• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଆନ୍ତର୍ଜାତୀୟ
  • /କ୍ରୁଡ୍ ଅଏଲ୍ ଦର ସମ୍ପର୍କରେ ବଡ଼ ଅପଡେଟ୍! ଟ୍ରମ୍ପଙ୍କ ସିଜ୍‌ଫାୟାର୍ ଘୋଷଣା ପରେ ହେଲା ହଲଚଲ

କ୍ରୁଡ୍ ଅଏଲ୍ ଦର ସମ୍ପର୍କରେ ବଡ଼ ଅପଡେଟ୍! ଟ୍ରମ୍ପଙ୍କ ସିଜ୍‌ଫାୟାର୍ ଘୋଷଣା ପରେ ହେଲା ହଲଚଲ

ଡୋନାଲ୍ଡ ଟ୍ରମ୍ପଙ୍କ ତରଫରୁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଏନର୍ଜି ସିଜ୍‌ଫାୟାର୍‌କୁ ନେଇ କରାଯାଇଥିବା ଘୋଷଣା ପରେ କଞ୍ଚା ତେଲ ଦରରେ ହ୍ରାସ ଦେଖିବାକୁ ମିଳୁଛି।

Written BySoubhagya Ranjan MishraEdited BySoubhagya Ranjan Mishra
Published: Oct 12, 2026, 08:44 AM IST|Updated: Oct 12, 2026, 08:49 AM IST
joinshare
କ୍ରୁଡ୍ ଅଏଲ୍ ଦର ସମ୍ପର୍କରେ ବଡ଼ ଅପଡେଟ୍! ଟ୍ରମ୍ପଙ୍କ ସିଜ୍‌ଫାୟାର୍ ଘୋଷଣା ପରେ ହେଲା ହଲଚଲ
Image Credit: Crude Oil Price

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

Russia Ukraine Energy Ceasefire: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଦାବି କରିଛନ୍ତି ଯେ, ରୁଷ ଏବଂ ୟୁକ୍ରେନ ପରସ୍ପରର ଏନର୍ଜି ଆସ୍ଥାନ (ଶକ୍ତି କେନ୍ଦ୍ର) ଗୁଡ଼ିକ ଉପରେ ଆକ୍ରମଣ ବନ୍ଦ କରିବାକୁ ସହମତ ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇବା ଖବର ପରେ କ୍ରୁଡ୍ ଅଏଲ୍ ଦରରେ ହ୍ରାସ ରେକର୍ଡ କରାଯାଇଛି। ଟ୍ରମ୍ପଙ୍କ ତରଫରୁ ହଠାତ୍ କରାଯାଇଥିବା ଏହି ଘୋଷଣା ପରେ ଗ୍ଲୋବାଲ ଅଏଲ୍ ମାର୍କେଟରେ ହଲଚଲ ଦେଖାଯାଇଛି। ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି ଯେ ରୁଷ ଏବଂ ୟୁକ୍ରେନ ପରସ୍ପର ଉପରେ ଆକ୍ରମଣ ରୋକିବା ନେଇ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ୟୁଏସ୍ (ଆମେରିକା) ଏବଂ ରୁଷ ମଧ୍ୟରେ ଡିଜେଲ ଯୋଗାଣକୁ ନେଇ ମଧ୍ୟ ଏକ ଡିଲ୍ ହୋଇଥିଲା। ଏହି ଖବର ଆସିବା ପରେ ସାରା ବିଶ୍ୱରେ ତେଲ ଯୋଗାଣରେ ସୁଧାର ଆସିପାରେ।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ସହମତି ହେବା ଖବରର ପ୍ରଭାବ ଏହା ହେଲା ଯେ, ସୋମବାର ବ୍ରେଣ୍ଟ କ୍ରୁଡ୍ ଫ୍ୟୁଚର୍ସ ପ୍ରାୟ ୧.୮୮ ଡଲାର ଖସି ୧୦୨.୮୦ ଡଲାର ପ୍ରତି ବ୍ୟାରେଲ୍‌କୁ ଚାଲିଆସିଛି। ଅନ୍ୟପଟେ ଆମେରିକୀୟ WTI କ୍ରୁଡ୍ ଦର କମି ୯୦.୨୩ ଡଲାର ପ୍ରତି ବ୍ୟାରେଲ୍‌ ହୋଇଯାଇଛି। ବଜାର ବିଶେଷଜ୍ଞଙ୍କ ମତରେ ରୁଷରୁ ତେଲ ଯୋଗାଣ ବଢ଼ିବା ଆଶାରେ ଏହି ହ୍ରାସ ଘଟିଛି।

ଟ୍ରମ୍ପଙ୍କ ଘୋଷଣା ଯୋଗୁଁ ମାର୍କେଟର ଚାପ କମିଲା
କେସିଏମ୍ ଟ୍ରେଡ୍‌ର ଚିଫ୍ ଆନାଲିଷ୍ଟ ଟିମ୍ ୱାଟରର୍ କହିଛନ୍ତି ଯେ, ଟ୍ରମ୍ପଙ୍କ ଘୋଷଣା ଯୋଗୁଁ ବଜାରର ଚାପ କମିଛି। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସିଜ୍‌ଫାୟାର୍ ବଜାୟ ରହିବା ନେଇ ଏବେ ବି ଅନେକ ପ୍ରଶ୍ନ ରହିଛି। ଯେପର୍ଯ୍ୟନ୍ତ ଗ୍ରାଉଣ୍ଡ ଜିରୋ ବା ପ୍ରକୃତ ସ୍ଥିତି ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ, ସେପର୍ଯ୍ୟନ୍ତ ତେଲ ଦରରେ ବହୁତ ବଡ଼ ହ୍ରାସ ଆଶା କରାଯାଇପାରିବ ନାହିଁ। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ କହିଛନ୍ତି ଯେ, ସେ ଏହି ଡିଲ୍ ସହ ଜଡ଼ିତ ସୂକ୍ଷ୍ମ ବିବରଣୀ (ଡିଟେଲ୍ସ)କୁ ଅପେକ୍ଷା କରିଛନ୍ତି।

ବଜାର ଉପରେ ୟୁଏସ୍-ଇରାନ ଯୁଦ୍ଧର ପ୍ରଭାବ
ରୁଷ ଏବଂ ୟୁକ୍ରେନ ମଧ୍ୟରେ ସହମତି ହେବା ଯୋଗୁଁ କ୍ରୁଡ୍ ଅଏଲ୍ ଦର କମିଥିଲେ ମଧ୍ୟ, ମିଡିଲ୍ ଇଷ୍ଟ ଯୁଦ୍ଧ ଏବଂ ଆମେରିକା-ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଥିବା ଉତ୍ତେଜନା ବ୍ରେଣ୍ଟ କ୍ରୁଡ୍ ଦରକୁ ୧୦୦ ଡଲାର ଉପରେ ରଖିଛି। ହୁତି ବିଦ୍ରୋହୀଙ୍କ ତରଫରୁ ରିୟାଦର ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଉପରେ କରାଯାଇଥିବା ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ଏହା ସହିତ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସୌଦି ଆରବ ସହ ମିଶି ହୁତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଙ୍କେତ ଦେଇଛନ୍ତି।

Disclaimer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ

Add Zee News as a Preferred Source
TAGS:
Odia News