• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ମନୋରଞ୍ଜନ
  • /ଆୟୁଷ୍ମାନ ଓ ତୁଷାର କପୁରଙ୍କୁ ଧମକ ଦେଇ ଟଙ୍କା ଆଦାୟ ଉଦ୍ୟମ, ପୋଲିସ ଜାଲରେ IT ଇଞ୍ଜିନିୟର

ଆୟୁଷ୍ମାନ ଓ ତୁଷାର କପୁରଙ୍କୁ ଧମକ ଦେଇ ଟଙ୍କା ଆଦାୟ ଉଦ୍ୟମ, ପୋଲିସ ଜାଲରେ IT ଇଞ୍ଜିନିୟର

ପୋଲିସର ସୂଚନା ଅନୁସାରେ, ବୈଭବ ମିଶ୍ର ଇନଷ୍ଟାଗ୍ରାମ ମାଧ୍ୟମରେ ଆୟୁଷ୍ମାନ ଖୁରାନାଙ୍କ ସମେତ ଅନ୍ୟ କେତେକ ଅଭିନେତାଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିଲେ। ଏହା ସହିତ ଅଭିନେତା ତୁଷାର କପୁରଙ୍କୁ ଏକ ଅଡିଓ କ୍ଲିପ୍ ପଠାଇ ୫ କୋଟି ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି।

Written ByPriyambada RanaEdited ByPriyambada Rana
Published: Nov 04, 2026, 09:19 PM IST|Updated: Nov 04, 2026, 09:24 PM IST
joinshare
ଆୟୁଷ୍ମାନ ଓ ତୁଷାର କପୁରଙ୍କୁ ଧମକ ଦେଇ ଟଙ୍କା ଆଦାୟ ଉଦ୍ୟମ, ପୋଲିସ ଜାଲରେ IT ଇଞ୍ଜିନିୟର
Image Credit: ଆୟୁଷ୍ମାନ ଓ ତୁଷାର କପୁରଙ୍କୁ ଧମକ ଦେଇ ଟଙ୍କା ଆଦାୟ ଉଦ୍ୟମ, ପୋଲିସ ଜାଲରେ IT ଇଞ୍ଜିନିୟର

About the Author

    Priyambada Rana

    Priyambada Rana

    I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    ମୁମ୍ବାଇ: ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନା ଓ ତୁଷାର କପୁରଙ୍କୁ ଧମକ ଦେଇ ଟଙ୍କା ଆଦାୟ ଉଦ୍ୟମ କରିବା ଅଭିଯୋଗରେ ଜଣେ ୩୦ ବର୍ଷୀୟ IT ଇଞ୍ଜିନିୟରଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସର କ୍ରାଇମ୍ ବ୍ରାଞ୍ଚ। ଅଭିଯୁକ୍ତଙ୍କ ନାମ ବୈଭବ ମିଶ୍ର। ସେ ବେଙ୍ଗାଲୁରୁରେ ରହି IT ଇଞ୍ଜିନିୟର ଭାବେ କାମ କରୁଥିଲେ।

    ପୋଲିସର ସୂଚନା ଅନୁସାରେ, ବୈଭବ ମିଶ୍ର ଇନଷ୍ଟାଗ୍ରାମ ମାଧ୍ୟମରେ ଆୟୁଷ୍ମାନ ଖୁରାନାଙ୍କ ସମେତ ଅନ୍ୟ କେତେକ ଅଭିନେତାଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିଲେ। ଏହା ସହିତ ଅଭିନେତା ତୁଷାର କପୁରଙ୍କୁ ଏକ ଅଡିଓ କ୍ଲିପ୍ ପଠାଇ ୫ କୋଟି ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି।

    କିଏ ପଠାଉଥିଲା ଧମକପୂର୍ଣ୍ଣ ମେସେଜ୍?
    ଅଭିନେତାମାନଙ୍କ ପକ୍ଷରୁ ପୋଲିସକୁ ଅଭିଯୋଗ ମିଳିବା ପରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତଙ୍କ ଅନଲାଇନ୍ ପ୍ରୋଫାଇଲ୍ ଓ ବୈଷୟିକ ତଥ୍ୟ ଆଧାରରେ ତାଙ୍କ ଠିକଣା ଖୋଜି ବେଙ୍ଗାଲୁରୁରେ ପହଞ୍ଚିଥିଲା ପୋଲିସ। ଏହାପରେ ବୈଭବ ମିଶ୍ରଙ୍କୁ ହେପାଜତକୁ ନିଆଯାଇଛି।

    କ୍ରାଇମ୍ ବ୍ରାଞ୍ଚର ଡେପୁଟି କମିଶନର ଅଫ୍ ପୋଲିସ୍ ରାଜତିଲକ ରୌଶନ ଗିରଫଦାରୀ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ବେଙ୍ଗାଲୁରୁର ସ୍ଥାନୀୟ ଅଦାଲତରୁ ଟ୍ରାନ୍‌ଜିଟ୍ ରିମାଣ୍ଡ୍ ମିଳିବା ପରେ ଅଭିଯୁକ୍ତଙ୍କୁ ମୁମ୍ବାଇ ଅଣାଯିବ ବୋଲି ପୋଲିସ କହିଛି।

    ବିଷ୍ଣୋଇ ଗ୍ୟାଙ୍ଗ୍ ସହ ଲିଙ୍କ୍ ନେଇ ତଦନ୍ତ:
    ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ବୈଭବ ମିଶ୍ରଙ୍କର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସହ କୌଣସି ସମ୍ପର୍କ ଥିବା ଜଣାପଡ଼ିନାହିଁ। ତେବେ ଏହି ଦିଗକୁ ନେଇ ଅଧିକ ପଚରାଉଚରା ଓ ତଦନ୍ତ ଜାରି ରହିଛି। ବଲିଉଡ୍ ଅଭିନେତାଙ୍କୁ ଧମକ ଦେବା ଏବଂ ଟଙ୍କା ଆଦାୟ କରିବା ଉଦ୍ଦେଶ୍ୟରେ ସେ ସାମ୍ପ୍ରତିକ ଘଟଣାଗୁଡ଼ିକର ଫାଇଦା ଉଠାଇବାକୁ ଚେଷ୍ଟା କରିଥିବା ପୋଲିସର ସନ୍ଦେହ।

    ଟାଇଗର ଶ୍ରଫ୍‌ଙ୍କ କାର୍‌ ଉପରେ ଗୁଳିମାଡ଼ ପରେ ବଢ଼ିଥିଲା ଆତଙ୍କ
    ଗତ ଅକ୍ଟୋବର ୧୮ ତାରିଖରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଅଭିନେତା ଟାଇଗର ଶ୍ରଫ୍‌ଙ୍କ କାର୍‌ ଉପରେ ଗୁଳିମାଡ଼ ଘଟଣା ପରେ ବଲିଉଡ୍‌ରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହାର କିଛି ଦିନ ପରେ ତୁଷାର କପୁରଙ୍କୁ ଏକ ଧମକପୂର୍ଣ୍ଣ ଅଡିଓ କ୍ଲିପ୍ ମିଳିଥିଲା। ଏହି ଅଡିଓଟି ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ନିକଟତର ସହଯୋଗୀ ହରିଚନ୍ଦ ଜାଟ୍‌ ଓରଫ୍ ହ୍ୟାରି ବକ୍ସରଙ୍କ ପକ୍ଷରୁ ପଠାଯାଇଥିବା ଦାବି କରାଯାଇଥିଲା।

    ଏହି ଧମକପୂର୍ଣ୍ଣ ଅଡିଓକୁ ନେଇ ତୁଷାର କପୁର ପୋଲିସକୁ ଜଣାଇଥିଲେ। ପୋଲିସ ଅଡିଓ କ୍ଲିପ୍‌କୁ ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଇଥିଲା। ତେବେ ଅଡିଓରେ ଥିବା ସ୍ୱର ହ୍ୟାରି ବକ୍ସରଙ୍କ ପୋଲିସ ରେକର୍ଡରେ ଥିବା ସ୍ୱର ସହ ମେଳ ଖାଇନଥିଲା। ତେଣୁ ଏହା ପଛରେ ଅନ୍ୟ କେହି ଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରିଥିଲା।

    ବର୍ତ୍ତମାନ ବୈଭବ ମିଶ୍ରଙ୍କ ଗିରଫଦାରୀ ପରେ ଏହି ଧମକ ଘଟଣାଗୁଡ଼ିକ ପଛରେ ତାଙ୍କର କେତେ ଭୂମିକା ରହିଛି ଏବଂ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ, ସେନେଇ ମୁମ୍ବାଇ ପୋଲିସ ତଦନ୍ତ ଜାରି ରଖିଛି।

    Add Zee News as a Preferred Source
    TAGS:
    Entertainment News