• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଜାତୀୟ
  • /ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାରଙ୍କ ଦ୍ୱିତୀୟ ଇନିଂସ୍, ୫୬ ବର୍ଷ ବୟସରେ ଦ୍ବିତୀୟ ବିବାହ

ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାରଙ୍କ ଦ୍ୱିତୀୟ ଇନିଂସ୍, ୫୬ ବର୍ଷ ବୟସରେ ଦ୍ବିତୀୟ ବିବାହ

ସାମ୍ବାଦିକା ନିଧି ରାଜଦାନଙ୍କ ହାତ ଧରିଲେ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ।

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 01, 2026, 08:57 AM IST|Updated: Nov 01, 2026, 09:10 AM IST
joinshare
ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାରଙ୍କ ଦ୍ୱିତୀୟ ଇନିଂସ୍, ୫୬ ବର୍ଷ ବୟସରେ ଦ୍ବିତୀୟ ବିବାହ
Image Credit: CM Omar Abdullah With journalist Nidhi Razdan

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦ୍ୱିତୀୟ ବିବାହ କରିଛନ୍ତି । ୫୬ ବର୍ଷ ବୟସରେ ବରିଷ୍ଠ ସାମ୍ୱାଦିକା ନିଧି ରାଜଦାନଙ୍କୁ ବିବାହ କରିଛନ୍ତି ଓମାର । ବିବାହ ସମୟର ଫଟୋ ଏବେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ବିବାହ ପରେ ଉଭୟଙ୍କୁ ପ୍ରିୟଜନ ଏବଂ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଛନ୍ତି ।

ସାମ୍ୱାଦିକା ନିଧି ରାଜଦାନ ପୂର୍ବରୁ ମଧ୍ୟ ଅନେକ ଥର ଖବରର ଶିରୋନାମା ପାଲଟିଛନ୍ତି । ନିଧି ରାଜଦାନ ଜଣେ ସାମ୍ବାଦିକା। ସେ NDTV ର ପ୍ରାଇମ୍-ଟାଇମ୍ ଶୋ' 'ଲେଫ୍ଟ, ରାଇଟ୍ ଆଣ୍ଡ ସେଣ୍ଟର' ଏବଂ 'ଦ ବିଗ୍ ଫାଇଟ୍'ର ହୋଷ୍ଟ ଥିଲେ। ନିଜର ସଠିକ୍ ଶୈଳୀ, ସ୍ପଷ୍ଟ ପ୍ରଶ୍ନ ଏବଂ ସନ୍ତୁଳିତ ଆଭିମୁଖ୍ୟ ଯୋଗୁଁ ସେ ପ୍ରାୟ ଦୁଇ ଦଶନ୍ଧି ଧରି ସାମ୍ବାଦିକତା ଦୁନିଆରେ ରାଜ୍ କରିଥିଲେ। ବିଶେଷ କଥା ହେଉଛି ଏହା ଉଭୟଙ୍କର ଦ୍ୱିତୀୟ ବିବାହ। ଆସନ୍ତୁ ନିଧି ରାଜଦାନଙ୍କ ପାରିବାରିକ ପୃଷ୍ଠଭୂମି, କ୍ୟାରିୟର ଏବଂ ବିବାଦ ବିଷୟରେ ବିସ୍ତାର ଭାବରେ ଜାଣିବା।

ନିଧି ରାଜଦାନଙ୍କ ମୂଳତଃ ଜଣେ କାଶ୍ମୀରୀ ପଣ୍ଡିତ। ତାଙ୍କ ପରିବାର ଜାମ୍ମୁ-କାଶ୍ମୀରର ବଡ଼ଗାମ ଜିଲ୍ଲାର ବାସିନ୍ଦା। ତାଙ୍କର ଜନ୍ମ ୧୯୭୭ ମସିହାରେ ଦିଲ୍ଲୀରେ ହୋଇଥିଲା। ସାମ୍ବାଦିକତା ତାଙ୍କୁ ଏକ ପ୍ରକାର ଉତ୍ତରାଧିକାର ସୂତ୍ରରେ ମିଳିଥିଲା। ଏହାର କାରଣ ହେଉଛି ତାଙ୍କ ପିତା ମହାରାଜ କୃଷ୍ଣ ରାଜଦାନ ପ୍ରସିଦ୍ଧ ନ୍ୟୁଜ୍ ଏଜେନ୍ସି 'ପ୍ରେସ ଟ୍ରଷ୍ଟ ଅଫ୍ ଇଣ୍ଡିଆ' (PTI) ର ପ୍ରଧାନ ସମ୍ପାଦକ ରହିସାରିଛନ୍ତି। ନୂଆଦିଲ୍ଲୀର ଏପିଜେ ସ୍କୁଲରୁ ପାଠପଢ଼ା ଶେଷ କରିବା ପରେ ନିଧି ରାଜଦାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରସିଦ୍ଧ ଲେଡି ଶ୍ରୀ ରାମ କଲେଜରୁ ଗ୍ରାଜୁଏସନ କରିଥିଲେ। ଏହାପରେ ୧୯୯୮ ମସିହାରେ IIMC ରୁ ରେଡିଓ ଏବଂ ଟିଭି ସାମ୍ବାଦିକତାରେ ପୋଷ୍ଟ-ଗ୍ରାଜୁଏଟ୍ ଡିପ୍ଲୋମା ହାସଲ କରି ୧୯୯୯ରେ NDTV ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ।

ଯେତେବେଳେ ଦେଶରେ ଟିଭି ନ୍ୟୁଜ୍ ଚ୍ୟାନେଲଗୁଡ଼ିକ ଦ୍ରୁତ ଗତିରେ ବିସ୍ତାର କରୁଥିଲେ। ସେହି ସମୟରେ ନିଧି ଟିଭି ନ୍ୟୁଜ୍ ଚ୍ୟାନେଲରେ ଯୋଗ ଦେଇଥିଲେ ଏବଂ ଟିଭି ସାମ୍ବାଦିକତାରେ ନିଜର ଦପ୍‌ଦପା ଜାହିର କରିଥିଲେ। ପ୍ରାୟ ୨୧ ବର୍ଷ ଧରି NDTV ରେ ରହିବା ସମୟରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଭରେଜ୍ କରିଥିଲେ।

ଜୁନ୍ ୨୦୨୦ ରେ ନିଧି ରାଜଦାନ ହଠାତ୍ ସୋସିଆଲ ମିଡିଆରେ ଏକ ବଡ଼ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ସେ ନିଜ ପୋଷ୍ଟରେ ଲେଖିଥିଲେ ଯେ ତାଙ୍କୁ ବିଶ୍ୱର ପ୍ରତିଷ୍ଠିତ ହାର୍ଭାର୍ଡ ୟୁନିଭରସିଟିର 'ଫ୍ୟାକଲ୍ଟି ଅଫ୍ ଆର୍ଟସ ଆଣ୍ଡ ସାଇନ୍ସେସ୍'ରେ ସାମ୍ବାଦିକତାର 'ଆସୋସିଏଟ୍ ପ୍ରଫେସର' ଭାବରେ ନିଯୁକ୍ତି ମିଳିଛି। ଏହି କାରଣରୁ ସେ ୨୧ ବର୍ଷ ପରେ NDTV ଛାଡି ଯାଉଛନ୍ତି। ତାଙ୍କ ପୋଷ୍ଟ ଦେଖି ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଭବିଷ୍ୟତ ଜୀବନ ପାଇଁ ଶୁଭେଚ୍ଛା ଦେଇଥିଲେ। କିନ୍ତୁ କିଛି ମାସ ପରେ ଯେଉଁ ସତ୍ୟ ସାମ୍ନାକୁ ଆସିଲା, ତାହା ସମସ୍ତଙ୍କୁ ଚମକାଇ ଦେଇଥିଲା। ନିଧି ରାଜଦାନ ତାଙ୍କ ପୋଷ୍ଟର ପ୍ରାୟ ୭ ମାସ ପରେ ଜାନୁଆରୀ ୨୦୨୧ ରେ ଏକ ସାର୍ବଜନୀନ ବିବୃତ୍ତି ଜାରି କରି ନିଜ ସହ ହୋଇଥିବା ପ୍ରତାରଣାର ଖୁଲାସା କରିଥିଲେ। ସେ କହିଥିଲେ ଯେ ସେ ଏକ 'ଫିସିଂ ଆଟାକ'ର ଶିକାର ହୋଇଥିଲେ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ତାଙ୍କ ଚାକିରି ଅଫର ସମ୍ପୂର୍ଣ୍ଣ ନକଲି ଥିଲା। ତାଙ୍କୁ ଏକ ସୁଚିନ୍ତିତ ଯୋଜନା ଅନୁଯାୟୀ ନକଲି ଅଫର ଲେଟର ଜାରି କରି ଫସାଯାଇଥିଲା।

ନିଧି ରାଜଦାନ କହିଥିଲେ ଯେ ନଭେମ୍ବର ୨୦୧୯ ରେ ତାଙ୍କୁ ଏକ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିବା ପାଇଁ ନିମନ୍ତ୍ରଣ କରାଯାଇଥିଲା। ସେଠାରେ ତାଙ୍କୁ କିଛି ଲୋକ ଭେଟିଥିଲେ, ଯେଉଁମାନେ ନିଜକୁ ହାର୍ଭାର୍ଡର ପ୍ରତିନିଧି ବୋଲି ପରିଚୟ ଦେଇ ତାଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ସେମାନେ ବିଶ୍ୱବିଦ୍ୟାଳୟର ନକଲି ଅଫିସିଆଲ୍ ଡୋମେନ୍ ନେମ୍ ଏବଂ ଲୋଗୋ ଦେଖାଇ ତାଙ୍କର ୯୦ ମିନିଟ୍‌ର ଏକ ଅନଲାଇନ୍ ଇଣ୍ଟରଭ୍ୟୁ ନେଇଥିଲେ। ସେହି ଇଣ୍ଟରଭ୍ୟୁ ଦେଖିବାକୁ ସମ୍ପୂର୍ଣ୍ଣ ପ୍ରଫେସନାଲ୍ ଏବଂ ଅସଲି ଭଳି ଲାଗୁଥିଲା। ଏହାପରେ ତାଙ୍କୁ ସିଲେକ୍ଟ ହୋଇଥିବା କହି ଏକ ନକଲି ଅଫର ଲେଟର ମଧ୍ୟ ପଠାଯାଇଥିଲା। ସେ କହିଛନ୍ତି ଯେ, ଏହା ପରେ ସାଇବର ଅପରାଧୀମାନେ ତାଙ୍କୁ ୱାର୍କ-ଫ୍ରମ୍-ହୋମ୍ ଏବଂ କ୍ଲାସ୍ ନେବାର ସେଡ୍ୟୁଲ୍ ମଧ୍ୟ ପଠାଇଥିଲେ। କିନ୍ତୁ ଅନେକ ମାସ ବିତିଯିବା ପରେ ମଧ୍ୟ ଯେତେବେଳେ ଦରମା (ପେରୋଲ୍) ପ୍ରକ୍ରିୟା ଆରମ୍ଭ ହେଲାନାହିଁ, ସେତେବେଳେ ତାଙ୍କର ସନ୍ଦେହ ହେଲା। ଏହାପରେ ନିଧି ସିଧାସଳଖ ହାର୍ଭାର୍ଡ ୟୁନିଭରସିଟିର ଶୀର୍ଷ ପ୍ରଶାସନିକ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ।

ହାର୍ଭାର୍ଡ ପ୍ରଶାସନ ସ୍ପଷ୍ଟ କରିଥିଲା ଯେ, ସେମାନଙ୍କ ପକ୍ଷରୁ ଏଭଳି କୌଣସି ଅଫର ଲେଟର ଜାରି କରାଯାଇ ନାହିଁ କିମ୍ବା ନିଧି ନାମକ କୌଣସି ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ଏହା ପରେ ନିଧି ରାଜଦାନ ଦିଲ୍ଲୀ ପୋଲିସର ସାଇବର ସେଲ୍ ଏବଂ ଜାମ୍ମୁ-କାଶ୍ମୀର ପୋଲିସ ନିକଟରେ ଅଭିଯୋଗ ଦାଖଲ କରିବା ସହ ଏହି ମାମଲାର ଯାଞ୍ଚ ଆମେରିକାର ଗୋଇନ୍ଦା ସଂସ୍ଥା FBI ଦ୍ୱାରା କରାଇବାକୁ ଅନୁରୋଧ କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ସେ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ୍ ହୋଇଥିଲେ। ଲୋକେ ପ୍ରଶ୍ନ ଉଠାଇଥିଲେ ଯେ ଅଫର ଲେଟରର ସତ୍ୟତା ଜାଣିବା ପାଇଁ ସେ ସିଧାସଳଖ ହାର୍ଭାର୍ଡ ସହ ଯୋଗାଯୋଗ କାହିଁକି କଲେ ନାହିଁ। ପରେ ନିଧି ମଧ୍ୟ ନିଜର ଏହି ଭୁଲ୍ ସ୍ୱୀକାର କରିଥିଲେ ଏବଂ କହିଥିଲେ ଯେ ଭେରିଫିକେସନ୍ କରିବାରେ ତାଙ୍କ ପକ୍ଷରୁ ଅବହେଳା ହୋଇଥିଲା।

ଏହି ବଡ଼ ଝଟକା ପରେ ନିଧି ପୁଣି ଥରେ ଗଣମାଧ୍ୟମ ଦୁନିଆକୁ ଫେରିଥିଲେ। ସେ କିଛି ସମୟ ପାଇଁ NDTV ରେ ପୁଣି ଆଙ୍କରିଂ କରିଥିଲେ ଏବଂ ପରେ ଜାନୁଆରୀ ୨୦୨୩ ରେ ଚ୍ୟାନେଲ ଛାଡିଥିଲେ। ଏହାପରେ ସେ ଅନେକ ମିଡିଆ ସଂସ୍ଥାରେ ଗେଷ୍ଟ ଲେକ୍ଚରର ଭାବରେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ସେ ଲୟଡ୍ ଇନଷ୍ଟିଚ୍ୟୁଟ୍‌ର ସାମ୍ବାଦିକତା ବିଭାଗର ଡାଇରେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି।

Also Read- lpg cylinder prices: ଦୀପାବଳି ପୂର୍ବରୁ କମର୍ସିଆଲ୍ LPG ସିଲିଣ୍ଡର ମୂଲ୍ୟରେ ବୃଦ୍ଧି

Add Zee News as a Preferred Source
TAGS:
Odia News