• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ମନୋରଞ୍ଜନ
  • /Entertainment News: ଓଡ଼ିଆ ସିନେମା ପାଇଁ ନୂଆ ଯୁଗ ଆରମ୍ଭ, ପ୍ରମୁଖ ଦକ୍ଷିଣ ଭାରତ ଓଟିଟି ‘ଆହା’ ସିଧାସଳଖ କିଣିଲା ହରର୍ ଫିଲ୍ମ 'ଦହନ'

Entertainment News: ଓଡ଼ିଆ ସିନେମା ପାଇଁ ନୂଆ ଯୁଗ ଆରମ୍ଭ, ପ୍ରମୁଖ ଦକ୍ଷିଣ ଭାରତ ଓଟିଟି ‘ଆହା’ ସିଧାସଳଖ କିଣିଲା ହରର୍ ଫିଲ୍ମ 'ଦହନ'

Entertainment News: ଓଡ଼ିଆ ସିନେମା ଇତିହାସରେ ଯୋଡ଼ି ହୋଇଛି ଏକ ନୂତନ ତଥା ସ୍ୱର୍ଣ୍ଣିମ ଅଧ୍ୟାୟ। ପ୍ରଥମ ଥର ପାଇଁ ଏକ ଓଡ଼ିଆ ଚଳଚ୍ଚିତ୍ର ‘ଦହନ – ଦ ଇଭିଲ୍ ୱିଥିନ୍’ କୁ ଲୋକପ୍ରିୟ ସାଉଥ୍ ଷ୍ଟ୍ରିମିଂ ପ୍ଲାଟଫର୍ମ ‘ଆହା’ସିଧାସଳଖ କିଣିନେଇଛି।

Written ByNarmada BeheraEdited ByNarmada Behera
Published: Oct 10, 2026, 03:53 PM IST|Updated: Oct 10, 2026, 03:55 PM IST
joinshare
Entertainment News: ଓଡ଼ିଆ ସିନେମା ପାଇଁ ନୂଆ ଯୁଗ ଆରମ୍ଭ, ପ୍ରମୁଖ ଦକ୍ଷିଣ ଭାରତ ଓଟିଟି ‘ଆହା’ ସିଧାସଳଖ କିଣିଲା ହରର୍ ଫିଲ୍ମ 'ଦହନ'
Image Credit: ଓଡ଼ିଆ ସିନେମା ପାଇଁ ନୂଆ ଯୁଗ ଆରମ୍ଭ, ପ୍ରମୁଖ ଦକ୍ଷିଣ ଭାରତ ଓଟିଟି ‘ଆହା’ ସିଧାସଳଖ କିଣିଲା ହରର୍ ଫିଲ୍ମ 'ଦହନ'

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Entertainment News: ଓଡ଼ିଆ ସିନେମା ଇତିହାସରେ ଯୋଡ଼ି ହୋଇଛି ଏକ ନୂତନ ତଥା ସ୍ୱର୍ଣ୍ଣିମ ଅଧ୍ୟାୟ। ପ୍ରଥମ ଥର ପାଇଁ ଏକ ଓଡ଼ିଆ ଚଳଚ୍ଚିତ୍ର ‘ଦହନ – ଦ ଇଭିଲ୍ ୱିଥିନ୍’ କୁ ଲୋକପ୍ରିୟ ସାଉଥ୍ ଷ୍ଟ୍ରିମିଂ ପ୍ଲାଟଫର୍ମ ‘ଆହା’ସିଧାସଳଖ କିଣିନେଇଛି। ଏହା କୌଣସି ସାଧାରଣ ପେ-ପର୍-ଭ୍ୟୁ ବା ରାଜସ୍ୱ-ଭାଗିଦାରୀ ଚୁକ୍ତି ନୁହେଁ, ବରଂ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଏକ ଯୁଗାନ୍ତକାରୀ ବ୍ୟବସାୟିକ ସଫଳତା।

    ସେପ୍ଟେମ୍ବର ୧୧, ୨୦୨୬ରେ ମୁକ୍ତିଲାଭ କରିଥିବା ଏହି ସୁପରନ୍ୟାଚୁରାଲ୍ ହରର୍ ଫିଲ୍ମ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି। କଟକର ଐତିହାସିକ କିଲ୍ଲା ଡାଳିଯୋଡ଼ା ଏବଂ ଏକ ରହସ୍ୟମୟ 'ଡିବୁକ୍' ବକ୍ସକୁ ନେଇ ଗତିଶୀଳ ଏହାର କାହାଣୀ ଦର୍ଶକଙ୍କ ଦେହରେ ଶିହରଣ ସୃଷ୍ଟି କରିଛି। ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶନା ତଥା ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ବର୍ଷା ପଟ୍ଟନାୟକ, ଔରୋଶିଖା ମିଶ୍ର, ପାର୍ଥ ସାରଥୀ ରାୟ ଓ ସମ୍ରାଟ ମହାପାତ୍ରଙ୍କ ଭଳି ଦକ୍ଷ କଳାକାରଙ୍କ ଜୀବନ୍ତ ଅଭିନୟ ରହିଛି।  ପୂର୍ବରୁ ଆମାଜନ ପ୍ରାଇମରୁ 'ତୁଳସୀ ଅପା' କାଢ଼ି ନିଆଯିବା ଘଟଣା ନିର୍ଦ୍ଦେଶକଙ୍କୁ ନିରାଶ କରିଥିଲା। ମାତ୍ର ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ଓଡ଼ିଆ ଫିଲ୍ମକୁ ଏକ ବୃହତ୍ତର ପ୍ଲାଟଫର୍ମରେ ପହଞ୍ଚାଇବା ତାଙ୍କ ପାଇଁ ଏକ ଭାବପ୍ରବଣ ତଥା ବଡ଼ ବିଜୟ।

    ଖୁବଶୀଘ୍ର ‘ଆହା’ରେ ଷ୍ଟ୍ରିମିଂ ହେବାକୁ ଥିବା 'ଦହନ', ସମଗ୍ର ଜାତୀୟ ଡିଜିଟାଲ୍ ଦରବାରରେ ଓଡ଼ିଆ ସିନେମାର ଦବଦବା ବଢ଼ାଇବା ସହ ଆଗାମୀ ନିର୍ମାତାଙ୍କ ପାଇଁ ଏକ ବିଶାଳ ସୁଯୋଗର ଦ୍ୱାର ଖୋଲିଦେଇଛି। ଏହା ସମଗ୍ର ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ!

    Add Zee News as a Preferred Source
    TAGS:
    Odia News