ନୂଆଦିଲ୍ଲୀ: ଗ୍ରୀସର କ୍ରେଟ୍ ଦ୍ୱୀପର ଦକ୍ଷିଣରେ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଡଙ୍ଗାରେ ଅତିକମରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ କୋଷ୍ଟ ଗାର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଦୁଇଟି ଡଙ୍ଗାରୁ ପ୍ରବାସୀମାନଙ୍କ ମୃତଦେହ ମିଳିଥିଲା । ଯେଉଁଥିରେ ଗୋଟିଏ ଡଙ୍ଗାରୁ ୮ ଏବଂ ଅନ୍ୟଟିରୁ ୧୨ ମୃତଦେହ ଉଦ୍ଧାର ହୋଇଥିଲା। ଉଭୟ ଡଙ୍ଗାରୁ ଅନ୍ୟ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି ବୋଲି ଗ୍ରୀସ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସୋମବାର ଭୋର ସମୟରେ ହେଲେନିକ୍ କୋଷ୍ଟ ଗାର୍ଡ ଏବଂ ଫ୍ରଣ୍ଟେକ୍ସ (Frontex) ଦ୍ୱାରା ତିନୋଟି ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଏହି ୨୦ ଜଣ ବ୍ୟକ୍ତି କିଏ ଥିଲେ ଏବଂ କେଉଁ ପରିସ୍ଥିତିରେ ସେମାନଙ୍କର ମୃତ୍ୟୁ ଘଟିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
ଗ୍ରୀସର କୋଷ୍ଟ ଗାର୍ଡ ଅନୁଯାୟୀ, ସୋମବାର ସକାଳେ ଦକ୍ଷିଣ ଭୂମଧ୍ୟସାଗରୀୟ ଦ୍ୱୀପ କ୍ରେଟ୍ର ଦକ୍ଷିଣରେ ପ୍ରାୟ ୧୫ ନଟିକାଲ୍ ମାଇଲ୍ (ପ୍ରାୟ ୨୮ କିଲୋମିଟର ବା ୧୮ ମାଇଲ୍) ଦୂରରେ ଗୋଟିଏ ଡଙ୍ଗା ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା। ହେଲେନିକ୍ କୋଷ୍ଟ ଗାର୍ଡ ଅନୁସାରେ, ମରକ୍କୋ ପତାକା ଧାରଣ କରିଥିବା ଏକ କଣ୍ଟେନର ଜାହାଜ ପ୍ରଥମେ ଏହି ଡଙ୍ଗା ଏବଂ ସେଥିରେ ଥିବା ଲୋକଙ୍କୁ ଚିହ୍ନଟ କରିଥିଲେ । ଯିଏକି ଯୁଗ୍ମ ଉଦ୍ଧାର ସମନ୍ୱୟ କେନ୍ଦ୍ର (JRCC) ର ସମନ୍ୱୟ ପରେ ଏହି ଉଦ୍ଧାର କାର୍ଯ୍ୟରେ ଭାଗ ନେଇଥିଲା।
Also Read- ଜେଲ୍ ଗଲେ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ