି ପଶି ଯାଇଛି। ଏବଂ ଟଙ୍କା ଛାଇ ଏବଂ ହିଞ୍ଜିଳିକାଟୁ ସଂଯୋଗ ରାସ୍ତା ଉପରେ ୩ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଛି।

bjp: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ଅନୁଷ୍ଠିତ ଶିକ୍ଷକ ବିଧାନ ପରିଷଦ ନିର୍ବାଚନରେ ସମାଜବାଦୀ ପାର୍ଟି ପୁଣି ବିଜୟୀ ହୋଇଛି। ସପା ପ୍ରାର୍ଥୀ ଲାଲ୍ ବିହାରି ଯାଦବ ବିଜେପି ର ପ୍ରମୋଦ ମିଶ୍ରଙ୍କୁ ବିପୁଳ ବ୍ୟବଧାନରେ ପରାଜିତ କରିଛନ୍ତି।  

Spain Accident: ସ୍ପେନ୍ ରେ ଭୟଙ୍କର ସଡକ ଦୁର୍ଘଟଣା । ଦୁଇଟି ହାଇ ସ୍ପିଡ୍ ଟ୍ରେନ୍ ମଧ୍ୟରେ ଧକ୍କା ହେବାରୁ ୬୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭୯ ଜଣ ଆହତ ହୋଉଛନ୍ତି। ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି। ଏନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍।

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES