New Financial Rules From October 1: ଅକ୍ଟୋବର ପହିଲାରୁ ଏହି ୬ ନିୟମରେ ହେଲା ପରିବର୍ତ୍ତନ! ଜାଣି ରଖନ୍ତୁ...
New Financial Rules From October 1: ପ୍ରତ୍ୟକ ମାସ ପରି ଏହି ମାସ ମଧ୍ୟ ଅକ୍ଟୋବର ମାସ ପହିଲାରୁ କିଛି ନିୟମରେ ପରିବର୍ତ୍ତନ ହୋଇଛି। ବିଶେଷକରି,ଏଲପିଜି, ବ୍ୟାଙ୍କିଂ , ଫିକ୍ସ ଡିପୋଜିଟ୍ ଓ ଏଟିଏମ ଠାରୁ ଆରମ୍ଭ କରି ଯାନବାହନର ମୂଲ୍ୟ ଏବଂ ଏଲପିଜି ସବସିଡି ପର୍ଯ୍ୟନ୍ତ ଅନେକ ପରିବର୍ତ୍ତନ ହୋଇଛି।
New Financial Rules From October 1: ପ୍ରତ୍ୟକ ମାସ ପରି ଏହି ମାସ ମଧ୍ୟ ଅକ୍ଟୋବର ମାସ ପହିଲାରୁ କିଛି ନିୟମରେ ପରିବର୍ତ୍ତନ ହୋଇଛି। ବିଶେଷକରି,ଏଲପିଜି, ବ୍ୟାଙ୍କିଂ , ଫିକ୍ସ ଡିପୋଜିଟ୍ ଓ ଏଟିଏମ ଠାରୁ ଆରମ୍ଭ କରି ଯାନବାହନର ମୂଲ୍ୟ ଏବଂ ଏଲପିଜି ସବସିଡି ପର୍ଯ୍ୟନ୍ତ ଅନେକ ପରିବର୍ତ୍ତନ ହୋଇଛି। ଯାହା ଆପଣଙ୍କ ବଜେଟ୍ କୁ ପ୍ରଭାବିତ କରିପାରେ। ତେବେ,ଆସନ୍ତୁ ଜାଣିବା କେଉଁ ସବୁ ନିୟମରେ ପରିବର୍ତ୍ତନ ହୋଇଛି।
ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମହଙ୍ଗା -: ୧୯ କେଜିର ବାଣିଜ୍ୟକ ଏଲପିଜି ସିଲିଣ୍ତର ଆଜି ଠାରୁ ମହଙ୍ଗା ହୋଇଛି। ଏହାର ମୂଲ୍ୟ ୧୯ କେଜି ପିଛା ୬୨ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ଯାହାର ପ୍ରଭାବ ହୋଟେଲ, ଢାବା ଓ ରେସ୍ତୋରାଁ ଉପରେ ପଡିବ। ହେଲେ ଘରୋଇ ଏଲପିଜି ସିଲିଣ୍ତର ମୂଲ୍ୟରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନି।
ଏଫଡି ନିୟମରେ ପରିବର୍ତ୍ତନ-: ଆଜିଠାରୁ ବ୍ୟାଙ୍କରେ (ଏଫଡି) ସ୍ଥାୟୀ ଜମା ଥିବା ଟଙ୍କାରେ ,ବଲ୍କ FD ର ସୀମା ଏବଂ ଏହା ସହ ଜଡ଼ିତ ସୁଧହାରକୁ ସଂଶୋଧନ କରାଯାଇଛି। ଏହା ବଡ଼ ଜମା ରଖିଥିବା ଗ୍ରାହକ ଏବଂ ସେମାନଙ୍କ ନିବେଶକୁ ପୋର୍ଟଫୋଲିଓ କୁ ପ୍ରଭାବିତ କରିପାରେ।
ଇଲେକଟ୍ରୋନିକ୍ସ ସାମଗ୍ରୀ ମହଙ୍ଗା ହୋଇଛି-: ପାର୍ବଣ ଋତୁରେ ସାଧାରଣତଃ ଲୋକେ ଘରକୁ ଇଲେକଟ୍ରୋନିକ୍ସ ସାମଗ୍ରୀ କ୍ରୟ କରି ନେଇ ଥାଆନ୍ତି। ହେଲେ ଇନପୁଟ୍ ଖର୍ଚ୍ଚ ଏବଂ କଷ୍ଟମ ଡ୍ୟୁଟିରେ ପରିବର୍ତ୍ତନ ଯୋଗୁଁ କିଛି କମ୍ପାନୀ ଇଲେକ୍ଟ୍ରୋନିକ୍ସ ଉତ୍ପାଦର ମୂଲ୍ୟ ବୃଦ୍ଧି କରିଛନ୍ତି। ଯାହାର ନୂଆ ଦର ଆଜିଠାରୁ ଲାଗୁ ହେବ। LG ଏୟାର କଣ୍ଡିସନର ଗୁଡ଼ିକର ମୂଲ୍ୟରେ ଆଜିଠାରୁ ୫ ରୁ ୭ ପ୍ରତିଶତ ବୃଦ୍ଧି ହୋଇଛି।
ଟାଟା ମୋଟର୍ସର ବାଣିଜ୍ୟକ ଯାନ ଗୁଡିକ ମହଙ୍ଗା ହେବ-: ଟାଟା ମୋଟର୍ସର ବାଣିଜ୍ୟକ ଯାନ ଗୁଡିକ ମୂଲ୍ୟରେ ୧ ପ୍ରତିଶତ ବୃଦ୍ଧି ଘୋଷଣା ହୋଇଛି। ଯାହା ଆଜିଠାରୁ ଲାଗୁ ହେବ। ଏହାର ଅର୍ଥ ହେଉଛି ଯେ, ନୂତନ ବାଣିଜ୍ୟକ ଯାନ ଗୁଡିକ କ୍ରୟ କରୁଥିବା ଗ୍ରାହକମାନେ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଦେବାକୁ ପଡିପାରେ।।
SBI ATM କାରବାର ଉପରେ ପ୍ରଭାବ-: SBI ଗ୍ରାହକଙ୍କ ପାଇଁ ବଡ଼ ଖବର। ଏ-ସବିଆଇ ଗ୍ରାହକମାନଙ୍କ ପାଇଁ ଏଟିଏମ୍ଶୁକ୍ଲ ନିୟମରେ ବି ପରିବର୍ତ୍ତନ ହୋଇପାରେ। ନିର୍ଦ୍ଦାରିତ ମାଗଣ ସୀମା ଅତିକ୍ରମ କରୁଥିବା ଏଟିଏମ୍ ନଗତ ଉଠାଣ କିମ୍ବା ଆର୍ଥିକ କାରବାର ପାଇଁ କରୁଥିବା ସେବା ଚାର୍ଜ ନିୟମରେ ଶଂସୋଧନ କରାଯାଉଛି। ତେଣୁ ବାରମ୍ବାର ଏଟିଏମ୍ ବ୍ୟବହାରକାରୀମାନେ ସେମାନଙ୍କର ଆର୍ଥିକ କାରବାର ଉପରେ ସତର୍କ ଦୃଷ୍ଟି ରଖିବା ଜରୁରୀ।
LPG ସବସିଡି ପାଇଁ e-KYC ଆବଶ୍ୟକ-: ଏଲପିଜି ସବସିଡି ଗ୍ରାହକମାନଙ୍କ ପାଇଁ ବାୟୋମେଟ୍ରିକ୍ ଆଧାର ଯାଂଚ ସମ୍ବନ୍ଧୀୟ ନିୟମ ଗୁଡିକ
ବେଶ୍ କଡ଼ାକଡି କରାଯାଇଛି। ଯେଉଁ ଗ୍ରାହକମାନେ ଆଧାର e-KYC ପୂରଣ କରିନାହାଁନ୍ତି। ସେମାନଙ୍କୁ ସବସିଡି ମିଳିବ ନାହିଁ। ତେଣୁ ଆପଣ ସବସିଡି ପାଇବାକୁ ହେଲେ KYC ସଂଯୋଗ କରିବା ଜରୁରୀ