• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଜାତୀୟ
  • /lpg cylinder prices: ଦୀପାବଳି ପୂର୍ବରୁ କମର୍ସିଆଲ୍ LPG ସିଲିଣ୍ଡର ମୂଲ୍ୟରେ ବୃଦ୍ଧି

lpg cylinder prices: ଦୀପାବଳି ପୂର୍ବରୁ କମର୍ସିଆଲ୍ LPG ସିଲିଣ୍ଡର ମୂଲ୍ୟରେ ବୃଦ୍ଧି

lpg cylinder prices: ଦୀପାବଳି ପୂର୍ବରୁ କମର୍ସିଆଲ୍ LPG ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ଘଟିଛି। ପାର୍ବଣ ଋତୁରେ ହୋଇଥିବା ଏହି ଦରବୃଦ୍ଧିକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 01, 2026, 08:33 AM IST|Updated: Nov 01, 2026, 08:39 AM IST
joinshare
lpg cylinder prices: ଦୀପାବଳି ପୂର୍ବରୁ କମର୍ସିଆଲ୍ LPG ସିଲିଣ୍ଡର ମୂଲ୍ୟରେ ବୃଦ୍ଧି
Image Credit: commercial lpg cylinder prices hike

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

lpg cylinder prices: ଦୀପାବଳି ପୂର୍ବରୁ ଗ୍ରାହକଙ୍କ ପାଇଁ ଝଟକା ଦେବା ପରି ଖବର ଆସିଛି । ସରକାର କମର୍ସିଆଲ୍ LPG ସିଲିଣ୍ଡର ମୂଲ୍ୟ ବଢ଼ାଇଛନ୍ତି। ନଭେମ୍ବର ୧ ତାରିଖରୁ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ୍ LPG ସିଲିଣ୍ଡର ମୂଲ୍ୟରେ ଏହି ବୃଦ୍ଧି ହୋଇଛି। ଏବେ ଦେଶର ରାଜଧାନୀ ଦିଲ୍ଲୀରେ କମର୍ସିଆଲ୍ ସିଲିଣ୍ଡର ୧୦ ଟଙ୍କା ମହଙ୍ଗା ହୋଇଛି, ଯାହାର ନୂଆ ମୂଲ୍ୟ ୨,୮୨୦ ଟଙ୍କା ହୋଇଯାଇଛି। ସେହିପରି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମଧ୍ୟ କମର୍ସିଆଲ୍ ସିଲିଣ୍ଡର ଦାମରେ ୧୦ ଟଙ୍କା ବୃଦ୍ଧି ପାଇଛି, ସେଠାରେ ଏହାର ନୂଆ ମୂଲ୍ୟ ୨,୭୭୪.୫୦ ଟଙ୍କା ହୋଇଛି। ଆପଣଙ୍କୁ କହିରଖୁଛୁ ଯେ, ଅକ୍ଟୋବର ୧ ତାରିଖରେ ମଧ୍ୟ କମର୍ସିଆଲ୍ LPG ସିଲିଣ୍ଡରର ଦାମ ବଢ଼ିଥିଲା। ତେବେ ସେତେବେଳେ ଦିଲ୍ଲୀରେ ୧୯ କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡର ୬୨.୫୦ ଟଙ୍କା ମହଙ୍ଗା ହୋଇଥିଲା। ଅନ୍ୟପଟେ, ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ବୃଦ୍ଧି କରାଯାଇ ନଥିଲା।

କୋଲକାତାରେ ଗୋଟିଏ ସିଲିଣ୍ଡର ୧୦ ଟଙ୍କା ମହଙ୍ଗା ହୋଇ ୨,୯୬୪ ଟଙ୍କା ହୋଇଛି। ଚେନ୍ନାଇରେ ୧୧.୫୦ ଟଙ୍କା ମହଙ୍ଗା ହୋଇ ଗୋଟିଏ ସିଲିଣ୍ଡରର ଦାମ ୨,୯୯୪.୫୦ ଟଙ୍କା ହୋଇଛି। ଏହି ସାମାନ୍ୟ ଝଟ୍‌କା ପରେ ହୋଟେଲ ଇଣ୍ଡଷ୍ଟ୍ରି, ରେଷ୍ଟୁରାଣ୍ଟ, ଢାବା ଏବଂ କ୍ୟାଟରିଂ ବ୍ୟବସାୟ ଉପରେ ଏହାର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି। ସେଠାରେ କେତେକ ଜିନିଷର ମୂଲ୍ୟ ବୃଦ୍ଧି ପାଇପାରେ। ବିଶେଷ କରି ଦୀପାବଳି ସମୟରେ ମିଠା ଏବଂ ଖାଦ୍ୟପେୟ ସାମଗ୍ରୀର ଚାହିଦା ଅଧିକ ରହିଥାଏ। ଏଭଳି ପରିସ୍ଥିତିରେ ବ୍ୟବସାୟୀମାନେ ବର୍ଦ୍ଧିତ ଖର୍ଚ୍ଚର କିଛି ଅଂଶ ଗ୍ରାହକଙ୍କଠାରୁ ଅସୁଲ କରିପାରନ୍ତି।

ପେଟ୍ରୋଲିୟମ କମ୍ପାନୀଗୁଡ଼ିକର ଏହି ସଦ୍ୟ ନିଷ୍ପତ୍ତି ଯୋଗୁଁ ଆପଣଙ୍କୁ ବ୍ୟସ୍ତ ହେବାର ଆଦୌ ଆବଶ୍ୟକତା ନାହିଁ। କାରଣ ସରକାର ଘରୋଇ LPG ରୋଷେଇ ଗ୍ୟାସର କୋଟି କୋଟି ଗ୍ରାହକଙ୍କୁ ପାର୍ବଣ ଋତୁରେ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ପର୍ବପର୍ବାଣୀ ପୂର୍ବରୁ ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଅର୍ଥାତ୍ ଘରେ ରୋଷେଇ ପାଇଁ ବ୍ୟବହାର କରାଯାଉଥିବା ସିଲିଣ୍ଡରର ଦାମ ପୂର୍ବପରି ଅପରିବର୍ତ୍ତିତ ରହିଛି। କିଛି ସହରରେ କମର୍ସିଆଲ୍ LPG ର ମୂଲ୍ୟ ୩୧୦୦ ଟଙ୍କା ପାର୍ ହୋଇଯାଇଛି। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇବା ଏହି LPG ଦରବୃଦ୍ଧିର ମୁଖ୍ୟ କାରଣ ବୋଲି ମନେ କରାଯାଉଛି। ଉପସାଗରୀୟ ଦେଶଗୁଡ଼ିକର ବର୍ତ୍ତମାନର ସ୍ଥିତି ଯୋଗୁଁ ତେଲ ଓ ଗ୍ୟାସର ଦାମ ବଢ଼ିଛି। ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍‌ରୁ ସାରା ବିଶ୍ୱରେ ତେଲ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହାଫଳରେ ଭାରତ ସମେତ ଅନେକ ଦେଶରେ LPG ଭଳି ପେଟ୍ରୋଲିୟମ ଉତ୍ପାଦର ଯୋଗାଣରେ ବଡ଼ ଧରଣର ହ୍ରାସ ଘଟିଛି।

Add Zee News as a Preferred Source
TAGS:
Odia News