SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

New Rules From 1 October 2026: ଅକ୍ଟୋବର ୧ରୁ ବଦଳିବାକୁ ଯାଉଛି ଏହି ୧୦ ନିୟମ, ଜାଣି ରଖନ୍ତୁ ନଚେତ୍ ହେବେ ହଇରାଣ!

New Rules From 1 October: ପ୍ରତିମାସ ଆରମ୍ଭରୁ ସରକାରଙ୍କ ଦ୍ବାରା କିଛି ନିୟମରେ ପରିବର୍ତ୍ତନ ହୋଇଥାଏ। ଯାହା ଗ୍ରାହକଙ୍କ ପକେଟ୍ କୁ ପ୍ରଭାବିତ କରିଥାଏ। ବିଶେଷକରି, ୟୁପିଆଇ ପେମେଣ୍ଟ,ଏ-ଲପିଜି ଦରରେ ପରିବର୍ତ୍ତନ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଅକ୍ଟୋବର ୧ରୁ କଣ ସବୁ ପରିବର୍ତ୍ତନ ହେବାକୁ ଯାଉଛି। ଆସନ୍ତୁ ଜାଣିବା...

Written By Narmada Behera Edited By Narmada Behera
Published: Sep 28, 2026, 04:10 PM IST | Updated: Sep 28, 2026, 04:15 PM IST
Image Credit: ପ୍ରତିମାସ ଆରମ୍ଭରୁ ସରକାରଙ୍କ ଦ୍ବାରା କିଛି ନିୟମରେ ପରିବର୍ତ୍ତନ ହୋଇଥାଏ। ଯାହା ଗ୍ରାହକଙ୍କ ପକେଟ୍ କୁ ପ୍ରଭାବିତ କରିଥାଏ। ବିଶେଷକରି, ୟୁପିଆଇ ପେମେଣ୍ଟ,ଏ-ଲପିଜି ଦରରେ ପରିବର୍ତ୍ତନ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଅକ୍ଟୋବର ୧ରୁ କଣ ସବୁ ପରିବର୍ତ୍ତନ ହେବାକୁ ଯାଉଛି।
Join

New Rules From 1 October: ପ୍ରତିମାସ ଆରମ୍ଭରୁ ସରକାରଙ୍କ ଦ୍ବାରା କିଛି ନିୟମରେ ପରିବର୍ତ୍ତନ ହୋଇଥାଏ।  ଯାହା ଗ୍ରାହକଙ୍କ ପକେଟ୍ କୁ ପ୍ରଭାବିତ କରିଥାଏ।  ବିଶେଷକରି, ୟୁପିଆଇ ପେମେଣ୍ଟ,ଏ-ଲପିଜି ଦରରେ ପରିବର୍ତ୍ତନ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଅକ୍ଟୋବର ୧ରୁ କଣ ସବୁ ପରିବର୍ତ୍ତନ ହେବାକୁ ଯାଉଛି। ଆସନ୍ତୁ ଜାଣିବା...


ଯଦି ଆପଣ ସବସିଡି ଯୁକ୍ତ ଏଲପିଜି ଗ୍ରାହକ, ଏପର୍ଯ୍ୟନ୍ତ ବାୟୋମେଟ୍ରିକ୍ ଆଧାର ପ୍ରକ୍ରିୟାକରଣ ସମାନ୍ତ କରି ନାହିଁ। ତେବେ, ଅକ୍ଟୋବର୧ ରୁ  ପୂର୍ବରୁ ଏହା ସାରି ଦିଅନ୍ତୁ।  ଗ୍ୟାସ୍ କନେକସନ୍  କଟିବ ନାହିଁ ସତ ହେଲେ, ଆଉ ସବସିଡି ପାଇବେ ନାହିଁ। ବଜାର ଦର ମୂଲ୍ୟରେ ଆପଣଙ୍କୁ ସେହି ଗ୍ୟାସ୍ ରେଟ୍ ରେ  ମିଳିବ। ଏ-ହି ପ୍ରମାଣୀକରଣ ପ୍ରକ୍ରିୟା  ଓଏମସି ଗୁଡିକର ମୋବାଇଲ୍ ଆପ୍ ମାଧ୍ୟମରେ , କିମ୍ବା ଏଲପିଜି ବିତରକଙ୍କ ଠାରୁ ଆପଣ କରାଇପାରିବେ।

FD ନିୟମରେ ବି ପରିବର୍ତ୍ତନ-:  ଭାରତୀୟ ରିଜର୍ଭ ବ୍ୟାଙ୍କ୍ ନିର୍ଦ୍ଦେଶ ଅନୁସାରେ,ଅକ୍ଟୋବର ୧ ରୁ ବ୍ୟାଙ୍କ୍  ଗୁଡିକୁ ସମାନ ତାରିଖରେ ଜମା ହୋଇଥିବା ସମାନ ପରିମାଣ ପାଉଁ ସମସ୍ତ ଶାଖା ଓ ଗ୍ରାହକଙ୍କୁ ସମାନ୍ ସୁଧହାର ପ୍ରଦାନ କରିବ।

ଆରବିଆଇ ଅନୁଯାୟୀ ସମସ୍ତ କ୍ଷୁଦ୍ର ଆର୍ଥିକ ବ୍ୟାଙ୍କ ଗୁଡିକୁ ଏବେ ପ୍ରତିଦିନ ସକାଳ ୧୦ଟା ସୁଧା ସେମାନଙ୍କର ସରକାରୀ ଓ୍ବେବସାଇଟ୍-ରେ ଫିକ୍ସ ଡିପୋଜିଟ୍(FD)ସୁଧହାର ତାଲିକା ଅପଡେଟ୍ କରିବାକୁ ପଡିବ। ଏହି ପଦକ୍ଷେପର ଲକ୍ଷ ହେଉଛି ସ୍ବଚ୍ଛତା ଆଣିବା ଏବଂ ସମାନ ଜମା ରାଶି ଥିବା ଗ୍ରାହକ ପାଇଁ ସୁଧହାରରେ ପାତର ଅନ୍ତର ରୋକିବା।  

SBIର ନୂତନ ନଗଦ ଉଠାଣ ନିୟମ-: ଯଦି ଆପଣଙ୍କ (SBI) ରେ ଆକାଉଣ୍ଟ ଅଛି। ତେବେ,ଏ-ହା ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର।  ଷ୍ଟେଟ୍  ବ୍ୟାଙ୍କ୍ ଅଫ ଇଣ୍ତିଆ ଶାଖା ମାଧ୍ୟମରେ ଖୋଲାଯାଇଥିବା ମୌଳିକ ସଞ୍ଚୟ ବ୍ୟାଙ୍କ୍ ଜମା ଆକାଉଣ୍ଟରୁ ନଗଦ ଉଠାଣ ଶୁକ୍ଲ ସଂଶୋଧନ କରୁଛି। ଅକ୍ଟୋବର ୧ ରୁ ମାସକୁ ଚାରିଥର ନଗଦ ଉଠାଣ ମାଗଣା ହେବ। ଏହାପରେ ଆକାଉଣ୍ଟଧାରୀଙ୍କୁ ପ୍ରତ୍ୟକ ନଗଦ ଉଠାଣ ପାଇଁ ୧୫ ଏବଂ ପ୍ରଯୁଜ୍ୟ ଜିଏଷ୍ଟି ଆଦାୟ କରାଯିବ।  

ଜନ୍ମମୃତ୍ୟୁ ପ୍ରମାଣ ପତ୍ର ପଞ୍ଜିକରଣ ନିୟମ-: ଏବେଠୁ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପଞ୍ଜିକରଣ ପାଇଁ ସରକାର କଠୋର ନିୟମ ଲାଗୁ କରୁଛନ୍ତି। ଏହି ନିୟମ ଅନୁଯାୟୀ, ଜନ୍ମମୃତ୍ୟୁର ୨୧ ଦିନ ମଧ୍ୟରେ ପଞ୍ଜିକରଣକୁ ସାଧାରଣ ବୋଲି ବିବେଚନା କରାଯିବ। ଏହା ସମ୍ପୁର୍ଣ୍ଣ ମାଗଣା ହେବ।  ଏହି ସମୟସୀମା ମଧ୍ୟରେ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ପ୍ରମାଣପତ୍ର ହସପିଟାଲ୍ ଏବଂ (ପଞ୍ଚାୟତ/ ମ୍ୟୁନିସପାଲଟି କର୍ପୋରେସନ୍)ରୁ ସହଜରେ ପାଇପାରିବେ। ଯଦି ପଞ୍ଜିକରଣ ୨୧ ଦିନରୁ ଅଧିକ ବିଳମ୍ବ ହୁଏ। ତେବେ, ଆପଣଙ୍କୁ ଫି  ସହ ଏକ ଆଫିଡେଭିଟ୍ ଦାଖଲ କରିବାକୁ ପଡିବ। ଯଦି ପଞ୍ଜିକରଣ ଗୋଟିଏ ଗୋଟିଏ ବର୍ଷ କିମ୍ବା ୨ ବର୍ଷ  ପରେ କରାଯାଏ। ତେବେ ଜଣେ ମାଜିଷ୍ଟ୍ରେଟ୍ ଙ୍କ ଅନୁମୋଦନ ଆବଶ୍ୟକ ହେବ। ଯଦି ପଞ୍ଜିକରଣ  ୨ ବର୍ଷ ପରେ ହୁଏ। ତେବେ ଜଣେ ମାଜିଷ୍ଟ୍ରେଟ୍ ଙ୍କ ଅନୁମତି ଆବଶ୍ୟକ।    


ନୂଆ NPS ଯୋଜନା-: NPS ଗ୍ରାହକମାନଙ୍କ ପାଇଁ ବଡ଼ ଖବର।'NPS ସ୍ୱାସ୍ଥ୍ୟ'ନାମକ ଏକ ନୂତନ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଯାହା ଅବସରକାରକାଳୀନ ସଞ୍ଚୟ ସହିତ ସ୍ବାସ୍ଥ୍ୟସେବା ଲାଭ ମଧ୍ୟ ପ୍ରଦାନ କରିବ। ଏହି ଯୋଜନା ଅଧିନରେ  ଗ୍ରାହକମାନେ ସେମାନଙ୍କର'NPS ସ୍ୱାସ୍ଥ୍ୟ' ଆକାଉଣ୍ଟ ସହ ଲିଙ୍କ୍ ହୋଇଥିବା ଏକ  ସ୍ବାସ୍ଥ୍ୟ  ବୀମା ପଲିସି ପାଇବେ। ଏହି ଯୋଜନା ୧ ଅକ୍ଟୋବରରୁ ଆରମ୍ଭ ହୋଇପାରେ।


ସେହିପରି NRI ବିକ୍ରେତାଙ୍କ ଠାରୁ ସମ୍ପତ୍ତି କ୍ରୟ କରୁଥିବା କେତ୍ରାମାନେ ୧ ଅକ୍ଚୋବରରୁ ରିହାତି ପାଇବେ। ନୂତନ ଆୟକର ନିୟମ ଅନୁଯାୟୀ, ବାସିନ୍ଦା ବ୍ୟକ୍ତିଗତ କ୍ରେତା ଏବଂ HUF ଓ NRI ବିକ୍ରେତାଙ୍କ ଠାରୁ ସମ୍ପତ୍ତି କ୍ରୟ କରିବା ପାଇଁ ଆଉ  ଟାନ୍ ପାଇବାର ଆବଶ୍ୟକତା ନାହିଁ। ଏହାବଦଳରେ ସେମାନେ ପାନ୍ ବ୍ୟବହାର କରି TDS କାଟି ରିପୋର୍ଟ କରିପାରିବେ।  ଏହି ପରିବର୍ତ୍ତନ ୧ ଅକ୍ଟୋବରରୁ କାର୍ଯ୍ୟକାରୀ ହେବ।

ଘରୋଇ ଉପକରଣ ମହଙ୍ଗା ହେବ-: ଆସିଛି ପାର୍ବଣ। ଏଲଇଡି ଟିଭି ଠାରୁ ଆରମ୍ଭ କରି ଘରୋଇ ଉପକରଣର ବିଭିନ୍ନ କମ୍ପାନୀ ୧ ଅକ୍ଟୋବର ୧ରୁ ସେମାନଙ୍କର ସମସ୍ତ ଉପକରଣର ଦର ୫ ରୁ ୮ ପ୍ରତିଶତ ବୃଦ୍ଧି ପାଇବ।

PUC ଉପରେ ସରକାରଙ୍କ କଠୋରତା-: ଶୀତ ଋତୁରେ ଦିଲ୍ଲୀରେ ବଢୁଥିବା ପ୍ରଦୂଷକୁ ରୋକିବାକୁ ୧ ଅକ୍ଚୋବରରୁ  ଏକ ପ୍ରବର୍ତ୍ତନ ଅଭିଯାନ ଆରମ୍ଭ କରିବାକୁ ନିସ୍ପତ୍ତି ହୋଇଛି।  ଏହା ଅଧିନରେ PUCC ବିନା ଗାଡି଼ ଚାଳନା କରୁଥିବା ଲୋକଙ୍କ ଉପରେ ୧୦,୦୦୦ ଟଙ୍କା ଜରିମାନା ଲାଗୁ ହେବ।

ଦିଲ୍ଲୀରେ ମହିଳାମାନେ ମାଗଣା ବସ୍ ଯାତ୍ରା ସମ୍ପର୍କିତ ଅପଡେଟ୍-: ଦିଲ୍ଲୀରେ ଡିଟିସି ଏବଂ କ୍ଲଷ୍ଚର ବସ୍ ରେ ମହିଳାମାନଙ୍କ ପାଇଁ ମାଗଣା ବସ ଯାତ୍ରା ପାଇଁ ନିୟମ ୧ ଅକ୍ଟୋବରରୁ ପରିବର୍ତ୍ତନ ହେବାକୁ ଯାଉଛି।  ଏହା ପୂର୍ବରୁ ମହିଳାମାନଙ୍କୁ ବସ୍ ରେ ମାଗଣା ଯାତ୍ରା ପାଇଁ  କରିବା ପାଇଁ ଏବେ ସେହେଲି ପିଙ୍କ୍ ସ୍ମାର୍ଟ କାର୍ଡ ବ୍ୟବହାର କରିବାକୁ ପଡିବ। ପୂର୍ବରୁ ପିଙ୍କ୍ କାଗଜ  ଟିକେଟ୍ ବ୍ୟବହାର କରାଯାଉଥିଲା। ଯାହା ୩୦ ସେପ୍ଟେମ୍ବରରୁ ବୈଧ ହେବ ନାହିଁ।
 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES