Ajira Rashifal: ଆଜି ଦିନଟି କିପରି ବିତିବ ? ପଢନ୍ତୁ ରାଶିଫଳ
ଜାଣନ୍ତୁ ଗ୍ରହ ଚଳନ ଦୃଷ୍ଟିରୁ ସମସ୍ତ ରାଶି ପାଇଁ ଆଜି ଦିନଟି କିପରି ଫଳାଫଳ ପ୍ରଦାନ କରିବ ।
Today Horoscope 30 October 2026: ଆଜି ରାତିରେ ବୁଧ ଏବଂ ମଙ୍ଗଳ ଗ୍ରହ ମିଶି କେନ୍ଦ୍ର ଦୃଷ୍ଟି ଯୋଗ ଗଠନ କରିବେ। ଚନ୍ଦ୍ର ସାରା ଦିନ ମିଥୁନ ରାଶିରେ ରହିବେ। ଏହା ସହିତ ଆଜି ଶିବ ଯୋଗ ଏବଂ ସିଦ୍ଧ ଯୋଗ ମଧ୍ୟ ବନୁଛି। ବୁଧ ଓ ମଙ୍ଗଳ ପରସ୍ପରଠାରୁ ୯୦ ଡିଗ୍ରୀରେ ଆସି କେନ୍ଦ୍ର ଦୃଷ୍ଟି ଯୋଗ ଗଠନ କରୁଛନ୍ତି ।
ମେଷ ରାଶି
ଅତୀତର ଭୁଲରୁ ଶିଖିବା ସହ ନିଜକୁ ସୁଧାରିବେ । ଅନ୍ୟମାନଙ୍କ ସାମ୍ନାରେ ନିଜର ଅଧିକ ପ୍ରଶଂସା କରନ୍ତୁ ନାହିଁ । ବ୍ୟବସାୟ ସ୍ୱାଭାବିକ ରହିବ । ଆୟ ବୃଦ୍ଧିର ସମ୍ଭାବନା ରହିଛି । କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ବ୍ୟବସ୍ଥିତ ଦିନଚର୍ଯ୍ୟା ଓ ଖାଦ୍ୟପେୟ ଯୋଗୁଁ ଆପଣ ସୁସ୍ଥ ଅନୁଭବ କରିବେ। କିଛି ସମୟ ପ୍ରକୃତି ସନ୍ନିଧ୍ୟରେ ବିତାଇବାକୁ ଚେଷ୍ଟା କରନ୍ତୁ । ଶୁଭ ରଙ୍ଗ: କମଳା ଏବଂ ଶୁଭ ଅଙ୍କ: ୨ ।
ବୃଷ ରାଶି
କୌଣସି ସ୍ଥାନରେ ଟଙ୍କା ଅଟକି ରହିଥିଲେ ତାହା ଫେରସ୍ତ ମିଳିପାରେ। ସମ୍ପର୍କକୁ ମଧୁର କରିବା ପାଇଁ ଯଦି କୌଣସି ବୁଝାମଣା କରିବାକୁ ପଡ଼େ, ତେବେ କରିନିଅନ୍ତୁ। ବ୍ୟବସାୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ଅର୍ଡର ମିଳିପାରେ । ନିଜର ସାମର୍ଥ୍ୟଠାରୁ ଅଧିକ ଟଙ୍କା ନିବେଶ କରନ୍ତୁ ନାହିଁ। ଘର-ପରିବାରର ଆବଶ୍ୟକତା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଥଣ୍ଡା-କାଶ ଭଳି ସମସ୍ୟା ଉପୁଜିପାରେ । କେଶର ତିଳକ ଲଗାନ୍ତୁ, ଏହାଦ୍ୱାରା ମନ ଶାନ୍ତ ରହିବ। ଶୁଭ ରଙ୍ଗ: ଆକାଶୀ ନୀଳ ଏବଂ ଶୁଭ ଅଙ୍କ: ୮
ମିଥୁନ ରାଶି
କୌଣସି କାମ କରିବା ପୂର୍ବରୁ ତାର ସମସ୍ତ ଦିଗ ଉପରେ ନଜର ରଖନ୍ତୁ । ଅନେକ କାମ ସୂଚାରୁରୂପେ ସମ୍ପନ୍ନ କରିବେ। ଛାତ୍ରଛାତ୍ରୀମାନେ ନିଜ କ୍ୟାରିୟର ପ୍ରତି ମନୋନିବେଶ କରନ୍ତୁ। ବ୍ୟବସାୟରେ ନିଜର ଯୋଜନା ଅନ୍ୟ କାହା ସହ ସେୟାର କରନ୍ତୁ ନାହିଁ। ସମ୍ପର୍କୀୟମାନଙ୍କ ସହ ସାକ୍ଷାତ କରି ଖୁସି ହେବେ। କୌଣସି ପ୍ରକାରର ସଂକ୍ରମଣକୁ ଗମ୍ଭୀରତାର ସହ ନିଅନ୍ତୁ, ଆଦୌ ଅବହେଳା କରନ୍ତୁ ନାହିଁ। ଶୁଭ ରଙ୍ଗ: ଲାଲ୍ ଏବଂ ଶୁଭ ଅଙ୍କ: ୫
କର୍କଟ ରାଶି
ମନୋରଞ୍ଜନ ସମ୍ବନ୍ଧୀୟ କାର୍ଯ୍ୟରେ ସମୟ ଅତିବାହିତ କରିବେ। କୌଣସି ନୂଆ କାମରୁ ପ୍ରଥମ ରୋଜଗାର ଆସିବାର ସମ୍ଭାବନା ରହିଛି। କୌଣସି ନିକଟତର ସମ୍ପର୍କୀୟଙ୍କୁ ନେଇ ମନରେ କିଛିଟା ହତାଶା କିମ୍ବା ଭ୍ରମ ଭଳି ସ୍ଥିତି ସୃଷ୍ଟି ହୋଇପାରେ। ବ୍ୟବସାୟରେ ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ। ଘରେ ଖୁସିର ବାତାବରଣ ରହିବ। ମୁଣ୍ଡବିନ୍ଧା ସମସ୍ୟା ଦେଖାଦେଇପାରେ। ଶୁଭ ରଙ୍ଗ: ହଳଦିଆ ଏବଂ ଶୁଭ ଅଙ୍କ: ୩
ସିଂହ ରାଶି
ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ । ନିଜ କାମରେ ବ୍ୟସ୍ତ ରୁହନ୍ତୁ। ଆପଣଙ୍କ କାର୍ଯ୍ୟରେ କୌଣସି ବାଧାବିଘ୍ନ ଆସିପାରେ । ବ୍ୟବସାୟରେ ଧିରେ ଧିରେ ଅଧିକ ଲାଭ ମିଳିବା ଆରମ୍ଭ ହେବ । ପାରିବାରିକ ବ୍ୟବସ୍ଥାରେ ବାହାର ଲୋକଙ୍କ ହସ୍ତକ୍ଷେପ ହେବାକୁ ଦିଅନ୍ତୁ ନାହିଁ। ସକାରାତ୍ମକ ଲୋକଙ୍କ ସହ ସମୟ ବିତାନ୍ତୁ । ଶୁଭ ରଙ୍ଗ: ବାଇଗଣୀ ଏବଂ ଶୁଭ ଅଙ୍କ: ୪
କନ୍ୟା ରାଶି
ଟଙ୍କା ଖର୍ଚ୍ଚ ମାମଲାରେ ଅଧିକ ଉଦାରତା ଦେଖାନ୍ତୁ ନାହିଁ ନଚେତ୍ ପରେ ପଶ୍ଚାତାପ କରିବାକୁ ପଡ଼ିପାରେ। ଅଫିସର ପରିବେଶରେ କିଛିଟା ରାଜନୀତି ଦେଖାଯାଇପାରେ ତେଣୁ କେବଳ ନିଜ କାମ ସହ ମତଲବ ରଖନ୍ତୁ। କୌଣସି ପ୍ରିୟଜନଙ୍କ ସହ ହଠାତ୍ ସାକ୍ଷାତ ହେବାର ସମ୍ଭାବନା ରହିଛି । ପାଣିପାଗ ବଦଳିବା କାରଣରୁ ପେଟ ଜନିତ ସମସ୍ୟା ଦେଖାଦେଇପାରେ। ଶୁଭ ରଙ୍ଗ: ନୀଳ ଏବଂ ଶୁଭ ଅଙ୍କ: ୭
ତୁଳା ରାଶି
ଗ୍ରହ ସ୍ଥିତିରେ ସକାରାତ୍ମକ ପରିବର୍ତ୍ତନ ଆସୁଛି। ଆପଣଙ୍କୁ ମାନସିକ ଶାନ୍ତି ମିଳିବ। ପାରିବାରିକ ଦାୟିତ୍ୱର ବୋଝ ବଢ଼ିପାରେ । କାର୍ଯ୍ୟବ୍ୟସ୍ତତା ମଧ୍ୟରେ ସମୟ ବିତିବ । ଘରେ ଶାନ୍ତିପୂର୍ଣ୍ଣ ପରିବେଶ ରହିବ। ଶୁଭ ରଙ୍ଗ: ସବୁଜ ଏବଂ ଶୁଭ ଅଙ୍କ: ୩
ବିଛା ରାଶି
କୌଣସି ନୂଆ କାର୍ଯ୍ୟର ଭଲ ପରିଣାମ ମିଳିପାରେ । ନିଜର କାର୍ଯ୍ୟକଳାପକୁ ଗୋପନୀୟ ରଖିବା ଜରୁରୀ। ନିଜ କାର୍ଯ୍ୟଦକ୍ଷତା ଉପରେ ଭରସା ରଖନ୍ତୁ। ବ୍ୟବସାୟରେ କୌଣସି ବଡ଼ ଅର୍ଡର ମିଳିପାରେ । ବର୍ତ୍ତମାନ ଅଧିକ ଲାଭ ଆଶା କରନ୍ତୁ ନାହିଁ। ପ୍ରେମ ସମ୍ପର୍କ ମାମଲାରେ ଦିନଟି ସେତେଟା ଭଲ ରହିବ ନାହିଁ। ବିପଦପୂର୍ଣ୍ଣ କାମରୁ ଦୂରେଇ ରୁହନ୍ତୁ । ଯାନବାହନ ସାବଧାନତାର ସହ ଚଲାନ୍ତୁ। ଶୁଭ ରଙ୍ଗ: ବାଦାମୀ ଏବଂ ଶୁଭ ଅଙ୍କ: ୫
ଧନୁ ରାଶି
ସମ୍ପତ୍ତି ସମ୍ବନ୍ଧୀୟ କୌଣସି କାମ ଅଟକି ରହିଥିଲେ ତାହା ପୂରଣ ହୋଇପାରେ। ନିବେଶ ସମ୍ବନ୍ଧୀୟ କୌଣସି କାର୍ଯ୍ୟ କରିବା ସମୟରେ ଉଚିତ ସୂଚନା ନିଶ୍ଚିତ ଭାବେ ସଂଗ୍ରହ କରନ୍ତୁ। ବ୍ୟବସାୟରେ ସ୍ୱଚ୍ଛତା ବଜାୟ ରଖନ୍ତୁ । ଅଯଥା ପ୍ରେମ ସମ୍ପର୍କରେ ସମୟ ନଷ୍ଟ କରନ୍ତୁ ନାହିଁ। କିଛି ସମୟ ଆତ୍ମସମୀକ୍ଷା ଏବଂ ଧ୍ୟାନ କରନ୍ତୁ। ଶୁଭ ରଙ୍ଗ: ଗୋଲାପୀ ଏବଂ ଶୁଭ ଅଙ୍କ: ୬
ମକର ରାଶି
ଗ୍ରହ ଚଳନ ଦୃଷ୍ଟିରୁ ଆପଣଙ୍କ ପାଇଁ ଦିନଟି ଶୁଭ । ଫୋନ୍ କିମ୍ବା ଇମେଲ୍ ମାଧ୍ୟମରେ କୌଣସି ବିଶେଷ ଖବର ମିଳିପାରେ। ନିଜର ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଗୁଡ଼ିକୁ ସମ୍ଭାଳି ରଖନ୍ତୁ । କାର୍ଯ୍ୟକ୍ଷେତ୍ରରେ ଗତ କିଛି ସମୟ ଧରି ଚାଲିଥିବା ବାଧାବିଘ୍ନ ଆଜି ଦୂର ହେବ। ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ମଧୁରମୟ ହେବ । ନିଜ ସାମର୍ଥ୍ୟଠାରୁ ଅଧିକ କାମର ବୋଝ ନିଅନ୍ତୁ ନାହିଁ । ଶୁଭ ରଙ୍ଗ: ଧଳା ଏବଂ ଶୁଭ ଅଙ୍କ: ୨
କୁମ୍ଭ ରାଶି
ସନ୍ତାନ ସମ୍ବନ୍ଧୀୟ କୌଣସି ଖୁସି ଖବର ମଧ୍ୟ ମିଳିପାରେ। ଆର୍ଥିକ ସମସ୍ୟା ଆପଣଙ୍କ ଚିନ୍ତା ବଢାଇବ । ବ୍ୟବସାୟରେ ବର୍ତ୍ତମାନ ବିଶେଷ ପରିବର୍ତ୍ତନ କରନ୍ତୁ ନାହିଁ । କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇପାରେ। ଶୁଭ ରଙ୍ଗ: ବାଦାମୀ ଏବଂ ଶୁଭ ଅଙ୍କ: ୫
ମୀନ ରାଶି
କୌଣସି କାର୍ଯ୍ୟରେ ସଫଳତା କାରଣରୁ ମନ ଖୁସି ରହିବ । ଉତ୍ତମ ଜନସମ୍ପର୍କ ସହ ଜଡ଼ିତ ବ୍ୟବସାୟ କରୁଥିଲେ ଭଲ ଲାଭ ପାଇବେ। ମାନସିକ ଚାପରୁ ମୁକ୍ତି ପାଇବା ପାଇଁ ଧ୍ୟାନ କରନ୍ତୁ। ଶୁଭ ରଙ୍ଗ: ଗେରୁଆ/କେସରୀ ଏବଂ ଶୁଭ ଅଙ୍କ: ୩
(Disclaimer: ଏହି ଲେଖାଟି ଜ୍ୟୋତିଷୀୟ ଗଣନା, ପାରମ୍ପରିକ ମାନ୍ୟତା ଏବଂ ବିଭିନ୍ନ ଭବିଷ୍ୟଫଳ ପଦ୍ଧତିର ବ୍ୟାଖ୍ୟା ଉପରେ ଆଧାରିତ। ରାଶିଫଳରେ ଦିଆଯାଇଥିବା ସୂଚନା ସାଧାରଣ ଜ୍ୟୋତିଷୀୟ ଆକଳନ ଅଟେ। ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ସେମାନଙ୍କ ଜନ୍ମ କୁଣ୍ଡଳୀ, ଗ୍ରହର ସ୍ଥିତି, ଦଶା ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ କାରକ ଅନୁଯାୟୀ ଭିନ୍ନ ହୋଇପାରେ। ଏହାକୁ କୌଣସି ନିଶ୍ଚିତ ପରିଣାମ, ଦାବି କିମ୍ବା ନିଷ୍ପତ୍ତିର ଆଧାର ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ।)