• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ମନୋରଞ୍ଜନ
  • /ଦୀପାବଳିରେ ମାଗଣାରେ ଦେଖନ୍ତୁ ସୁପରଷ୍ଟାର ଅନୁଭବଙ୍କ ସସ୍‌ପେନ୍ସ ଥ୍ରିଲର ‘ଛକି ଶୂନ’

ଦୀପାବଳିରେ ମାଗଣାରେ ଦେଖନ୍ତୁ ସୁପରଷ୍ଟାର ଅନୁଭବଙ୍କ ସସ୍‌ପେନ୍ସ ଥ୍ରିଲର ‘ଛକି ଶୂନ’

ଜୀ ସାର୍ଥକରେ ଦେଖନ୍ତୁ ଏହି ବର୍ଷର ସୁପରହିଟ ଚଳଚିତ୍ର : ସୁପରଷ୍ଟାର ଅନୁଭବଙ୍କ ସସ୍‌ପେନ୍ସ ଥ୍ରିଲର ‘ଛକି ଶୂନ’

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 04, 2026, 07:53 AM IST|Updated: Nov 04, 2026, 08:02 AM IST
joinshare
ଦୀପାବଳିରେ ମାଗଣାରେ ଦେଖନ୍ତୁ ସୁପରଷ୍ଟାର ଅନୁଭବଙ୍କ ସସ୍‌ପେନ୍ସ ଥ୍ରିଲର ‘ଛକି ଶୂନ’
Image Credit: Ollywood Movie Update

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

Ollywood News: ଚଳିତ ଆଲୋକର ପର୍ବ ଦୀପାବଳିରେ ଓଡ଼ିଆ ଦର୍ଶକଙ୍କ ମନୋରଞ୍ଜନକୁ ଦ୍ୱିଗୁଣିତ କରିବା ପାଇଁ ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ‘ଜୀ ସାର୍ଥକ’ ଦେଖନ୍ତୁ  ବର୍ଷର ବହୁ ପ୍ରତୀକ୍ଷିତ ସସ୍‌ପେନ୍ସ ଥ୍ରିଲର ଚଳଚ୍ଚିତ୍ର ‘ଛକି ଶୂନ’ର । ଆସନ୍ତା ୮ ନଭେମ୍ବର, ରବିବାର ସନ୍ଧ୍ୟା ୫:୩୦ ରେ  ଦୀପାବଳି ଅବସରରେ ଏହି ଚଳଚ୍ଚିତ୍ରଟି ଟେଲିକାଷ୍ଟ ହେବ। ଚଳଚ୍ଚିତ୍ରରେ ଅନୁଭବ ନିଜେ ଗାଇଥିବା 'ବାଳୁଙ୍ଗା ଟୋକା' ଗୀତ ବହୁତ ଲୋକପ୍ରିୟ ହୋଇଥିଲା ।

‘ଆମରା ଷ୍ଟୁଡିଓ’ ଓ ‘ଏସ୍‌ଏମ୍‌ଏ ଏଣ୍ଟରଟେନ୍‌ମେଣ୍ଟ୍ ପ୍ରଜେକ୍ଟ ୨୯୦ ଲାୟନ୍ ଫିଲ୍ମ’ର ମିଳିତ ସହଯୋଗରେ ନିର୍ମିତ ଏହି ଫିଲ୍ମର କାହାଣୀ ରଚନା ଓ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ମାନସ ପଢ଼ିହାରୀ। ପ୍ରଯୋଜନାରେ ଅନୁଭବ ମହାନ୍ତି, ଜାଗୃତି ଶୁକ୍ଳା, ଶୁଭମ୍ ମହାନ୍ତି ଓ ନବୀନ ଭଣ୍ଡାରୀ ରହିଥିବା ବେଳେ ଚଳଚ୍ଚିତ୍ରରେ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହ ସମ୍ଭାବନା ମହାନ୍ତି, ଅଭିଷେକ ପଣ୍ଡା, ଦିବ୍ୟା ମହାନ୍ତି, ଚୌଧୁରୀ ଜୟପ୍ରକାଶ ଦାସ, ସୁକାନ୍ତ ରଥ, ସୁକୁମାର ତୁଡୁ, ନିତୁ ସିଂହ, ବିଜିନୀ ମିଶ୍ର, ଉଦିତ ଗୁରୁ, ତାପସ ସରଘରିଆ ଏବଂ ଜିତୁ ମଙ୍ଗରାଜ ପ୍ରମୁଖ ଶକ୍ତିଶାଳୀ ଅଭିନୟ କରିଛନ୍ତି।

ଫିଲ୍ମର କାହାଣୀ ପିଲାଦିନର ସାଧାରଣ ଖେଳ ‘ଛକି ଶୂନ’ ଖେଳ ବୋର୍ଡକୁ ଆଧାର କରି ଏକ ଭୟଙ୍କର ମାନସିକ ଯୁଦ୍ଧରେ ରୂପାନ୍ତରିତ ହୋଇଛି। ପ୍ରତ୍ୟେକ ପୀଡ଼ିତ ଏକ ବଡ଼ ରହସ୍ୟର ନିର୍ଣ୍ଣାୟକ ଅଂଶ ଧାରଣ କରିଛନ୍ତି। ତଦନ୍ତ ଯେତିକି ଗଭୀର ହେଉଛି, ଶିକାରୀ ଓ ଶିକାର ମଧ୍ୟରେ ଥିବା ସୀମାରେଖା ସେତିକି ଧୂମିଳ ହୋଇପଡ଼ୁଛି; ଯେଉଁଥିରେ ଅନୁସନ୍ଧାନକାରୀ ନିଜେ ସେହି ରକ୍ତରଞ୍ଜିତ ବୋର୍ଡର ଶେଷ ଖେଳାଳି ହେବାର ଆଶଙ୍କା ସୃଷ୍ଟି ହୋଇଛି।

ଏହି ଅବସରରେ ଜୀ ସାର୍ଥକର ଚ୍ୟାନେଲ ମୁଖ୍ୟ ରାହୁଲ ରାଓ ଦର୍ଶକମାନଙ୍କୁ ବିଶେଷ ନିବେଦନ କରି କହିଛନ୍ତି, “ଦୀପାବଳି ହେଉଛି ପରିବାର ସହ ଆନନ୍ଦ ଉଲ୍ଲାସ ବାଣ୍ଟିବାର ପର୍ବ। ଏହି ପବିତ୍ର ଅବସରରେ ଆମେ ଦର୍ଶକଙ୍କ ପାଇଁ ଏକ ଭିନ୍ନ ସ୍ୱାଦର, ରୋମାଞ୍ଚକର ଓଡ଼ିଆ ସିନେମା ‘ଛକି ଶୂନ’ ଉପହାର ସ୍ୱରୂପ ଭେଟି ଦେଉଛୁ। ସମସ୍ତେ ସପରିବାର ଏହି ଚଳଚ୍ଚିତ୍ରକୁ ଦେଖି ଦୀପାବଳିର ମଜା ନିଅନ୍ତୁ ଏବଂ ଓଡ଼ିଆ ସିନେମାକୁ ଭଲପାଇବା ଦିଅନ୍ତୁ।”

Also Read- Weather Update: IMD କଣ ଚେତାବନୀ ଜାରି କରିଛି, ଜାଣନ୍ତୁ ପାଣିପାଗ ଅପଡେଟ୍

Add Zee News as a Preferred Source
TAGS:
Entertainment News
Odia News