• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ମନୋରଞ୍ଜନ
  • /Entertainment News: ଦୀପାବଳିରେ ଦର୍ଶକଙ୍କୁ ଜୀ ସାର୍ଥକର ଭେଟି: ଆସୁଛି ସବୁଠାରୁ ବଡ଼ ଆୱାର୍ଡ ଶୋ' 'ଜୀ ସାର୍ଥକ ସଂସାର ଆୱାର୍ଡ ୨୦୨୬'

Entertainment News: ଦୀପାବଳିରେ ଦର୍ଶକଙ୍କୁ ଜୀ ସାର୍ଥକର ଭେଟି: ଆସୁଛି ସବୁଠାରୁ ବଡ଼ ଆୱାର୍ଡ ଶୋ' 'ଜୀ ସାର୍ଥକ ସଂସାର ଆୱାର୍ଡ ୨୦୨୬'

Entertainment News:ନିଜର ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଏବଂ ଓଡ଼ିଆ କଳା, ସଂସ୍କୃତି ତଥା ପାରିବାରିକ ମୂଲ୍ୟବୋଧକୁ ନେଇ ସବୁବେଳେ ଦର୍ଶକଙ୍କ ହୃଦୟ ଜିଣି ଆସିଛି ଓଡ଼ିଶାର ଲୋକପ୍ରିୟ ଚ୍ୟାନେଲ୍ ଜୀ ସାର୍ଥକ। ଏବେ ଦର୍ଶକଙ୍କ ପାଇଁ ଏହା ନେଇ ଆସୁଛି ଓଡ଼ିଶା ମନୋରଞ୍ଜନ ଜଗତର ସବୁଠାରୁ ବଡ଼ ଆୱାର୍ଡ ଶୋ' 'ଜୀ ସାର୍ଥକ ସଂସାର ଆୱାର୍ଡ ୨୦୨୬', ଯାହା ଏକ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି।

Written ByNarmada BeheraEdited ByNarmada Behera
Published: Oct 28, 2026, 11:45 AM IST|Updated: Oct 28, 2026, 11:47 AM IST
joinshare
Entertainment News: ଦୀପାବଳିରେ ଦର୍ଶକଙ୍କୁ ଜୀ ସାର୍ଥକର ଭେଟି: ଆସୁଛି ସବୁଠାରୁ ବଡ଼ ଆୱାର୍ଡ ଶୋ' 'ଜୀ ସାର୍ଥକ ସଂସାର ଆୱାର୍ଡ ୨୦୨୬'
Image Credit: ଆସୁଛି ସବୁଠାରୁ ବଡ଼ ଆୱାର୍ଡ ଶୋ' 'ଜୀ ସାର୍ଥକ ସଂସାର ଆୱାର୍ଡ ୨୦୨୬'

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Entertainment News:ନିଜର ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଏବଂ ଓଡ଼ିଆ କଳା, ସଂସ୍କୃତି ତଥା ପାରିବାରିକ ମୂଲ୍ୟବୋଧକୁ ନେଇ ସବୁବେଳେ ଦର୍ଶକଙ୍କ ହୃଦୟ ଜିଣି ଆସିଛି ଓଡ଼ିଶାର ଲୋକପ୍ରିୟ ଚ୍ୟାନେଲ୍ ଜୀ ସାର୍ଥକ। ଏବେ ଦର୍ଶକଙ୍କ ପାଇଁ ଏହା ନେଇ ଆସୁଛି ଓଡ଼ିଶା ମନୋରଞ୍ଜନ ଜଗତର ସବୁଠାରୁ ବଡ଼ ଆୱାର୍ଡ ଶୋ' 'ଜୀ ସାର୍ଥକ ସଂସାର ଆୱାର୍ଡ ୨୦୨୬', ଯାହା ଏକ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି।

    ଭାରତର ଗଣପର୍ବ ଦୀପାବଳିକୁ ଆହୁରି ମନୋରଞ୍ଜକ କରିବା ପାଇଁ ଜୀ ସାର୍ଥକ ପରିବାରର ଏହି ସବୁଠାରୁ ବଡ଼ ଉତ୍ସବ ପ୍ରସ୍ତୁତ ରହିଛି। ଆସନ୍ତା ନଭେମ୍ବର ୧ ତାରିଖ ସନ୍ଧ୍ୟା ୬:୩୦ ମିନିଟ୍‌ରେ କେବଳ ଜୀ ସାର୍ଥକରେ ଏହି ମେଗା ଇଭେଣ୍ଟର ଟେଲିକାଷ୍ଟ ହେବାକୁ ଯାଉଛି। ଏହି ଉତ୍ସବରେ ସାର୍ଥକ ସଂସାରର ସମସ୍ତ ମେଗା ଧାରାବାହିକ ଓ ଅନ୍ୟାନ୍ୟ ମନୋରଂଜନ ଭିତ୍ତିକ କାର୍ଯ୍ୟକ୍ରମର ପ୍ରିୟ କଳାକାରମାନେ ଯୋଗ ଦେଇ ନିଜର ଚିତ୍ତାକର୍ଷକ ପ୍ରଦର୍ଶନ କରିବେ।

    ଏହି ଆୱାର୍ଡ ଶୋ'କୁ ଆହୁରି ଝଲସାଇବା ପାଇଁ ଓଲିଉଡର ନାମୀଦାମୀ କଳାକାରମାନଙ୍କର ଉପସ୍ଥିତି ମଧ୍ୟ ଦେଖିବାକୁ ମିଳିବ। ଅର୍ଚ୍ଚିତା, ସ୍ୱରାଜ, ସୁପ୍ରିୟା ଓ ଶୈଳେନ୍ଦ୍ରଙ୍କ ଭଳି ତାରକା ଏଥିରେ ସାମିଲ ହେବେ। ବିଶେଷ ଆକର୍ଷଣ ଭାବରେ, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଲିଉଡର ଲୋକପ୍ରିୟ ତାରକା ଏଲିନା ସାମନ୍ତରାୟ ଓ ସବ୍ୟସାଚି ମିଶ୍ର ଯୋଗଦେବେ।

    ଏହି ମେଗା ଇଭେଣ୍ଟ ସମ୍ପର୍କରେ ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର୍ ଶ୍ରୀଯୁକ୍ତ ରାହୁଲ୍ ରାଓ କହିଛନ୍ତି ଯେ, "ଜୀ ସାର୍ଥକ ସବୁବେଳେ ଓଡ଼ିଶାର ଦର୍ଶକଙ୍କୁ ଉନ୍ନତ ମାନର ମନୋରଞ୍ଜନ ପ୍ରଦାନ କରିବାକୁ ପ୍ରୟାସ କରିଆସିଛି। ଆମର 'ଜୀ ସାର୍ଥକ ସଂସାର ଆୱାର୍ଡ' ହେଉଛି ଆମ କଳାକାର ଓ ଦର୍ଶକମାନଙ୍କର ଏକ ବିରାଟ ପରିବାରର ମିଳନ ପର୍ବ। ମୁଁ ଓଡ଼ିଶାର ସମସ୍ତ ଦର୍ଶକବନ୍ଧୁମାନଙ୍କୁ ଅନୁରୋଧ କରୁଛି ଯେ, ଆସନ୍ତା ନଭେମ୍ବର ୧ ତାରିଖ ସନ୍ଧ୍ୟା ୬:୩୦ ରେ ଆପଣମାନେ ସପରିବାର ନିଶ୍ଚୟ ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ଦେଖନ୍ତୁ ଏବଂ ନିଜର ଦୀପାବଳି ଉତ୍ସବକୁ ଆହୁରି ଖାସ୍ ତଥା ଆନନ୍ଦମୟ କରନ୍ତୁ।"
     

    Add Zee News as a Preferred Source
    TAGS:
    Odia News