• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଆନ୍ତର୍ଜାତୀୟ
  • /Oregon School Tragedy: ଆମେରିକାର ସ୍କୁଲରେ ଗୁଳିକାଣ୍ଡ: ୩ ଶିଶୁଙ୍କ ସମେତ ୪ ମୃତ, ଅନେକ ଆହତ

Oregon School Tragedy: ଆମେରିକାର ସ୍କୁଲରେ ଗୁଳିକାଣ୍ଡ: ୩ ଶିଶୁଙ୍କ ସମେତ ୪ ମୃତ, ଅନେକ ଆହତ

ପୁଲିସ ମୁଖ୍ୟଙ୍କ କହିବା ଅନୁସାରେ, ଏହି ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦିଗ୍ଧ ଜଣକ ହେଉଛି ବେଣ୍ଡ ସହରର ଜଣେ ୧୬ ବର୍ଷୀୟ ନାବାଳକ। ତେବେ ସ୍କୁଲ ଭିତରକୁ ବନ୍ଧୁକ ଧରି ଜଣେ ବ୍ୟକ୍ତି ପ୍ରବେଶ କରୁଥିବା ଦେଖି ଜଣେ ସ୍ଥାନୀୟ ବ୍ୟକ୍ତି ତାଙ୍କୁ ଗୁଳି କରିଥିବା ପୁଲିସ କହିଛି।

Written ByPriyambada RanaEdited ByPriyambada Rana
Published: Oct 16, 2026, 07:09 AM IST|Updated: Oct 16, 2026, 07:13 AM IST
joinshare
Oregon School Tragedy: ଆମେରିକାର ସ୍କୁଲରେ ଗୁଳିକାଣ୍ଡ: ୩ ଶିଶୁଙ୍କ ସମେତ ୪ ମୃତ, ଅନେକ ଆହତ
Image Credit: Oregon School Tragedy: ଆମେରିକାର ସ୍କୁଲରେ ଗୁଳିକାଣ୍ଡ: ୩ ଶିଶୁଙ୍କ ସମେତ ୪ ମୃତ, ଅନେକ ଆହତ

About the Author

    Priyambada Rana

    Priyambada Rana

    I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Oregon School Tragedy: ଆମେରିକାର ଓରେଗନ୍‌ ରାଜ୍ୟରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ ଭୟଙ୍କର ଗୁଳିକାଣ୍ଡ ଘଟିଛି। ବେଣ୍ଡ ସହରର ସିଲଭର ରେଲ୍‌ ଏଲିମେଣ୍ଟାରୀ ସ୍କୁଲରେ ଗୁରୁବାର ଘଟିଥିବା ଏହି ଗୁଳିମାଡ଼ରେ ୩ ଜଣ ଶିଶୁଙ୍କ ସମେତ ଅତି କମ୍‌ରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

    ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ
    ବେଣ୍ଡ ପୁଲିସ ମୁଖ୍ୟ ମାଇକ୍‌ କ୍ରାଣ୍ଟଜ୍‌ଙ୍କ ସୂଚନା ଅନୁଯାୟୀ, ମୃତ ଶିଶୁମାନଙ୍କ ବୟସ ୫, ୮ ଓ ୧୧ ବର୍ଷ। ଏହି ଗୁଳିକାଣ୍ଡରେ ଜଣେ ଶିକ୍ଷକଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହା ବ୍ୟତୀତ ଜଣେ ୭ ବର୍ଷୀୟ ଶିଶୁ ଏବଂ ୫୪ ବର୍ଷୀୟ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ବେଣ୍ଡ ସହରର ସେଣ୍ଟ ଚାର୍ଲ୍ସ ମେଡିକାଲ୍‌ ସେଣ୍ଟରରେ ଭର୍ତ୍ତି କରାଯାଇଛି।

    ୧୬ ବର୍ଷୀୟ ନାବାଳକ ସନ୍ଦିଗ୍ଧ ମୃତ
    ପୁଲିସ ମୁଖ୍ୟଙ୍କ କହିବା ଅନୁସାରେ, ଏହି ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦିଗ୍ଧ ଜଣକ ହେଉଛି ବେଣ୍ଡ ସହରର ଜଣେ ୧୬ ବର୍ଷୀୟ ନାବାଳକ। ତେବେ ସ୍କୁଲ ଭିତରକୁ ବନ୍ଧୁକ ଧରି ଜଣେ ବ୍ୟକ୍ତି ପ୍ରବେଶ କରୁଥିବା ଦେଖି ଜଣେ ସ୍ଥାନୀୟ ବ୍ୟକ୍ତି ତାଙ୍କୁ ଗୁଳି କରିଥିବା ପୁଲିସ କହିଛି।

    77032) October 16, 2026

    ପରେ ପୁଲିସ କର୍ମଚାରୀମାନେ ସ୍କୁଲ ଭିତରକୁ ପ୍ରବେଶ କରି ସନ୍ଦିଗ୍ଧଙ୍କୁ ମୃତ ଅବସ୍ଥାରେ ପାଇଥିଲେ। ଏହାପରେ ସ୍କୁଲର ସମସ୍ତ କୋଠରୀ ଯାଞ୍ଚ କରାଯାଇଥିଲା ଏବଂ ଅନ୍ୟ କୌଣସି ବିପଦ ନଥିବା ନିଶ୍ଚିତ କରି ଆହତଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା।

    ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା:
    ଗୁଳିକାଣ୍ଡ ପରେ ପୁଲିସ ସ୍କୁଲର ପ୍ରତ୍ୟେକ କୋଠରୀ ଖାଲି କରାଇଥିଲା। ପରେ ଛାତ୍ରଛାତ୍ରୀ ଓ ସ୍କୁଲ କର୍ମଚାରୀଙ୍କୁ ବସ୍‌ ଯୋଗେ ନିକଟସ୍ଥ ଏକ ଚର୍ଚ୍ଚକୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ପରିବାର ସଦସ୍ୟଙ୍କ ସହ ମିଶିବାର ବ୍ୟବସ୍ଥା କରାଯାଇଥିଲା। ବେଣ୍ଡ ପୁଲିସ ବିଭାଗର ଯୋଗାଯୋଗ ପ୍ରବନ୍ଧକ ଶିଲା ମିଲର କହିଛନ୍ତି ଯେ, ଏଭଳି ଘଟଣା ବେଣ୍ଡ ସହରରେ କେହି ଚାହାନ୍ତି ନାହିଁ। ଏହା ସମଗ୍ର ସମୁଦାୟ ପାଇଁ ଏକ ଦୁଃଖଦ ଘଟଣା।

    FBI ଓ ରାଜ୍ୟ ପ୍ରଶାସନର ନଜର
    ପୁଲିସ ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ଦିନ ୧୨ଟା ୫୯ ମିନିଟ୍‌ରେ ସ୍କୁଲ ବାହାରେ ଏକ କାର୍‌ ଉପରକୁ ଗୁଳି ଚଳାଯାଇଥିବା ନେଇ ପ୍ରଥମ ସୂଚନା ମିଳିଥିଲା। ଏହାର କିଛି ସମୟ ମଧ୍ୟରେ ଅନ୍ୟ ଜରୁରୀକାଳୀନ କଲ୍‌ ମଧ୍ୟ ଆସିଥିଲା ଏବଂ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା।

    ଆମେରିକାର ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନଭେଷ୍ଟିଗେସନ୍‌ (FBI) ନିର୍ଦ୍ଦେଶକ କାଶ ପଟେଲ ସୋସିଆଲ ମିଡିଆରେ କହିଛନ୍ତି ଯେ, ତଦନ୍ତରେ ସ୍ଥାନୀୟ ପୁଲିସକୁ FBI ସହଯୋଗ କରୁଛି। ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।

    ଓରେଗନ୍‌ର ଗଭର୍ଣ୍ଣର ଟିନା କୋଟେକ୍‌ ମଧ୍ୟ ଘଟଣା ଉପରେ ନଜର ରଖିଥିବା କହିଛନ୍ତି। ଆମେରିକା ସିନେଟର ଜେଫ୍‌ ମର୍କଲି ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପ୍ରଭାବିତ ଶିଶୁ, ପରିବାର ଓ ବେଣ୍ଡ ସମୁଦାୟ ପ୍ରତି ସମବେଦନା ଜଣାଇଛନ୍ତି। ଏହି ଗୁଳିକାଣ୍ଡର ପ୍ରକୃତ କାରଣ କ’ଣ ଏବଂ ଘଟଣା ସହ ଜଡ଼ିତ ଅନ୍ୟାନ୍ୟ ତଥ୍ୟ କ’ଣ, ସେନେଇ ତଦନ୍ତ ଜାରି ରହିଛି।

    Add Zee News as a Preferred Source
    TAGS:
    Trending News