SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Astrology: ଶନି-ସୂର୍ଯ୍ୟଙ୍କ ସମସପ୍ତକ ଯୋଗ, ୭ ରାଶିରେ ବଡ ପ୍ରଭାବ !

ଏହି ଚଳନ କାରଣରୁ ବିଶେଷ କରି ୭ଟି ରାଶିର ବ୍ୟକ୍ତିବିଶେଷ ସବୁଠାରୁ ଅଧିକ ପ୍ରଭାବିତ ହୋଇପାରନ୍ତି ।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Oct 05, 2026, 05:44 PM IST | Updated: Oct 05, 2026, 05:57 PM IST
Image Credit: Astrology
Join

Astrology: ୪ ଅକ୍ଟୋବର ୨୦୨୬ ସନ୍ଧ୍ୟାରୁ ଶନି-ସୂର୍ଯ୍ୟଙ୍କ ସମସପ୍ତକ ଯୋଗ ଆରମ୍ଭ ହୋଇଯାଇଛି। ସୂର୍ଯ୍ୟ କନ୍ୟା ରାଶିରେ ଏବଂ ବକ୍ରୀ ଶନି ମୀନ ରାଶିରେ ପରସ୍ପରର ୧୮୦ ଡିଗ୍ରୀରେ ରହିଛନ୍ତି।

ମେଷ ରାଶି
ଆପଣଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ହଠାତ୍ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ । କୌଣସି କାରଣରୁ ମାନସିକ ଚିନ୍ତା ବଢ଼ିବାର ସମ୍ଭାବନା ରହିଛି। କାର୍ଯ୍ୟକ୍ଷେତ୍ରରେ ବିବାଦରୁ ଦୂରେଇ ରହିବା ଆପଣଙ୍କ ପାଇଁ ଭଲ। ପ୍ରତିକାର ସ୍ୱରୂପ ଶନିବାର ଦିନ କଳା ରାଶି ଦାନ କରନ୍ତୁ।

ମିଥୁନ ରାଶି
ଘର ଓ ବୃତ୍ତିଗତ ଜୀବନରେ ସନ୍ତୁଳନ ରକ୍ଷା କରିବା ଆପଣଙ୍କ ପାଇଁ କଷ୍ଟକର ହୋଇପାରେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହ ମତଭେଦ ହୋଇପାରେ। ପ୍ରତିକାର ସ୍ୱରୂପ ପ୍ରତିଦିନ ସକାଳ ସମୟରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ।

ସିଂହ ରାଶି
ସୂର୍ଯ୍ୟ ଆପଣଙ୍କ ରାଶିର ଅଧିପତି । କଥାବାର୍ତ୍ତାରେ ସଂଯମତା ରକ୍ଷା କରିବା ଆପଣଙ୍କ ପାଇଁ ଭଲ । ହଠାତ୍ ଧନ ହାନି ହୋଇପାରେ । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି। ଦୂରଯାତ୍ରା ସମୟରେ ସାବଧାନତାର ସହ ଗାଡି ଚଲାନ୍ତୁ। ପ୍ରତିକାର ସ୍ୱରୂପ ଶନିବାର ଦିନ ଗରିବ ଲୋକଙ୍କୁ କଳା ରାଶି ଦାନ କରନ୍ତୁ ।

କନ୍ୟା ରାଶି
ସୂର୍ଯ୍ୟ ଆପଣଙ୍କ ରାଶିରେ ଚଳନ କରୁଛନ୍ତି । ଶନି ମଧ୍ୟ ସପ୍ତମ ଭାବରେ ରହିଛନ୍ତି। ବୈବାହିକ ଜୀବନରେ ଏହାର ପ୍ରଭାବ ଦେଖାଦେଇପାରେ । ଶରୀରରେ କ୍ଲାନ୍ତି ଦେଖାଦେଇପାରେ । ମାନସିକ ସ୍ତରରେ ଚିଡ଼ିଚିଡ଼ାପଣ ବଢ଼ିପାରେ। ପ୍ରତିକାର ସ୍ୱରୂପ ପ୍ରତିଦିନ ସକାଳେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ । 'ଆଦିତ୍ୟ ହୃଦୟ ସ୍ତୋତ୍ର' ପାଠ କରିବା ଆପଣଙ୍କ ପାଇଁ ଶୁଭ ହେବ।

ଧନୁ ରାଶି
କାର୍ଯ୍ୟକ୍ଷେତ୍ରରେ ଚାପ ବଢ଼ିପାରେ। ସମ୍ପତ୍ତି ଏବଂ ଗାଡ଼ି ସମ୍ବନ୍ଧୀୟ ମାମଲାରେ ବାଧା ଦେଖାଦେଇପାରେ । କୌଣସି ବିଷୟରେ ଆପଣଙ୍କ ପରିବାର ସଦସ୍ୟଙ୍କ ସହ ମତଭେଦ ହୋଇପାରେ। ପ୍ରତିକାର ସ୍ୱରୂପ ଶନିବାର ଦିନ ଶନି ମନ୍ଦିରରେ ସୋରିଷ ତେଲର ଦୀପ ଜାଳନ୍ତୁ।

କୁମ୍ଭ ରାଶି
ଆର୍ଥିକ କ୍ଷତି ହୋଇପାରେ ତେଣୁ ସାବଧାନ ରୁହନ୍ତୁ । ପାରିବାରିକ କଳହ ଦେଖାଦେବାର ସମ୍ଭାବନା ରହିଛି । ନିବେଶ ଠାରୁ ଦୂରେଇ ରୁହନ୍ତୁ। ପ୍ରତିକାର ସ୍ୱରୂପ ଶନିବାର ଦିନ କଳା ରାଶି ଏବଂ ବିରି ଡାଲି ଦାନ କରନ୍ତୁ।

ମୀନ ରାଶି
ଆପଣଙ୍କ ସ୍ୱାସ୍ଥ୍ୟ ବିଗିଡିପାରେ । ବୈବାହିକ ଜୀବନରେ ସାମାନ୍ୟ କାରଣରୁ ଝଡ ଆସିପାରେ । ନିଜ ଉପରେ ବଡ଼ ଦାୟିତ୍ୱ ରହିଥିବା ପରି ଅନୁଭବ କରିବେ। ପ୍ରତିକାର ସ୍ୱରୂପ ଶନିବାର ଦିନ ଶନି ଚାଳିଶା ପାଠ କରନ୍ତୁ । ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଆପଣଙ୍କ ପାଇଁ ଶୁଭ ହେବ।

Disclaimer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ
 

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES