• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଆନ୍ତର୍ଜାତୀୟ
  • /ଅଳ୍ପକେ ଟଳିଗଲା ଏକ ବଡ ଅଘଟଣ, ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଫସିଥିବା ଜାହାଜ

ଅଳ୍ପକେ ଟଳିଗଲା ଏକ ବଡ ଅଘଟଣ, ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଫସିଥିବା ଜାହାଜ

ପାରାଦୀପ ବନ୍ଦର ନିକଟ ସମୁଦ୍ରରେ ଜରୁରୀକାଳୀନ ଉଦ୍ଧାର ଅଭିଯାନରେ 'ଏମ୍.ଟି ସିଗୁଲ୍-୯' ନାମକ ଜାହାଜର ମୁଖ୍ୟ ଇଞ୍ଜିନ୍ ଓ ବାଲାଷ୍ଟ ଟ୍ୟାଙ୍କରେ କୌଣସି କାରଣରୁ ପାଣି ପଶିଯିବାରୁ ଜାହାଜଟି ପ୍ରାୟ ୧୦ ଡିଗ୍ରୀ ପର୍ଯ୍ୟନ୍ତ ଅଣେଇ ହୋଇ ପଡିଥିଲା। ଖବର ପାଇ ପାରାଦୀପ ବନ୍ଦର ତରଫରୁ ତୁରନ୍ତ ଜାହାଜଟିକୁ ସୁରକ୍ଷିତ ଭାବେ ପାରାଦୀପ ବନ୍ଦରକୁ ଅଣାଯାଇଛି।

Reported ByNarayan BeheraEdited BySoubhagya Ranjan Mishra
Published: Sep 29, 2026, 07:38 AM IST|Updated: Sep 29, 2026, 07:46 AM IST
joinshare
ଅଳ୍ପକେ ଟଳିଗଲା ଏକ ବଡ ଅଘଟଣ, ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଫସିଥିବା ଜାହାଜ
Image Credit: Paradip Port

About the Author

    Narayan Behera

    Narayan Behera

    Narayan Behera
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    ପାରାଦୀପ: ଅଳ୍ପକେ ଟଳିଗଲା ଏକ ବଡ ଅଘଟଣ । ପାରାଦୀପ ବନ୍ଦରର ତୁରନ୍ତ ପଦକ୍ଷେପ ଯୋଗୁ ସମୁଦ୍ରରେ ବୁଡି ଯାଉଥିବା ଯାହାଜ ଅଳ୍ପକେ ରକ୍ଷା ପାଇଛି । ଯାହାକୁ ପ୍ରଶଂସା କରିଛନ୍ତି ପାରାଦୀପ ବନ୍ଦର ଉପ ସଂରକ୍ଷକ କ୍ୟାପଟେନ ଅଲେଖ ଚନ୍ଦ୍ର ସାହୁ।

    ସୂଚନା ମୁତାବକ, ପାରାଦୀପ ବନ୍ଦର ନିକଟ ସମୁଦ୍ରରେ ଜରୁରୀକାଳୀନ ଉଦ୍ଧାର ଅଭିଯାନରେ 'ଏମ୍.ଟି ସିଗୁଲ୍-୯' ନାମକ ଜାହାଜର ମୁଖ୍ୟ ଇଞ୍ଜିନ୍ ଓ ବାଲାଷ୍ଟ ଟ୍ୟାଙ୍କରେ କୌଣସି କାରଣରୁ ପାଣି ପଶିଯିବାରୁ ଜାହାଜଟି ପ୍ରାୟ ୧୦ ଡିଗ୍ରୀ ପର୍ଯ୍ୟନ୍ତ ଅଣେଇ ହୋଇ ପଡିଥିଲା। ଖବର ପାଇ ପାରାଦୀପ ବନ୍ଦର ତରଫରୁ ତୁରନ୍ତ ଜାହାଜଟିକୁ ସୁରକ୍ଷିତ ଭାବେ ପାରାଦୀପ ବନ୍ଦରକୁ ଅଣାଯାଇଛି। ଏହି ଜାହାଜଟି ୯ ହଜାର ମେଟ୍ରିକ୍ ଟନ୍ କ୍ରୁଡ୍ ପାମ୍ ଅଏଲ୍ ନେଇ ପାରାଦୀପ ବନ୍ଦରକୁ ଆସିଥିଲା। ହେଲେ ପାରାଦୀପ ବନ୍ଦର ଠାରୁ ପ୍ରାୟ ୪୦ ନଟିକାଲ୍ ମାଇଲ ଦୂରରେ ଜାହାଜ ଇଞ୍ଜିନରେ କୌଣସି କାରଣରୁ ପାଣି ପଶିଯିବାରୁ ଜାହାଜର ଇଞ୍ଜିନ ଖରାପ ହୋଇପଡିବା ସହିତ ଜାହାଜଟି ଗୋଟିଏ ସାଇଡ୍ କୁ ଅଣେଇ ହୋଇ ପଡିଥିଲା। ଗତ ସେପ୍ଟେମ୍ବର ୨୭ ତାରିଖ ସକାଳେ ଜାହାଜର ଏଜେଣ୍ଟଙ୍କ ଠାରୁ ଜରୁରୀ ସହାୟତା ପାଇଁ ସୂଚନା ମିଳିବା ମାତ୍ରେ ପାରାଦୀପ ବନ୍ଦର ଭାରତୀୟ ତଟରକ୍ଷୀ ବାହିନୀ ଏବଂ ମ୍ୟାରିଟାଇମ୍ ଉଦ୍ଧାର ସମନ୍ୱୟ କେନ୍ଦ୍ର ସହିତ ଯୋଗାଯୋଗ କରାଯାଇଥିଲା। ଏନେଇ ପାରାଦୀପ ବନ୍ଦରର ବରିଷ୍ଠ ଅଧିକାରୀ ଉପ ସଂରକ୍ଷକ କ୍ୟାପଟେନ୍ ଅଲେଖ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶକ୍ରମେ ପାରାଦୀପର 'ଡୋଲଫିନ୍ ୨୫' ନାମକ ଟଗ୍ ବୋଟ୍ କୁ ପ୍ରସ୍ତୁତ କରିବା ସହ ଜାହାଜକୁ ସୁରକ୍ଷିତ ଭାବେ ଆଣିବା ପାଇଁ ତୁରନ୍ତ ପଠାଇଥିଲେ। ଅପରାହ୍ନ ୧ଟା ୪୦ରେ ଟଗ୍ ବୋଟ୍ ସମସ୍ତ ସରଞ୍ଜାମ ଧରି ପାରାଦୀପ ଜେଟିରୁ ବାହାରି ସନ୍ଧ୍ୟା ୫ଟା ୫୫ରେ ସେଠାରେ ପହଞ୍ଚିଥିଲେ। ପୂର୍ବରୁ ସେଠାରେ କୋଷ୍ଟଗାର୍ଡର ଜାହାଜ ପହଞ୍ଚି ଜାହାଜରୁ ପାଣି ନିଷ୍କାସନ କରିବା କାର୍ଯ୍ୟରେ ଲାଗିଥିବା ସମୟରେ ପାରାଦୀପର ଟଗ ବୋଟ ରସି ଲଗାଇ ଟାଣି ଆଣିବା ସହିତ ସୁରକ୍ଷିତ ଭାବେ ଜାହାଜକୁ ଉଦ୍ଧାର କରିବାରେ ସହାୟକ କରିଥିଲା।

    ଉଦ୍ଧାରକାରୀ ଟିମ୍ ଜାହାଜରେ ଚଢ଼ି ଯାଞ୍ଚ କରିବା ସହିତ ଜାହାଜକୁ ଲାଇନ୍ ରେ ସଂଯୋଗ କରାଯାଇଥିଲା। ଏହି ଉଦ୍ଧାର କାର୍ଯ୍ୟରେ ପାରାଦୀପ ବନ୍ଦର, ଭାରତୀୟ ତଟରକ୍ଷୀ ବାହିନୀ, ଇଣଆନ ନ୍ୟାଭି, ଏବଂ ସମ୍ପୃକ୍ତ ସଂସ୍ଥା ଗୁଡ଼ିକର ସମନ୍ୱିତ ପ୍ରୟାସରେ ଜାହାଜଟିକୁ ସୁରକ୍ଷିତ ଭାବେ ପାରାଦୀପ ବନ୍ଦର ହାର୍ବର ମଧ୍ୟକୁ ଅଣାଯାଇଛି। ଜାହାଜଟି ପାରାଦୀପ ବନ୍ଦର ର NQ-2 ବର୍ଥରେ ସୁରକ୍ଷିତ ଭାବେ ବର୍ଥିଂ କରାଯାଇଛି। ପାରାଦୀପରେ ଥିବା 'ଆଦାନୀ ଓ୍ବିଲମାର୍' ତୈଳ ଡିପୁ ପାଇଁ ୯ହଜାର ମେଟ୍ରିକ ଟନ୍ କ୍ରୁଡ୍ ପାମ୍ ଅଏଲ୍ ନେଇ ପାରାଦୀପ ବନ୍ଦରକୁ ଜାହାଜଟି ଆସିବା ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ତେବେ ଜାହାଜର ବାଲାଷ୍ଟ ଟ୍ୟାଙ୍କରରେ ପାଣି ପ୍ରବେଶ କରିବା ସହିତ ଇଞ୍ଜିନରେ ପାଣି ପ୍ରବେଶ କରିବାରୁ ଜାହାଜର ଇଞ୍ଜିନରେ ତୃଟି ଦେଖା ଦେଇଥିବା ଜଣାପଡିଛି। ତେବେ ଜାହାଜଟି ଏବେ ପାରାଦୀପ ବନ୍ଦର ହାରବର୍ ମଧ୍ୟରେ ସୁରକ୍ଷିତ ଭାବେ ବର୍ଥିଂ କରା ଯାଇଥିବା ବେଳେ ଜାହାଜରେ ଥିବା ସମସ୍ତ କ୍ରିୟୁ ମେମ୍ବର ମାନଙ୍କ ସହିତ ପାମ ଅଏଲ ସୁରକ୍ଷିତ ଥିବା ଜଣାପଡିଛି। ପାରାଦୀପ ବନ୍ଦରର ତୁରନ୍ତ ପଦକ୍ଷେପ ଯୋଗୁ ବହୁ ବଡ଼ ବିପଦରୁ ଜାହାଜ ସହିତ କ୍ରିଉ ମେମ୍ବର ମାନେ ରକ୍ଷା ପାଇ ପାରିଛନ୍ତି ବୋଲି ବନ୍ଦରର ବରିଷ୍ଠ ଅଧିକାରୀ ଅଲେଖ ଚନ୍ଦ୍ର ସାହୁ ବନ୍ଦରର ହାରବାର ମାଷ୍ଟର ସମେତ ବନ୍ଦର କର୍ମଚାରୀମାନଙ୍କୁ ପ୍ରଶଂସା କରିଛନ୍ତି।
     

    Add Zee News as a Preferred Source
    TAGS:
    Odia News