• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଆନ୍ତର୍ଜାତୀୟ
  • /Japan Earthquake: ଜାପାନରେ ଭୟଙ୍କର ଭୂକମ୍ପ, ୫.୭ ତୀବ୍ରତାର ଝଟକାରେ ଥରିଲା ମଧ୍ୟ ଜାପାନ; ଅନେକ ଆହତ

Japan Earthquake: ଜାପାନରେ ଭୟଙ୍କର ଭୂକମ୍ପ, ୫.୭ ତୀବ୍ରତାର ଝଟକାରେ ଥରିଲା ମଧ୍ୟ ଜାପାନ; ଅନେକ ଆହତ

ଜାପାନୀ ଗଣମାଧ୍ୟମ 'ଦି ମାଇନିଚି'ର ରିପୋର୍ଟ ଅନୁଯାୟୀ, ଜାପାନ ପାଣିପାଗ ସଂସ୍ଥା (JMA) ଅନୁସାରେ ସ୍ଥାନୀୟ ସମୟ ରବିବାର ରାତି ୧ଟା ୦୪ ମିନିଟ୍‌ରେ ଏହି ଭୂକମ୍ପ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଶିଜୁଓକା ପ୍ରିଫେକ୍ଚରର ପଶ୍ଚିମ ଭାଗରେ ରହିଥିବା ବେଳେ ଭୂପୃଷ୍ଠଠାରୁ ପ୍ରାୟ ୪୦ କିଲୋମିଟର ଗଭୀରତାରେ ଭୂକମ୍ପ ସୃଷ୍ଟି ହୋଇଥିଲା।

Written ByPriyambada RanaEdited ByPriyambada Rana
Published: Nov 08, 2026, 07:35 AM IST|Updated: Nov 08, 2026, 07:38 AM IST
joinshare
Japan Earthquake: ଜାପାନରେ ଭୟଙ୍କର ଭୂକମ୍ପ, ୫.୭ ତୀବ୍ରତାର ଝଟକାରେ ଥରିଲା ମଧ୍ୟ ଜାପାନ; ଅନେକ ଆହତ
Image Credit: Japan Earthquake: ଜାପାନରେ ଭୟଙ୍କର ଭୂକମ୍ପ, ୫.୭ ତୀବ୍ରତାର ଝଟକାରେ ଥରିଲା ମଧ୍ୟ ଜାପାନ; ଅନେକ ଆହତ

About the Author

    Priyambada Rana

    Priyambada Rana

    I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Japan Earthquake: ଜାପାନରେ ପୁଣି ଭୂକମ୍ପ ଆତଙ୍କ। ରବିବାର ସକାଳେ ମଧ୍ୟ ଜାପାନରେ ୫.୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ଝଟକାରେ ଅନେକ ଅଞ୍ଚଳ ଥରି ଉଠିଥିବା ବେଳେ ଡଜନାଧିକ ଲୋକ ଆହତ ହୋଇଥିବା ଜାପାନୀ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଘଟଣା ପରେ ସ୍ଥିତି ଉପରେ ନଜର ରଖିବା ଏବଂ ଉଦ୍ଧାର କାର୍ଯ୍ୟ ସମନ୍ୱୟ ପାଇଁ ସରକାରଙ୍କ ପକ୍ଷରୁ ଏକ ଜରୁରୀକାଳୀନ ପ୍ରତିକ୍ରିୟା କାର୍ଯ୍ୟାଳୟ ଖୋଲାଯାଇଛି।

    ଜାପାନୀ ଗଣମାଧ୍ୟମ 'ଦି ମାଇନିଚି'ର ରିପୋର୍ଟ ଅନୁଯାୟୀ, ଜାପାନ ପାଣିପାଗ ସଂସ୍ଥା (JMA) ଅନୁସାରେ ସ୍ଥାନୀୟ ସମୟ ରବିବାର ରାତି ୧ଟା ୦୪ ମିନିଟ୍‌ରେ ଏହି ଭୂକମ୍ପ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଶିଜୁଓକା ପ୍ରିଫେକ୍ଚରର ପଶ୍ଚିମ ଭାଗରେ ରହିଥିବା ବେଳେ ଭୂପୃଷ୍ଠଠାରୁ ପ୍ରାୟ ୪୦ କିଲୋମିଟର ଗଭୀରତାରେ ଭୂକମ୍ପ ସୃଷ୍ଟି ହୋଇଥିଲା।

    ଅନେକ ଅଞ୍ଚଳରେ ଅନୁଭୂତ ହେଲା ଝଟକା:
    ଭୂକମ୍ପର ପ୍ରଭାବ ଆଇଚି ପ୍ରିଫେକ୍ଚରର ଚିତା ଅଞ୍ଚଳରେ ଅଧିକ ଅନୁଭୂତ ହୋଇଥିଲା। ଜାପାନର ଭୂକମ୍ପ ତୀବ୍ରତା ମାପକ ଅନୁସାରେ ଏଠାରେ ୫ରୁ ଅଧିକ ତୀବ୍ରତା ରେକର୍ଡ କରାଯାଇଥିଲା। ଏହାବ୍ୟତୀତ ଆଇଚି, ନାଗାନୋ ଓ ଗିଫୁ ପ୍ରିଫେକ୍ଚରର ବିଭିନ୍ନ ଅଞ୍ଚଳରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଫଳରେ ମଧ୍ୟ ଜାପାନର ଏକ ବିସ୍ତୃତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

    ଭୂକମ୍ପ ପରେ ଆସିଲା ଏକାଧିକ ଝଟକା:
    ମୁଖ୍ୟ ଭୂକମ୍ପ ପରେ ମଧ୍ୟ ଛୋଟ ଛୋଟ ଝଟକା ଅନୁଭୂତ ହୋଇଥିବା ଜଣାପଡ଼ିଛି। ପରିସ୍ଥିତିର ମୁକାବିଲା ଏବଂ ପ୍ରଭାବିତ ଅଞ୍ଚଳର ସ୍ଥିତି ଆକଳନ କରିବା ପାଇଁ ଜାପାନ ସରକାର ଏକ ସ୍ୱତନ୍ତ୍ର ଯୋଗାଯୋଗ ଓ ସମନ୍ୱୟ କାର୍ଯ୍ୟାଳୟ ଗଠନ କରିଛନ୍ତି। ଅନ୍ୟପଟେ ଭୂକମ୍ପ ପରବର୍ତ୍ତୀ ସ୍ଥିତି ଉପରେ ଜାପାନ ପାଣିପାଗ ସଂସ୍ଥା ନିରନ୍ତର ନଜର ରଖିଛି।

    ସୁନାମି ଆଶଙ୍କା ନାହିଁ, ତଥାପି ସତର୍କ ରହିବାକୁ ପରାମର୍ଶ:
    ଏହି ଭୂକମ୍ପ ପରେ ସୁନାମି ଆସିବାର କୌଣସି ବିପଦ ନଥିବା ଜାପାନ ପାଣିପାଗ ସଂସ୍ଥା ସ୍ପଷ୍ଟ କରିଛି। ତେବେ ମୁଖ୍ୟ ଭୂକମ୍ପ ପରେ ଆହୁରି ଝଟକା ଆସିବାର ସମ୍ଭାବନାକୁ ନେଇ ଚିନ୍ତା ବଢ଼ିଛି। ଅଧିକାରୀମାନେ ଭୂକମ୍ପୀୟ କାର୍ଯ୍ୟକଳାପ ଉପରେ ନଜର ରଖିବା ସହ ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରୁଛନ୍ତି।

    Add Zee News as a Preferred Source
    TAGS:
    Trending News