SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Dhanteras Gold Sale 2026: ଗ୍ରାହକଙ୍କୁ ଟାଣିଲା ଲୋଭନୀୟ ଅଫର! ଧନତେରସ୍ ରେ ୩୦୦ କୋଟିର ସୁନାରୁପା ବୋହିନେଲେ ...

Dhanteras Gold Sale 2026: ଗ୍ରାହକଙ୍କୁ ଟାଣିଲା ଲୋଭନୀୟ ଅଫର! ଧନତେରସ୍ ରେ ୩୦୦ କୋଟିର ସୁନାରୁପା ବୋହିନେଲେ ...

Written By Narmada Behera Edited By Narmada Behera
Published: Nov 07, 2026, 04:01 PM IST | Updated: Nov 07, 2026, 04:03 PM IST
Image Credit: Representative - AI /Social Media
Join

Dhanteras Gold Sale 2026: ମହଙ୍ଗା ଦରକୁ ଖାତିର ନାହିଁ। ଚଢାଦରରେ ବି ଧନତେରାସ ବଜାର ଚଳଚଞ୍ଚଳ। କେଜେ କେଜି  ସୁନା ବୋହିନେଲେ ରାଜ୍ୟ ସରକାର। ଶୁକ୍ରବାର ସମୃଦ୍ଧିର ପର୍ବ ଧନତେରାସ୍ ରେ  ୧୦ ଗ୍ରାମ୍ ପିଛା ୨୨ କ୍ୟାରେଟ୍  ସୁନା ଦାମ୍ ଥିଲା ଲକ୍ଷେ ୩୧ ହଜାର ଉପର । ଏହା ସତ୍ତ୍ବେ ବି  ଗ୍ରାହକ ପଛେଇ ନାହାଁନ୍ତି।  ଆଗକୁ ବିବାହ ସିଜିନ୍  ଥିବା ବେଳେ  ସୋ ରୁମ୍ ଗୁଡିକରେ ଲୋଭନୀୟ ଅଫର ଲାଭ ଉଠାଇ ଗ୍ରାହକ ସୁନା ଗ୍ରହଣା କିଣିଛନ୍ତି। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ  ହାଲୁକା ଗହଣା ଟ୍ରେଣ୍ତରେ ରହିଥିଲା।  

କମ୍ ଓଜନରେ କିଭଳି  ଭଳିକି ଭଳି ଡିଜାଇନ୍ ଆଣିଛନ୍ତି ସୋ ରୁମ୍ ।  ଧନତେରାସ୍ ରେ ଘରକୁ  ସୁନା ରୂପା ଆଣିଲେ  ସମୃଦ୍ଧି ଆସିଥାଏ।  ଏହି ବିଶ୍ବାସ ଆଗରେ  ପଛରେ ପଡି ଯାଇଛି ଦର। ପାଗଯୋଗ ଭଲ ଥିବା ବେଳେ ସୋ ରୁମ୍ ଗୁଡ଼ିକରେ ଲୋକଙ୍କ ଖଚାଖଚ୍ ଭିଡ ଦେଖିବାକୁ ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ଷ୍ଟୋରରେ ଅସମ୍ଭାଳ ଗ୍ରାହକଙ୍କ ସମାଗମ ହୋଇଥିଲା। ଶୁକ୍ରବାର ସକାଳ ୮ଟା ପରେ ସୋ ରୁମ୍ ଗୁଡିକ ଖୋଲି ଯାଇଥିଲା। 

ALSO READ: Odisha News: ବନ୍ୟା ବିପନ୍ନଙ୍କ ଦୁଃଖରେ ସାମିଲ ହେଲେ ନବୀନ, ପାଳିବେନି ଦୀପାବଳି

ଦର ପାଖାପାଖି ୨୫୦୦ ଟଙ୍କା ଖସିଥିଲା। ୨୨ କ୍ୟାରେଟ୍ ସୁନା ଦପ ୧,୩୧,୫୦୦ ଟଙ୍କା ଥିବା ବେଳେ ସେହିଭଳି କିଲୋ ପିଛା ରୂପା୫,୦୦୦ ଟଙ୍କା ଖସି  ୨,୦୫,୦୦୦ ଟଙ୍କା ରହିଥିଲା।  ପ୍ରତିବର୍ଷ ପରି ଏବର୍ଷ ଧନତେରସ୍ ରେ  ସୁନା -ରୂପା କଏନ୍ ବି ପ୍ରବଳ ବିକ୍ରି ହୋଇଛି।  ଶୁକ୍ରବାର ଦିନ ରାଜ୍ୟରେ  ବିକ୍ରି ହୋଇଛି ପାଖାପାଖି ୩୦୦ କୋଟିର ସୁନା ଓ ରୂପା ଗହଣା। ଉଚ୍ଚ ଦର ଯୋଗୁଁ ଲୋକଙ୍କୁ ଟାଣିବାକୁ  ସୋ ରୁମ୍ ଗୁଡିକ ଆଣିଛନ୍ତି ଲୋଭନୀୟ ଅଫର୍।  ଗଢାମଜୁରୀରେ ରହିଛି ଆଖି ଦୃଶିଆ ରିହାତି।  କମ୍ ଓଜନରେ ରହିଛି ଭଳିକି ଭଳି ଡିଜାଇନ୍।  ଏସବୁ ଏଥର ବଜାରକୁ ସୁହାଉଛି। ଏଥର ସାରା ଦେଶରେ ଧନତେରସ୍  କାରବାର ୧ ଲକ୍ଷ କୋଟି ଟଙ୍କା ଟପିବା ନେଇ  ଆକଳନ କରିଛି ସର୍ବଭାରତୀୟ ବ୍ୟବସାୟୀ ସଂଘ (ସିଏଆଇଟି)। ଏଥର ସୁନା ରୁପା ଅଂଶ ୬୦ ହାଜାର କୋଟି ଟଙ୍କା ରହିପାରେ।  

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES