SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Amitabh Bachchan: ଟେନସନ୍ ରେ ବିଗ୍ ବି!ପୁଣି ଅମିତାଭଙ୍କ ବଙ୍ଗଳାକୁ ବୋମାରେ ଉଡାଇ ଦେବାକୁ ଧମକ

Amitabh Bachchan: ବଲିଉଡ଼ ବିଗ୍-ବି ଅମିତାଭ ବଚ୍ଚନଙ୍କ ବଙ୍ଗଳାକୁ ବୋମାରେ ଉଡାଇ ଦେବାକୁ ପୁଣି ଧମକ ଆସିଛି।

Written By Narmada Behera Edited By Narmada Behera
Published: Nov 13, 2026, 07:43 AM IST | Updated: Nov 13, 2026, 07:48 AM IST
Image Credit: Representative -Social Media
Join

Amitabh Bachchan: ବଲିଉଡ଼ ବିଗ୍-ବି ଅମିତାଭ ବଚ୍ଚନଙ୍କ ବଙ୍ଗଳାକୁ ବୋମାରେ ଉଡାଇ ଦେବାକୁ ପୁଣି ଧମକ ଆସିଛି। ଗୁରୁବାର ସକାଳେ ଏକ ଇ-ମେଲ୍ ମାଧ୍ୟମରେ  ଏହି ଧମକ ଆସିଛି।  ଅପରାହ୍ନ ୧ଟା ୧୧ରେ ପଞ୍ଜାବ ନ୍ୟାସନାଲ୍  ବ୍ୟାଙ୍କ୍ ( ପିଏନବି) ର ମୁମ୍ବାଇ ବ୍ରାଂଚରୁ  ବିସ୍ପୋରଣ ହେବ ବୋଲି  ମଧ୍ୟ ଇମେଲ୍ ରେ କୁହାଯାଇଥିଲା।  ଇ-ମେଲ୍ ରେ  ନଭେମ୍ବର ୧୭ ଏବଂ  ଡିସେମ୍ବର ୩୧ ର ସମେତ ଅନେକ  ତାରିଖ ରହିଛି।  ସୁରକ୍ଷା ଅଧିକାରୀଙ୍କ  ଅନୁସାରେ, ଏଥିରେ ମୁମ୍ବାଇର କେତେକ ବ୍ୟାଙ୍କ୍ କୁ  ବୋମାରେ ଉଡାଇ ଦେବାକୁ ଧମକ୍ ଦିଆଯାଇଛି।  ସେହିପରି ଗତ ୨୦ ଦିନରେ ତୃତୀୟ ଥର ପାଇଁ  ଅମିତାଭଙ୍କ  ବଙ୍ଗଳା  'ଜଲସା 'ରେ ବୋମାମାଡ଼ର ଧମକ ମିଳିଛି।  ସଦ୍ୟ ମେଲରେ ଖଲିସ୍ତାନ ଏବଂ  ଖଲିସ୍ତାନ୍ ନ୍ୟାସନାଲ୍ ଆର୍ମି ନାମକ ଏକ ସଂଗଠନ ନାଁ ଉଲ୍ଲେଖ ରହିଛି। ଏହି ମେଲକୁ ପିଏମବିର ମୁମ୍ବାଇ ଜୋନାଲ୍ ଅଫିସ୍ , କଫ୍ ପରେ ସ୍ଥିତ ଲୋକାଲ୍ କ୍ରାଇମ୍  ବ୍ରାଞ୍ଚ୍ ଏବଂ ଦକ୍ଷିଣ ମୁମ୍ବାଇର ଜଭେରି ବଜାର ବ୍ରାଞ୍ଚକୁ ପଠାଯାଇଛି।

ALSO READ: PMAY: ଖୁସି ଖବର!ଏହି ଦିନ ହିତାଧିକାରୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର

ALSO READ: Cyclone Update:ପୁଣି ସାମ୍ଭାବ୍ୟ ବାତ୍ୟା ଭୟ! ଆଜି ଲଘୁଚାପ, ୧୫ରେ ଅବପାତ

ALSO READ: Today Horoscope: ଆଜି ଏହିସବୁ ରାଶି ରୁହନ୍ତୁ ସତର୍କ! ବଢିପାରେ ସମସ୍ୟା,ପଢନ୍ତୁ ରାଶିଫଳ

 

 

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES