ମୁମ୍ବାଇ: ଭିନ୍ନ ସ୍ୱାଦର ଏବଂ ପାରିବାରିକ ବିଷୟବସ୍ତୁକୁ କେନ୍ଦ୍ର କରି ମନୋରଞ୍ଜନ ପ୍ରଦାନ କରିବା ଲକ୍ଷ୍ୟରେ ନିଜର ସୁଚିନ୍ତିତ କଣ୍ଟେଣ୍ଟ ରଣନୀତି ଅନୁଯାୟୀ, ଅଗ୍ରଣୀ କଣ୍ଟେଣ୍ଟ ଏବଂ ଟେକ୍ନୋଲୋଜି କମ୍ପାନୀ ‘ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍’ (‘Z’), ଫ୍ଲାଗସିପ୍ ଫ୍ରାଞ୍ଚାଇଜ୍ ଏବଂ ଅଭିନବ ଫର୍ମାଟ୍ ସହିତ ବିଭିନ୍ନ ଭାଷାରେ ନିଜର ନନ୍-ଫିକ୍ସନ୍ କାର୍ଯ୍ୟକ୍ରମକୁ ଆହୁରି ବଢ଼ାଉଛି। ଭାରତର କେତେକ ସବୁଠାରୁ ପ୍ରସିଦ୍ଧ ଏବଂ ପ୍ରିୟ ନନ୍-ଫିକ୍ସନ୍ କାର୍ଯ୍ୟକ୍ରମ ସୃଷ୍ଟି କରିବାର ସମୃଦ୍ଧ ପରମ୍ପରାକୁ ଆଧାର କରି, କମ୍ପାନୀ ଗ୍ରାହକମାନଙ୍କ ମନୋରଞ୍ଜନ ଅନୁଭୂତିକୁ ଅଧିକ ସମୃଦ୍ଧ କରିବା ପାଇଁ ନିଜର କାର୍ଯ୍ୟକ୍ରମଗୁଡ଼ିକରେ ବିବିଧତା ଏବଂ ଗଭୀରତା ଆଣୁଛି।
ନନ୍-ଫିକ୍ସନ୍ କମ୍ପାନୀର କଣ୍ଟେଣ୍ଟ ବ୍ୟବସ୍ଥାର ଏକ ପ୍ରମୁଖ ସ୍ତମ୍ଭ ହୋଇ ରହିଆସିଛି। ଏହାର ଶକ୍ତିଶାଳୀ ପୋର୍ଟଫୋଲିଓ ବିଭିନ୍ନ ବଜାରରେ ଗ୍ରାହକମାନଙ୍କୁ କ୍ରମାଗତ ଭାବରେ ଆକର୍ଷିତ କରିଛି ଏବଂ ସେମାନଙ୍କ ସହ ଯୋଡ଼ି ହେବାର ସୁଯୋଗ ସୃଷ୍ଟି କରିଛି। ନିଜର ଲିନିୟର ମନୋରଞ୍ଜନ ଚ୍ୟାନେଲ୍ ଏବଂ ଡିଜିଟାଲ୍ ପ୍ଲାଟଫର୍ମରେ କମ୍ପାନୀ 'ଛୋରିୟାଁ ଚାଲି ଗାଁଓ' ଏବଂ 'ଡାନ୍ସ ଇଣ୍ଡିଆ ଡାନ୍ସ' ଭଳି ବିଭିନ୍ନ ଫର୍ମାଟ୍ର କାର୍ଯ୍ୟକ୍ରମ ଉପସ୍ଥାପନ କରିଛି, ଯାହା ଅନ୍ୟ ଭାଷାରେ ମଧ୍ୟ ବେଶ୍ ସଫଳ ହୋଇଛି।
ଭାରତୀୟ ସ୍ୱାଦ ଅନୁଯାୟୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଆଭିମୁଖ୍ୟକୁ ନେଇ କମ୍ପାନୀ ନିକଟରେ ଏହାର ସବୁଠାରୁ ସଫଳ ନନ୍-ଫିକ୍ସନ୍ କାର୍ଯ୍ୟକ୍ରମ - 'ସା ରେ ଗା ମା ପା' କୁ ୫ଟି ଭାଷାରେ (ହିନ୍ଦୀ, ତାମିଲ, ତେଲୁଗୁ, ମରାଠୀ ଏବଂ ମାଲାୟାଲମ୍) ଲଞ୍ଚ କରିଛି, ଯାହା ଦେଶର ନିଜସ୍ୱ ସଙ୍ଗୀତ ପୀଠ ହେବାକୁ ପ୍ରତିଶ୍ରୁତି ଦେଉଛି। ଏହାସହ କମ୍ପାନୀ ବାଂଲା ଏବଂ ମରାଠୀ ଭାଷା ବଜାରରେ ଯଥାକ୍ରମେ ନିଜର ଲୋକପ୍ରିୟ ରିଆଲିଟି ସୋ' 'ଦାଦାଗିରି' ଏବଂ 'ହୋମ୍ ମିନିଷ୍ଟର' ସହିତ ନନ୍-ଫିକ୍ସନ୍ କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିଛି।
ଏହି ଭିତ୍ତିଭୂମି ଉପରେ ଗ୍ରାହକମାନଙ୍କ ବଦଳୁଥିବା ପସନ୍ଦକୁ ଦୃଷ୍ଟିରେ ରଖି କମ୍ପାନୀ ପ୍ରତିଷ୍ଠିତ ମାର୍କି ଶୋ' ଏବଂ ଅଭିନବ ଫର୍ମାଟ୍ର ଏକ ଆକର୍ଷଣୀୟ ମିଶ୍ରଣ ସହିତ ନିଜର ନନ୍-ଫିକ୍ସନ୍ ତାଲିକାକୁ ଆହୁରି ବ୍ୟାପକ କରୁଛି। ଦର୍ଶକମାନଙ୍କ କେବଳ ଦେଖିବା ଶୈଳୀ ଏବେ ସକ୍ରିୟ ଅଂଶଗ୍ରହଣରେ ବଦଳୁଥିବାରୁ, କମ୍ପାନୀ ନିଜର ସେହି ଆଇକନିକ୍ ଫ୍ରାଞ୍ଚାଇଜ୍ଗୁଡ଼ିକୁ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି ଯାହା ଆମ ଦେଶର ସାମୂହିକ ମନୋରଞ୍ଜନ ଭାବନା ସହ ଗଭୀର ଭାବେ ଜଡ଼ିତ। କମ୍ପାନୀ ରୋଷେଇ ଏବଂ ସେଲିବ୍ରିଟି-ଆଧାରିତ ଟକ୍ ସୋ' ଶୈଳୀରେ ମଧ୍ୟ କାର୍ଯ୍ୟକ୍ରମ ଆରମ୍ଭ କରିବ, ଯାହାର ବିଭିନ୍ନ ବର୍ଗର ଗ୍ରାହକ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକରେ ବହୁତ ଚାହିଦା ରହିଛି।
ସେଲିବ୍ରିଟି ଟକ୍ ସୋ' ଶୈଳୀରେ ଆର. ମାଧବନଙ୍କ ଦ୍ୱାରା ସଞ୍ଚାଳିତ ପ୍ରସିଦ୍ଧ ଶୋ' 'ଜିନା ଇସି କା ନାମ ହୈ ୨.୦' ଦର୍ଶକମାନଙ୍କୁ ରଞ୍ଜନ କରିବା ପାଇଁ ପ୍ରସ୍ତୁତ। ଏହି ଶୋ'ରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହେବେ। ଏହି ଶୈଳୀର ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ତେଲୁଗୁରେ 'ଦି ମେଗା ମଲ୍ଟିପ୍ଲେକ୍ସ' ଏବଂ ତାମିଲ ଭାଷାରେ 'ଲେଜେଣ୍ଡସ୍' ଅନ୍ତର୍ଭୁକ୍ତ।
ରୋଷେଇ କାର୍ଯ୍ୟକ୍ରମ ମଧ୍ୟରେ ଦର୍ଶକମାନେ ତେଲୁଗୁରେ 'ଭାରେୱା', ତାମିଲରେ 'ସାମାଇୟାଲ୍ ଏକ୍ସପ୍ରେସ୍', ମରାଠୀରେ 'କିଚେନ୍ କଳାକାର' ଏବଂ କନ୍ନଡରେ 'ଓଗାରାନେ ଦବ୍ବି' ଉପଭୋଗ କରିପାରିବେ। ଗେମ୍-ସୋ' ଫର୍ମାଟ୍କୁ ଆହୁରି ବଢ଼ାଇ 'Z' ଜୀ ଅନମୋଲ୍ରେ 'ଲକ୍ଷପତି ଦିଦିୟା' ଏବଂ ଜୀ କେରଳମ୍ରେ 'ଯୋଡି ନମ୍ବର ୧' ପ୍ରଦାନ କରିବ। କମେଡି ଶୈଳୀରେ, ଜି ବାଂଲାରେ 'ମିରାକ୍କେଲ୍' ଏବଂ ଜି ମରାଠୀରେ 'ଚଲା ହୱା ୟେଉ ଦ୍ୟା'ର ନୂତନ ସୀଜନ ଘରେ ଘରେ ହସର ତରଙ୍ଗ ଖେଳାଇବା ଜାରି ରଖିବ।
ନନ୍-ଫିକ୍ସନ୍ କଣ୍ଟେଣ୍ଟ ରଣନୀତି ବିଷୟରେ ପ୍ରକାଶ କରି ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ର ଚିଫ୍ କଣ୍ଟେଣ୍ଟ ଅଫିସର ରାଘବେନ୍ଦ୍ର ହୁନସୁର କହିଛନ୍ତି, "ଫିକ୍ସନ୍ (ଧାରାବାହିକ) 'Z' କୁ ଭାରତୀୟ ଘରଗୁଡ଼ିକର ଏକ ଅଭ୍ୟାସରେ ପରିଣତ କରିଛି। ନନ୍-ଫିକ୍ସନ୍ ଆମକୁ ଅନିବାର୍ଯ୍ୟ କରିଦିଏ। ଭାରତର କେତେକ ସବୁଠାରୁ ପ୍ରିୟ ନନ୍-ଫିକ୍ସନ୍ କାର୍ଯ୍ୟକ୍ରମ 'Z' ରେ ହିଁ ଜନ୍ମ ନେଇଥିଲା ଏବଂ ଆମର ଆଞ୍ଚଳିକ ଭାଷା ବଜାରଗୁଡ଼ିକ କ୍ରମାଗତ ଭାବରେ ଏଭଳି ସ୍ଥାନୀୟ ଫର୍ମାଟ୍ ପ୍ରସ୍ତୁତ କରିଛନ୍ତି ଯାହାକୁ ଦର୍ଶକମାନେ ଦଶନ୍ଧି ଦଶନ୍ଧି ଧରି ନିଜର କରିଛନ୍ତି। ଆଜି ଆମେ ସେହି ପରମ୍ପରାକୁ ଏକ ନୂତନ ଅଧ୍ୟାୟକୁ ନେଇଯାଉଛୁ। ଭାରତୀୟ ଦର୍ଶକଙ୍କ ଦେଖିବା ଶୈଳୀ ବଦଳିଛି: ପରିବାର ଏବେ ମଧ୍ୟ ଟିଭି ଚାରିପାଖରେ ଏକାଠି ହେଉଛନ୍ତି, କିନ୍ତୁ ସେହି ସମୟରେ ସେମାନଙ୍କ ଫୋନ୍ରେ ମଧ୍ୟ ଆଲୋଚନା ଚାଲୁଛି। ଆମେ ପ୍ରତ୍ୟେକ ସ୍କ୍ରିନ୍ ପାଇଁ ନିଜସ୍ୱ ଆଇପି (IPs) ପ୍ରସ୍ତୁତ କରୁଛୁ, ଯାହା ଉଚ୍ଚ ମାଧ୍ୟମରେ ନିର୍ମିତ, ଭାବନା ସହିତ ଜଡ଼ିତ ଏବଂ ଦର୍ଶକମାନଙ୍କୁ କେବଳ ଦେଖିବା ପାଇଁ ନୁହେଁ, ବରଂ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଆମେ ଆମର ପ୍ରିୟ ସ୍ଥାନୀୟ ଫ୍ରାଞ୍ଚାଇଜ୍ଗୁଡ଼ିକୁ ଆଜିର ଦର୍ଶକଙ୍କ ପାଇଁ ଏକ ନୂଆ ରୂପରେ ଫେରାଇ ଆଣୁଛୁ ଏବଂ ଆଞ୍ଚଳିକ ବଜାରରେ ସୃଷ୍ଟି ହୋଇଥିବା ଫର୍ମାଟ୍କୁ ସାରା ଦେଶକୁ ନେଇଯାଉଛୁ। ଆମର ରଣନୀତି ହେଉଛି 'ଓମ୍ନି' (omni), ଯାହା ଟେଲିଭିଜନ ଏବଂ ଜୀ ୫ (Zee 5) ଉଭୟଙ୍କ ପାଇଁ ଏକତ୍ର ନିର୍ମିତ, ଯେଉଁଠାରେ ଜୀ ୫ ର ୱିଣ୍ଡୋ ଡିଜିଟାଲ୍ ଦର୍ଶକଙ୍କୁ ଅଧିକ ଅନୁସନ୍ଧାନ କରିବାର ସୁଯୋଗ ଦେବ। ଆମର ଲକ୍ଷ୍ୟ ହେଉଛି ଏଭଳି ମୁହୂର୍ତ୍ତ ସୃଷ୍ଟି କରିବା ଯାହା ବିଷୟରେ ସାରା ଭାରତ କଥା ହେବ ଏବଂ ଏଭଳି ଫ୍ରାଞ୍ଚାଇଜ୍ ତିଆରି କରିବା ଯାହା ପାଖକୁ ଦର୍ଶକ ପ୍ରତିବର୍ଷ ଫେରିଆସିବେ।"
ନନ୍-ଫିକ୍ସନ୍ କ୍ଷେତ୍ରରେ କମ୍ପାନୀର ଏହି ଆଭିମୁଖ୍ୟ ଫିକ୍ସନ୍ (ଧାରାବାହିକ) ର ସଫଳତା ଦ୍ୱାରା ସୃଷ୍ଟି ହୋଇଥିବା ଶକ୍ତିଶାଳୀ ଗତିଶୀଳତା ଉପରେ ଆଧାରିତ, ଯାହା ସାଂସ୍କୃତିକ ଭାବେ ଜଡ଼ିତ କାହାଣୀ, ଆକର୍ଷଣୀୟ ଚରିତ୍ର ଏବଂ ବିଭିନ୍ନ ଭାଷାରେ ଭିନ୍ନ ଶୈଳୀର ବର୍ଣ୍ଣନା ଉପରେ କେନ୍ଦ୍ରିତ। ଯେଉଁଠାରେ ଫିକ୍ସନ୍ ପ୍ରତିଦିନ ଦର୍ଶକମାନଙ୍କୁ ଯୋଡ଼ି ରଖିବାର ପ୍ରମୁଖ ମାଧ୍ୟମ ସାଜିଛି, ନନ୍-ଫିକ୍ସନ୍ ସେଠାରେ ସାମୂହିକ ଅଂଶଗ୍ରହଣ ବଢ଼ାଇବା ଏବଂ ଦୀର୍ଘସ୍ଥାୟୀ ବୌଦ୍ଧିକ ସମ୍ପତ୍ତି ଗଠନ କରିବାର ଏକ ଅନନ୍ୟ କ୍ଷମତା ପ୍ରଦାନ କରିବ।
ତିନି ଦଶନ୍ଧିରୁ ଅଧିକ ସମୟ ଧରି କମ୍ପାନୀ ସାଂସ୍କୃତିକ ଭାବେ ଆଦୃତ ଫିକ୍ସନ୍ ପ୍ରୋଗ୍ରାମିଂ ଏବଂ ସଙ୍ଗୀତ, କମେଡି, ଗେମ୍ ସୋ', ପ୍ରତିଭା ଅନ୍ୱେଷଣ (ଟ୍ୟାଲେଣ୍ଟ ହଣ୍ଟ) ଭଳି ଅଭିନବ ନନ୍-ଫିକ୍ସନ୍ ଫର୍ମାଟ୍ ମାଧ୍ୟମରେ ଭାରତର ମନୋରଞ୍ଜନ କ୍ଷେତ୍ରକୁ ଏକ ନୂଆ ରୂପ ଦେଇଛି। ଏହି ଫର୍ମାଟ୍ଗୁଡ଼ିକ କେବଳ ପରଦାରୁ ବାହାରି ସାଂସ୍କୃତିକ ପ୍ରତିଫଳନରେ ପରିଣତ ହୋଇନାହାନ୍ତି, ବରଂ ବିଶ୍ୱବ୍ୟାପୀ ଲୋକଙ୍କୁ ଏକାଠି କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଫିକ୍ସନ୍ ଏବଂ ନନ୍-ଫିକ୍ସନ୍ କ୍ଷେତ୍ରରେ କମ୍ପାନୀର ଏହି ସୁଚିନ୍ତିତ ଆଭିମୁଖ୍ୟ ଭାରତରୁ ସାରା ବିଶ୍ୱକୁ ମନୋରଞ୍ଜନର ପରବର୍ତ୍ତୀ ଯୁଗକୁ ବ୍ୟାଖ୍ୟା କରିବା ପାଇଁ ସକ୍ଷମ କରେ।