ଅଭିନେତା ପୀୟୂଷ ତ୍ରିପାଠୀଙ୍କ ନାମରେ ବଡ ଅଭିଯୋଗ ! ଶବ ବ୍ୟବଚ୍ଛେଦ କରୁଥିବା କର୍ମଚାରୀଙ୍କୁ ମାଡ...
ଯାତ୍ରା କଳାକାର ପୀୟୂଷ ତ୍ରିପାଠୀଙ୍କ ସମେତ ଅନ୍ୟମାନେ କର୍ମଚାରୀଙ୍କୁ ଘେରିଯାଇ ମାଡ଼ ମାରିଥିବା ଅଭିଯୋଗ
Published: Nov 01, 2026, 01:32 PM IST
| Updated: Nov 01, 2026, 01:43 PM IST
ବାଲେଶ୍ବର: (ଅଭୟ ମହାନ୍ତି) ସୋରରୁ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କ ନାମରେ ଏକ ସଙ୍ଗିନ ଅଭିଯୋଗ ଆସିଛି। ଶବ ବ୍ୟବଛେଦକୁ ନେଇ ଡ଼ାକ୍ତରଖାନା ପରିସରରେ ଡାକ୍ତରଖାନା କର୍ମଚାରୀଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ଗତକାଲି ରାତିରେ ଯାତ୍ରା ସିଂହବାହିନୀର ନୃତ୍ୟ କଳାକାର ପ୍ରଶାନ୍ତ ମାଝୀ କୌଣସି କାରଣରୁ ଆତ୍ମହତ୍ୟା କରିଥିଲେ। ଆଜି ତାଙ୍କର ଶବ ବ୍ୟବଛେଦ ପାଇଁ ସିମୁଳିଆରୁ ସୋର ଡ଼ାକ୍ତରଖାନାକୁ ଆସିଥିଲା । ଶବ ବ୍ୟବଛେଦ ପାଇଁ ଥିବା କର୍ମଚାରୀଙ୍କ ମଧ୍ୟରେ ପୀୟୂଷଙ୍କର କଥା କଟକଟି ହୋଇଥିଲା। ଏହି ସମୟରେ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀଙ୍କ ସମେତ ଅନ୍ୟମାନେ କର୍ମଚାରୀଙ୍କୁ ଘେରିଯାଇ ମାଡ଼ ମାରିଥିଲେ। ଏନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପୋଲିସ ପହଁଞ୍ଚି ଲୋକମାନଙ୍କୁ ବୁଝା ସୁଝା କରିଥିବା ଜଣାପଡ଼ିଛି ।
Also Read- ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାରଙ୍କ ଦ୍ୱିତୀୟ ଇନିଂସ୍, ୫୬ ବର୍ଷ ବୟସରେ ଦ୍ବିତୀୟ ବିବାହ