UGC NET 2026:ଡିସେମ୍ବର ୧୪ରୁ ୟୁଜିସି ନେଟ୍
ୟୁଜିସି ନେଟ୍ ଡିସେମ୍ବର ୨୦୨୬ ପାଇଁ ଆବେଦନ ଆରମ୍ଭ ହୋଇଛି। ଚଳିତ ମାସ ୨୮ ତାରିଖ ଯାଏଁ ଅନଲାଇନ୍ ଆବେଦନ ସୁଯୋଗ ରହିଛି। ନଭେମ୍ବର ୨ ରୁ ୪ ତାରିଖ ମଧ୍ୟରେ ଆବେଦନକାରୀ ଆବେଦନ ପତ୍ର ସଂଶୋଧନ କରିପାରିବେ।
UGC NET 2026: ୟୁଜିସି ନେଟ୍ ଡିସେମ୍ବର ୨୦୨୬ ପାଇଁ ଆବେଦନ ଆରମ୍ଭ ହୋଇଛି। ଚଳିତ ମାସ ୨୮ ତାରିଖ ଯାଏଁ ଅନଲାଇନ୍ ଆବେଦନ ସୁଯୋଗ ରହିଛି। ନଭେମ୍ବର ୨ ରୁ ୪ ତାରିଖ ମଧ୍ୟରେ ଆବେଦନକାରୀ ଆବେଦନ ପତ୍ର ସଂଶୋଧନ କରିପାରିବେ। ଡିସେମ୍ବର ୧୪ ରୁ ୧୯ ମଧ୍ୟରେ ପରୀକ୍ଷା ହେବ। ଏନେଇ ଏନଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ୟୁଜିସି ନେଟ୍ ଆବେଦନ ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀ ୧୧୫୦ ଟଙ୍କା ଫି ଅନଲାଇନ୍ ଆବେଦନ କରିବେ।
ତେବେ, ସାଧାରଣ ବର୍ଗ ଆର୍ଥିକ ଅନଗ୍ରସର ଶ୍ରେଣୀ ଏବଂ ଓବିସି ଏନସିଏଲ୍ ବର୍ଗର ଛାତ୍ରଛାତ୍ରୀ ୬୦୦ ଟଙ୍କା ଦାଖଲ କରିବେ। ଏସସ୍, ଏସଟି, ଭିନ୍ନକ୍ଷମ ଓ ତୃତୀୟ ଲିଙ୍ଗି ବର୍ଗର ଛାତ୍ରଛାତ୍ରୀ ଆବେଦନ ପାଇଁ ଫି ୩୨୫ ଟଙ୍କା ରଖାଯାଇଛି। ଯେଉଁ ଛାତ୍ରଛାତ୍ରୀ ବିଳମ୍ବରେ ଫର୍ମ ଆବେଦନ କରିବେ ସେମାନଙ୍କୁ ଅକ୍ଟୋବର ୨୯ ରୁ ୩୧ ତାରିଖ ଯାଏଁ ସୁଯୋଗ ପ୍ରଦାନ କରାଯିବ। ମାତ୍ର ଆବେଦନ ଫି ସହ ଅତିରିକ୍ତ ୫୦୦ ଟଙ୍କା ଦାଖଲ କରିବାକୁ ପଡିବ। ପରୀକ୍ଷା ସବସିଡି ମୋଡ୍ ରେ କରାଯିବ। ଏନେଇ ସମସ୍ତ ସୂଚନା ଏନଟିଏ ଓ୍ବେବସାଇଟ୍ https:ugcnet.nta.nic.in/ ରେ ରହିଛି।