Daler Mehndi: ପ୍ରସିଦ୍ଧ ପଞ୍ଜାବୀ ଗାୟକ ଦଲେର ମେହେନ୍ଦୀଙ୍କୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଉତ୍ତରାଖଣ୍ଡର ଏକ ନବରାତ୍ରି କାର୍ଯ୍ୟକ୍ରମରେ ଗୀତ ଗାଇବା ସମୟରେ ସେ ନିଶାଗ୍ରସ୍ତ ଥିବା ଅଭିଯୋଗ କରି ରାଜ୍ୟର କ୍ୟାବିନେଟ୍ ମନ୍ତ୍ରୀ ସୁବୋଧ ଉନିୟାଲ ତାଙ୍କୁ ମଞ୍ଚ ଉପରେ ତାଗିଦ୍ କରିଥିବା ଏକ ଭିଡିଓ ଭାଇରାଲ୍ ହେଉଛି। ତେବେ ଗାୟକ ନିଶାଗ୍ରସ୍ତ ଥିବା ଅଭିଯୋଗ ମନ୍ତ୍ରୀଙ୍କ ପକ୍ଷରୁ କରାଯାଇଛି।
ନବରାତ୍ରି କାର୍ଯ୍ୟକ୍ରମରେ ଘଟିଲା କ’ଣ?
ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ଟିହରୀ ଜିଲ୍ଲା ଅନ୍ତର୍ଗତ ନରେନ୍ଦ୍ରନଗରରେ ଆୟୋଜିତ କୁଞ୍ଜାପୁରୀ ମେଳାର ନବରାତ୍ରି କାର୍ଯ୍ୟକ୍ରମରେ ପରିବେଷଣ ପାଇଁ ଦଲେର ମେହେନ୍ଦୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେ ମଞ୍ଚରେ ଗୀତ ଗାଉଥିବା ସମୟରେ କ୍ୟାବିନେଟ୍ ମନ୍ତ୍ରୀ ସୁବୋଧ ଉନିୟାଲ ମଞ୍ଚକୁ ଆସିଥିଲେ। ଗାୟକ ଠିକ୍ ଭାବେ କଥା କହିପାରୁନଥିବା ଏବଂ ନିଶାଗ୍ରସ୍ତ ଅବସ୍ଥାରେ ଥିବା ଅଭିଯୋଗ କରି ମନ୍ତ୍ରୀ ତାଙ୍କ ପ୍ରଦର୍ଶନକୁ ବନ୍ଦ କରିବାକୁ କହିଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି।
दिलेर मेहंदी पर फूटा कैबिनेट मंत्री सुबोध उनियाल का गुस्सा उत्तराखंड में एक कार्यक्रम के दौरान मशहूर पंजाबी सिंगर दिलेर मेहंदी को भजन गाने के लिए बुलाया गया था। जहां मौजूद मंत्री सुबोध उनियाल ने कहा, बोल तो पा नहीं रहे गाना क्या गाओगे! आखिर क्यों नहीं बोल पा रहे थे दिलेर मेहंदी?
— Bhupi Panwar (@askbhupi) October 19, 2026
‘କଥା କହି ହେଉନି, ଗୀତ କ’ଣ ଗାଇବେ?’
ସୋସିଆଲ୍ ମିଡିଆରେ ପ୍ରସାରିତ ଭିଡିଓରେ ମନ୍ତ୍ରୀ ସୁବୋଧ ଉନିୟାଲଙ୍କୁ ଦଲେର ମେହେନ୍ଦୀଙ୍କୁ କହୁଥିବା ଶୁଣିବାକୁ ମିଳୁଛି, “ଆପଣଙ୍କ ଦ୍ୱାରା କଥା କହି ହେଉନାହିଁ, ଗୀତ କ’ଣ ଗାଇବେ?” ଏହା ସହ ଦୁର୍ଗା ପୂଜା ଭଳି ଧାର୍ମିକ କାର୍ଯ୍ୟକ୍ରମରେ ମଦ୍ୟପାନ କରି ଗୀତ ଗାଇବା ଉଚିତ୍ ନୁହେଁ ବୋଲି ସେ ଆପତ୍ତି ଉଠାଇଥିବା ରିପୋର୍ଟରେ କୁହାଯାଇଛି। ଘଟଣାକୁ ଦେଖି ସେଠାରେ ଉପସ୍ଥିତ ଗାୟକଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ।
ମନ୍ତ୍ରୀ କ’ଣ କହିଲେ?
‘ଇଣ୍ଡିଆନ୍ ଏକ୍ସପ୍ରେସ୍’କୁ ପ୍ରତିକ୍ରିୟା ଦେଇ ସୁବୋଧ ଉନିୟାଲ କହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଦଲେର ମେହେନ୍ଦୀ ଜଣେ ବଡ଼ କଳାକାର ହୋଇଥିଲେ ମଧ୍ୟ କାର୍ଯ୍ୟକ୍ରମ ସମୟରେ ନିଶାଗ୍ରସ୍ତ ଥିବା ତାଙ୍କର ଅଭିଯୋଗ। ଏହି କାର୍ଯ୍ୟକ୍ରମ ପାଇଁ ଗାୟକଙ୍କୁ ଲକ୍ଷାଧିକ ଟଙ୍କା ଦିଆଯାଇଥିବା ସହ ଯାତାୟାତ ଖର୍ଚ୍ଚ ମଧ୍ୟ ବହନ କରାଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି। ଗାୟକ ମଞ୍ଚରେ ଠିକ୍ ଭାବେ ଗାଇପାରୁନଥିବାରୁ ତାଙ୍କୁ ନିଜେ ମଞ୍ଚକୁ ଯାଇ ଅଟକାଇବାକୁ ପଡ଼ିଥିଲା ବୋଲି ସେ ଦାବି କରିଛନ୍ତି।
ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଦଲେର ମେହେନ୍ଦୀ ଓ ମନ୍ତ୍ରୀ ସୁବୋଧ ଉନିୟାଲଙ୍କୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଚାଲିଛି। ତେବେ ଗାୟକ ନିଶାଗ୍ରସ୍ତ ଥିବା ଅଭିଯୋଗ ସମ୍ପର୍କରେ ଏଠାରେ ଦିଆଯାଇଥିବା ସୂଚନା ମନ୍ତ୍ରୀଙ୍କ ଦାବି ଉପରେ ଆଧାରିତ।