• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଆନ୍ତର୍ଜାତୀୟ
  • /Sensex and Nifty: ସପ୍ତାହ ଆରମ୍ଭରୁ ସେୟାର ବଜାରରେ ବଡ ହଲଚଲ, ବୁଡ଼ିଗଲା ଲକ୍ଷ ଲକ୍ଷ କୋଟି ଟଙ୍କା

Sensex and Nifty: ସପ୍ତାହ ଆରମ୍ଭରୁ ସେୟାର ବଜାରରେ ବଡ ହଲଚଲ, ବୁଡ଼ିଗଲା ଲକ୍ଷ ଲକ୍ଷ କୋଟି ଟଙ୍କା

Stock Market Update: ସପ୍ତାହ ଆରମ୍ଭ ତଥା ସୋମାବାର ଦିନ ସୋମବାରରେ ସେନସେକ୍ସ ଏବଂ ନିଫ୍ଟିରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ପ୍ରାରମ୍ଭରେ ସାମାନ୍ୟ ହ୍ରାସ ସହ କାରବାର ଆରମ୍ଭ କରିଥିବା ସେନସେକ୍ସ ପରବର୍ତ୍ତୀ ସମୟରେ ୮୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିଲା। ନିଫ୍ଟିରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ଏବଂ ଏହା ଗିରିଯାଇ ୨୩୦୦୦ ପଏଣ୍ଟ ତଳକୁ ଖସି ଆସିଥିଲା।

Written BySoubhagya Ranjan MishraEdited BySoubhagya Ranjan Mishra
Published: Sep 28, 2026, 11:30 AM IST|Updated: Sep 28, 2026, 02:58 PM IST
joinshare
Sensex and Nifty: ସପ୍ତାହ ଆରମ୍ଭରୁ ସେୟାର ବଜାରରେ ବଡ ହଲଚଲ, ବୁଡ଼ିଗଲା ଲକ୍ଷ ଲକ୍ଷ କୋଟି ଟଙ୍କା
Image Credit: Share Market Update

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

Stock Market Crash: ସେୟାର ବଜାରରେ ବିନିଯୋଗ କରୁଥିଲେ ଆପଣଙ୍କ ପାଇଁ ଏହି ଖବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନିବେଶକମାନଙ୍କ ପାଇଁ ସପ୍ତାହର ପ୍ରଥମ ଦିନଟି ଅତ୍ୟନ୍ତ ଖରାପ ରହିଥିଲା। ଭାରତୀୟ ସେୟାର ବଜାରର ଦୁଇଟି ମୁଖ୍ୟ ଇଣ୍ଡେକ୍ସ ଖୋଲିବା ମାତ୍ରେ ହିଁ କ୍ରାସ୍ ହୋଇଯାଇଥିଲା। କାରବାର ଆରମ୍ଭରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE)ର ୩୦ଟି ସେୟାର ବିଶିଷ୍ଟ ସେନସେକ୍ସ ୭୦୦ ରୁ ଅଧିକ ପଏଣ୍ଟ ହ୍ରାସ ପାଇଥିଲା। ଅନ୍ୟପଟେ, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE) ର ନିଫ୍ଟି ଇଣ୍ଡେକ୍ସ ୨୩ ହଜାର ପଏଣ୍ଟ ତଳକୁ ଖସିଯାଇଥିଲା । ସେୟାର ମାର୍କେଟରେ ସପ୍ତାହର ପ୍ରଥମ ଦିନରେ ସୃଷ୍ଟି ହୋଇଥିବା ଏହି ବିପର୍ଯ୍ୟୟ କାରଣରୁ ନିବେଶକମାନଙ୍କର ହଜାର ହଜାର କୋଟି ଟଙ୍କା ବୁଡ଼ି ଯାଇଛି।

ବିଏସଇ ସେନସେକ୍ସ ଗତ ଶୁକ୍ରବାର ଦିନ ୭୩,୮୯୫ ପଏଣ୍ଟରେ ବନ୍ଦ ହୋଇଥିଲା। କିନ୍ତୁ ଆଜି ଏହା ୭୩,୭୩୪ ପଏଣ୍ଟରେ ଖୋଲିଥିଲା। କିଛି ସମୟ ପରେ ସେନସେକ୍ସ ଦ୍ରୁତ ଗତିରେ ହ୍ରାସ ପାଇ ୭୨,୯୮୧ ପଏଣ୍ଟ ସ୍ତରକୁ ଖସି ଆସିଥିଲା। ଏନଏସଇ ନିଫ୍ଟି (NSE Nifty)ର ଅବସ୍ଥା ମଧ୍ୟ ସମାନ ଥିଲା। ୫୦ଟି ସେୟାର ବିଶିଷ୍ଟ ଏହି ସୂଚକାଙ୍କ ଶୁକ୍ରବାରର ୨୩,୧୪୦ ପଏଣ୍ଟ ତୁଳନାରେ ୨୩,୦୬୫ ପଏଣ୍ଟରେ ଖୋଲିଥିଲା। ଏହା ପରେ ଏହା ୨୩,୦୦୦ ତଳକୁ ଖସିଯାଇଥିଲା। ଖବର ଲେଖାହେବା ପର୍ଯ୍ୟନ୍ତ ନିଫ୍ଟି ୨୭୧ ପଏଣ୍ଟ ହ୍ରାସ ପାଇ ୨୨,୮୬୯ ପଏଣ୍ଟରେ କାରବାର କରୁଥିଲା। ହ୍ରାସର ସ୍ଥିତି ଏପରି ଯେ ବିଏସଇ ର ୩୦ଟି ସେୟାର ମଧ୍ୟରୁ ୨୯ଟି ସେୟାର ଲାଲ୍ ସଙ୍କେତ (କ୍ଷତି) ସହ କାରବାର କରୁଛନ୍ତି। ଆସନ୍ତୁ ଜାଣିବା ସେୟାର ବଜାରରେ ଏହି ହ୍ରାସର କାରଣ କଣ?

ଆମେରିକା-ଇରାନ ମଧ୍ୟରେ ବଢୁଥିବା ତିକ୍ତତା
ମିଡିଲ୍ ଇଷ୍ଟରେ ଆମେରିକା ଏବଂ ଇରାନ ମଧ୍ୟରେ ଦୀର୍ଘ ସମୟ ଧରି ସଂଘର୍ଷ ଚାଲିଆସିଛି। ଦୁହିଁଙ୍କ ମଧ୍ୟରୁ କେହି ବି ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନାହାନ୍ତି। ଏହି ସଂଘର୍ଷ ଏବଂ ତିକ୍ତତା କାରଣରୁ ଗ୍ଲୋବାଲ ଫାଇନାନ୍ସିଆଲ ମାର୍କେଟ (ବିଶ୍ୱ ଆର୍ଥିକ ବଜାର) ରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ବାକ୍ ଯୁଦ୍ଧ ଏବଂ ସାମରିକ ଆକ୍ରମଣ କାରଣରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ 'ହରମୁଜ ପ୍ରଣାଳୀ'ରୁ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ପ୍ରକାଶ ପାଇଛି। ଏହି ଅନିଶ୍ଚିତତା ଯୋଗୁଁ ସାରା ବିଶ୍ୱର ଇକ୍ୱିଟି ମାର୍କେଟରେ ସେୟାର ବିକ୍ରି କରିବାର ଚାପ ବଢିଯାଇଛି। ନିବେଶକମାନେ ବିପଦପୂର୍ଣ୍ଣ ସମ୍ପତ୍ତିରୁ ନିଜ ଟଙ୍କା ପ୍ରତ୍ୟାହାର କରି ସୁରକ୍ଷିତ ବିକଳ୍ପ ଆଡକୁ ଗତି କରୁଛନ୍ତି।

ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି
ଆମେରିକା-ଇରାନ ମଧ୍ୟରେ ବଢୁଥିବା ତିକ୍ତତା ଏବଂ ଯୁଦ୍ଧର ସ୍ଥିତି ଯୋଗୁଁ କ୍ରୁଡ୍ ଅଏଲ୍ ଯୋଗାଣ ଉପରେ ସିଧାସଳଖ ପ୍ରଭାବ ପଡୁଛି। ଆନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ୍ ଅଏଲ୍ ମୂଲ୍ୟ ୧୦୦ ଡଲାର ପ୍ରତି ବ୍ୟାରେଲ୍ ଅତିକ୍ରମ କରିଛି। ସୋମବାର ସକାଳେ ବ୍ରେଣ୍ଟ କ୍ରୁଡ୍ ଅଏଲ୍ ୧୦୬ ଡଲାର ପ୍ରତି ବ୍ୟାରେଲରେ କାରବାର କରୁଥିବା ଦେଖାଯାଇଥିଲା। ଭାରତ ନିଜ ଆବଶ୍ୟକତାର ପ୍ରାୟ ୮୫ ପ୍ରତିଶତ କ୍ରୁଡ୍ ଅଏଲ୍ ଆମଦାନୀ କରିଥାଏ। ତେଲ ମୂଲ୍ୟ ବୃଦ୍ଧି ହେବା ଦ୍ୱାରା ଦେଶର କ୍ରୁଡ୍ ଆମଦାନୀ ବିଲ୍  ଯଥେଷ୍ଟ ବୃଦ୍ଧି ପାଇବ। ଆମଦାନୀ ବିଲ୍ ବଢିବା ଦ୍ୱାରା ମୁଦ୍ରାସ୍ଫୀତି ପୁଣି ଥରେ ବୃଦ୍ଧି ପାଇବାର ଆଶଙ୍କା ରହିଛି।

FII ର ବିକ୍ରି ଯୋଗୁଁ ଅବସ୍ଥା ବେହାଲ୍
ସ୍ଥିତି ମଧ୍ୟରେ ବିଶ୍ୱ ବଜାରର ଅସ୍ଥିରତା, ଆମେରିକୀୟ ବଣ୍ଡ୍ ୟିଲ୍ଡ ରେ ବୃଦ୍ଧି ଏବଂ କ୍ରମାଗତ ଭାବେ ମଜଭୁତ ହେଉଥିବା ଡଲାର କାରଣରୁ ବିଦେଶୀ ସଂସ୍ଥାଗତ ନିବେଶକ (FIIs) ଭାରତୀୟ ସେୟାର ବଜାରରୁ ଟଙ୍କା ପ୍ରତ୍ୟାହାର କରିବା ଆରମ୍ଭ କରିଦେଇଛନ୍ତି। FII ମାନେ ସେୟାର ବଜାରରୁ କ୍ରମାଗତ ଭାବେ ନିଜର ସେୟାର ବିକ୍ରି କରି ଟଙ୍କା କାଢୁଛନ୍ତି। ବିଦେଶୀ ପୁଞ୍ଜିର ଏହି ବଡ଼ ପ୍ରତ୍ୟାହାର ଘରୋଇ ବଜାରର ସେଣ୍ଟିମେଣ୍ଟକୁ ଖରାପ ଭାବେ ପ୍ରଭାବିତ କରିଛି। ଏହାଦ୍ୱାରା କ୍ରମାଗତ ଭାବେ ବିକ୍ରିର ଚାପ ବଢିବାରେ ଲାଗିଛି।

ବ୍ୟାଙ୍କିଙ୍ଗ୍ ସେୟାରରେ ହ୍ରାସ
ଆଜି ସେୟାର ବଜାରରେ ହୋଇଥିବା ଏହି ହ୍ରାସର ନେତୃତ୍ୱ ବ୍ୟାଙ୍କିଙ୍ଗ୍ ଏବଂ ଫାଇନାନ୍ସ ସେକ୍ଟର ନେଇଥିଲା। ବ୍ୟାଙ୍କ ନିଫ୍ଟିରେ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି ଏବଂ ଏଚଡିଏଫସି ବ୍ୟାଙ୍କ (HDFC Bank), ଆଇସିଆଇସିଆଇ ବ୍ୟାଙ୍କ (ICICI Bank), ଏସବିଆଇ (SBI) ଭଳି ପ୍ରମୁଖ ବ୍ୟାଙ୍କିଙ୍ଗ୍ ସେୟାରଗୁଡ଼ିକ ବହୁତ ତଳକୁ ଖସି ଆସିଛନ୍ତି। କ୍ରୁଡ୍ ଅଏଲରେ ବୃଦ୍ଧି, ମୁଦ୍ରାସ୍ଫୀତି ବଢିବା ଏବଂ ଫେଡ୍ ରିଜର୍ଭ ଦ୍ୱାରା ସୁଧ ହାର ବଢିବା ଆଶଙ୍କା ଯୋଗୁଁ ଆରବିଆଇ (RBI) ଦ୍ୱାରା ସୁଧ ହାର ହ୍ରାସ କରାଯିବାର ଆଶା ବହୁତ କମ୍ ରହିଛି। ବଢୁଥିବା ବଣ୍ଡ୍ ୟିଲ୍ଡ ବ୍ୟାଙ୍କଗୁଡ଼ିକର ଟ୍ରେଜେରୀ ପୋର୍ଟଫୋଲիଓ ଏବଂ ମାର୍ଜିନ ଉପରେ ମଧ୍ୟ ଚାପ ପକାଇଛି। ଏଥିଯୋଗୁଁ ନିବେଶକମାନେ ବ୍ୟାଙ୍କିଙ୍ଗ୍ ସେୟାରଗୁଡ଼ିକରେ ସବୁଠାରୁ ଅଧିକ ଲାଭ ସଂଗ୍ରହ (Profit Booking) ଏବଂ ବିକ୍ରି କରିଛନ୍ତି।

ଫେଡ୍ ଦ୍ୱାରା ସୁଧ ହାର ବୃଦ୍ଧି ହେବାର ସମ୍ଭାବନା
ଆମେରିକାର ମଜଭୁତ ଅର୍ଥନୈତିକ ପରିସଂଖ୍ୟାନ ଫେଡ୍ (Fed) ର ପରବର୍ତ୍ତୀ ପଦକ୍ଷେପକୁ ନେଇ ବଜାରର ଆଶାକୁ ବଦଳାଇ ଦେଇଛି। ରିପୋର୍ଟରେ ଦିଆଯାଇଥିବା ବଜାର ତଥ୍ୟ ଅନୁଯାୟୀ, ବ୍ୟବସାୟୀମାନେ ଅକ୍ଟୋବର ମାସରେ ସୁଧ ହାର ବୃଦ୍ଧି ହେବା ନେଇ ନିଜର ଆଶା ବଢାଇ ଦେଇଛନ୍ତି। ସୁଧ ହାର ବୃଦ୍ଧି ହେବାର ସମ୍ଭାବନା ୬୬ ପ୍ରତିଶତ ଅତିକ୍ରମ କରିଛି। ସେୟାର ବଜାର ପାଇଁ ଚିନ୍ତାର କାରଣ ସ୍ପଷ୍ଟ ଅଟେ। ଯଦି ସୁଧ ହାର ଦୀର୍ଘ ସମୟ ଧରି ଉଚ୍ଚା ରହେ, ତେବେ ଋଣର ମୂଲ୍ୟ ଅଧିକ ରହିବ ଏବଂ ବିପଦପୂର୍ଣ୍ଣ ସମ୍ପତ୍ତିର ମୂଲ୍ୟାଙ୍କନ ଉପରେ ଚାପ ପଡ଼ିପାରେ।

Disclaimer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।

Add Zee News as a Preferred Source
TAGS:
Odia News