SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Pregnancy Diet Chart: ଗର୍ଭାବସ୍ଥାରେ କ'ଣ ଖାଇବା ଉଚିତ? ଦେଖନ୍ତୁ ICMRର ଡାଏଟ୍ ଚାର୍ଟ!

Pregnancy Diet Chart: ଗର୍ଭବତୀ ମହିଳା ମାନଙ୍କ ପାଇଁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଇଥାଆନ୍ତି। କାହିଁକିନା ଏହା ଉଭୟ ମାଆ ଓ ଶିଶୁକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏଭଳି ଅନେକ ମହିଳା ଅଛନ୍ତି ଯେଉଁମାନଙ୍କୁ ଜଣା ନ ଥାଏ।

Reported By Narmada Behera Written By Narmada Behera
Published: Sep 24, 2026, 06:59 PM IST | Updated: Sep 24, 2026, 07:02 PM IST
Image Credit: ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ ମହିଳା ମାନେ କେଉଁ ପ୍ରକାର ଖାଦ୍ୟ ଖାଇବା ଉଚିତ୍
Join

Pregnancy Diet Chart: ଗର୍ଭବତୀ ମହିଳା ମାନଙ୍କ ପାଇଁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଇଥାଆନ୍ତି। କାହିଁକିନା ଏହା ଉଭୟ ମାଆ ଓ ଶିଶୁକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏଭଳି ଅନେକ ମହିଳା  ଅଛନ୍ତି ଯେଉଁମାନଙ୍କୁ ଜଣା ନ ଥାଏ। ସେମାନେ ଗର୍ଭାବସ୍ଥାରେ କେତେ ପରିମାଣର ଖାଦ୍ୟ ଖାଇବେ। ଯାହା ଦ୍ବାରା ସେମାନଙ୍କୁ ଆଇରନ୍, କ୍ୟାଲସିୟମ୍, ପ୍ରୋଟିନ୍ ,ଫ୍ଲୋରିକ୍ ଏସିଡ଼ ଓ ଅନ୍ୟାନ୍ୟ ଆବଶ୍ୟକୀୟ ପୁଷ୍ଟିକର ପଦାର୍ଥକୁ ପର୍ଯ୍ୟାପ୍ତ ପରିମାଣରେ ସାମିଲ୍ ନ କରିବାକୁ ପେଟରେ ଥିବା ପିଲା ଉପରେ ପ୍ରଭାବ ପଡିଥାଏ। ଗର୍ଭାବସ୍ଥାରେ ମହିଳାଙ୍କର ହର୍ମୋରନ୍ ମଧ୍ୟ ପରିବର୍ତ୍ତନ ହୋଇଥାଏ। ଯାହା ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ ହୋଇଥାଏ। କାହିଁକିନା ପୁଷ୍ଟିକର ଖାଦ୍ୟ ଖାଇଲେ ପେଟରେ ଥିବା ଶିଶୁର ଶାରୀରିକ ଓ ମାନସିକ ବିକାଶରେ ସାହାର୍ଯ୍ୟ କରିଥାଏ। ICMR ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ, ଗର୍ଭବତୀ ମହିଳାମାନେ ଗର୍ଭାବସ୍ଥାରେ ଏହିସବୁ ଖାଦ୍ୟ ଖାଇବା ବେଶ୍ ଜରୁରୀ।....ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ ମହିଳା ମାନେ କେଉଁ ପ୍ରକାର ଖାଦ୍ୟ ଖାଇବା ଉଚିତ୍...


ସକାଳ ଜଳଖିଆ:(ICMR) ଇଣ୍ତିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଦ୍ବାରା ଜାରି କରାଯାଇଥିବା ଡାଏଟ୍ ଚାର୍ଟରେ କୁହାଯାଇଛି ଯେ, ସକାଳ ୬ଟା ସମୟରେ ୧୫୦ ମିଲି କ୍ଷୀର ପିଇବା ଉଚିତ୍। ଯାହା ୧୦୦ କ୍ୟାଲୋରୀ ପ୍ରଦାନ କରିବାରେ ସହାୟକ ହୁଏ। ଏହାପରେ ୬୦ ଗ୍ରାମ୍ ଶସ୍ୟ, ୭୫ ଗ୍ରାମ୍ ପନିପରିବା, ୨୦ ଗ୍ରାମ୍ ଲଙ୍କା ,୨୦ ଗ୍ରାମ୍ ବାଦାମ୍ ସହ ୫ ଗ୍ରାମ୍ ତେଲ ନିଜ ଡାଏଟ୍ ରେ ନେୂା ଉଚିତ୍। ଯାହା ୪୨୫ କ୍ୟାଲୋରୀ ପ୍ରଦାନ୍ କରିବାରେ ସହାୟକ ହୁଏ। ସକାଳ ୮ ଭିତରେ ଜଳଖିଆ କରିବା ଉଚିତ୍। ଏହା ଯଥେଷ୍ଟ ପରିମାଣରେ ଶରୀରକୁ ପୁଷ୍ଟିକର ଖାଦ୍ୟ ଯୋଗାଇବ।  

ମଧ୍ୟାହ୍ନ ଭୋଜନ:ଜଣେ ମହିଳା ମଧ୍ୟାହ୍ନ ଭୋଜନରେ ୧୦୦ ଗ୍ରାମ୍ ଭାତ କିମ୍ବା ରୁଟି ଖାଇପାରିବେ। ଏହି ସହ ୩୦ ଗ୍ରାମ୍ ମାଂସ ଯୁକ୍ତ ଖାଦ୍ୟ ସହ ପନିପରିବା ତରକାରୀ ବି ଖାଇପାରିବେ। ୨୦ ମିଲି ଦହି ସହ ୧୦୦ ଗ୍ରାମ୍ ଫଳ ୭୫ ଗ୍ରାମ୍ ସବୁଜ ପନିପରିବା ଖାଇବା ଉଚିତ୍।ଯାହା ଅତି କମ୍ ରେ ୮୩୦ କ୍ୟାଲୋରୀ ପ୍ରଦାନ କରିବ। ମଧ୍ୟାହ୍ନ ଭୋଜନ ଦିନ ୧ଟା ଭିତରେ କରିବା ଉଚିତ୍।

ସନ୍ଧ୍ୟାରେ  ସାକ୍ସ: ସନ୍ଧ୍ୟା ସମୟରେ ବାଦାମ୍ , ଆଲମଣ୍ତ କିମ୍ବା ଖସା ଲଡୁ କିମ୍ବା ରାଶି ଲଡୁ ଖାଇପାରିବେ।ଯାହା ଆପଣଙ୍କୁ ୨୦ ଗ୍ରାମ୍ ପ୍ରୋଟିନ୍ ଯୋଗାଇବା ସହ ୫୦ ମିଲି କ୍ଷୀର ପିଇବା ଉଚିତ୍। ଯାହା ୧୩୫ କ୍ୟାଲୋରୀ ପ୍ରଦାନ କରିବାରେ ସାହାର୍ଯ୍ୟ କରିବ। ସଂନ୍ଧ୍ୟା ସମୟର ସାକ୍ସଟି ଦିନ୪ଟାରେ କରିବା ଭଲ ।

ରାତ୍ରିଭୋଜନ: ରାତ୍ରୀ ଭୋଜନ ପାଇଁ ୬୦ ଗ୍ରାମ୍ ର ରୁଟି କିମ୍ବା ଭାତ ଖାଇପାରିବେ। ଏହାସହ ୨୫ ଗ୍ରାମ୍ ର ଚଣା କିମ୍ବା ହରଡ଼ ଡାଲି ସହ ୭୫ ଗ୍ରାମ୍ ର ସବୁଜ ପନିପରିବା ସନ୍ତୁଳା ମଧ୍ୟ ନେଇ ପାରିବେ। ୫୦ ଗ୍ରାମ୍ ଫଳ  ମଧ୍ୟ ନେଇପାରିବେ। ଯାହା ଆପଣଙ୍କୁ ୪୮୫ କ୍ୟାଲୋରୀ ପ୍ରଦାନ କରିବ। ରାତ୍ରୀଭୋଜନ ରାତି ୮ଟାରେ ଖାଇଲେ ଭଲ ହେବ।

ରାତ୍ରିଭୋଜନ: 
ରାତ୍ରିଭୋଜନ ପାଇଁ, ୬୦ ଗ୍ରାମ ଭାତ କିମ୍ବା ଫୁଲକା ଖାଆନ୍ତୁ। ଏହା ସହିତ, ୨୫ ଗ୍ରାମ ଅର୍ହର ଡାଲ କିମ୍ବା ଚଣା (ଚଣା), ଅତି କମରେ ଅଧ କପ୍। ୭୫ ଗ୍ରାମ ସବୁଜ ପତ୍ରଯୁକ୍ତ ପନିପରିବା, କିମ୍ବା ଅଧ କପ୍, ଏବଂ ମୂଳ ସହିତ ଦେଢ଼ କପ୍ ମିଶ୍ରିତ ପନିପରିବା କରୀ ଖାଆନ୍ତୁ। ଏଥିରେ ୧୦ ଗ୍ରାମ ତେଲ ଅନ୍ତର୍ଭୁକ୍ତ ହେବା ଉଚିତ। ଏହା ସହିତ, ୫୦ ଗ୍ରାମ ଫଳ ମଧ୍ୟ ସାମିଲ କରନ୍ତୁ। ଏହା ୪୮୫ କ୍ୟାଲୋରୀ ପ୍ରଦାନ କରିବ। ରାତ୍ରୀ ଭୋଜନ ରାତି ୮ଟାରେ ଖାଇବା ଭଲ।


ଫ୍ଲୋରିକ୍ ଏସିଡ଼  ପୁଷ୍ଟିକର ପଦାର୍ଥ ନ୍ୟୁରୋଲ୍ ଟ୍ୟୁବ୍ ତ୍ରୃଟୁକୁ ରୋକିବାରେ ସାହାର୍ଯ୍ୟ କରେ। ଏବଂ ଆଇରନ୍ ଓ ବି-୧୨ ରକ୍ତହୀନତାକୁ ରୋକିବାରେ ସାହାର୍ଯ୍ୟ କରେ। ପ୍ରୋଟିନ୍ ଗର୍ଭାବସ୍ଥାରେ ମାଂସପେଶୀ ଓ ଟିସୁକୁ ମଜବୁତ୍ କରିବାରେ ସାହାର୍ଯ୍ୟ କରେ। ଏବଂ ଥକ୍କାପଣକୁ ରୋକିବାରେ ସାହାର୍ଯ୍ୟ କରେ। କ୍ୟାଲସିୟମ୍  ହାଡ଼ ତିଆରି ଓ ମଜବୁତ୍ କରିବାରେ ସାହାର୍ଯ୍ୟ କରେ। କୋଷ୍ଠକାଠିନ୍ୟ ,ଉଚ୍ଚ ରକ୍ତଚାପ  ଓ ମଧୁମେହ ଭଳି ସମସ୍ୟା ଏଡାଇବା ସବ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସାହାର୍ଯ୍ୟ କରେ। ଗର୍ଭାବସ୍ଥାରେ ଏକ ସନ୍ତୁଳିତ ଖାଦ୍ୟ ଜରୁରୀ ବୋଲି କହିଛି ICMR।


Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। ଦିଆଯାଇଥିବା ସୂଚନା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

 

Add Zee News as a Preferred Source

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES