• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଆନ୍ତର୍ଜାତୀୟ
  • /Spain General Strike: ଘରଭଡ଼ା ଓ ମହଙ୍ଗା ମାଡ଼ ବିରୋଧରେ ରାଜରାସ୍ତାରେ ୪୦ ଲକ୍ଷ ଶ୍ରମିକ!

Spain General Strike: ଘରଭଡ଼ା ଓ ମହଙ୍ଗା ମାଡ଼ ବିରୋଧରେ ରାଜରାସ୍ତାରେ ୪୦ ଲକ୍ଷ ଶ୍ରମିକ!

କିଛି ମୁଖା ପିନ୍ଧା ପ୍ରଦର୍ଶନକାରୀ ରାସ୍ତାରେ ଥିବା ଆବର୍ଜନା ପାତ୍ରରେ ନିଆଁ ଲଗାଇବା ସହ ଦୋକାନର କାଚ ଭାଙ୍ଗିଥିଲେ। ଏହାକୁ ନେଇ ପୋଲିସ ସହ ସେମାନଙ୍କର ସଂଘର୍ଷ ହୋଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲା।

Written ByPriyambada RanaEdited ByPriyambada Rana
Published: Nov 12, 2026, 08:08 AM IST|Updated: Nov 12, 2026, 08:10 AM IST
joinshare
Spain General Strike: ଘରଭଡ଼ା ଓ ମହଙ୍ଗା ମାଡ଼ ବିରୋଧରେ ରାଜରାସ୍ତାରେ ୪୦ ଲକ୍ଷ ଶ୍ରମିକ!
Image Credit: Social Media

About the Author

    Priyambada Rana

    Priyambada Rana

    I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Spain General Strike: ଘରଭଡ଼ା ବୃଦ୍ଧି, ଘରର ଅଭାବ ଓ ଦିନକୁ ଦିନ ବଢ଼ୁଥିବା ଜୀବନଯାପନ ଖର୍ଚ୍ଚକୁ ବିରୋଧ କରି ସ୍ପେନ୍‌ରେ ବଡ଼ ଧରଣର ଆନ୍ଦୋଳନ ଦେଖିବାକୁ ମିଳିଛି। ଦୀର୍ଘ ୧୪ ବର୍ଷ ପରେ ଦେଶରେ ପ୍ରଥମ ସାଧାରଣ ଧର୍ମଘଟ ହୋଇଥିବାବେଳେ ଏଥିରେ ଲକ୍ଷ ଲକ୍ଷ ଶ୍ରମିକ ଓ ସାଧାରଣ ଲୋକ ସାମିଲ ହୋଇଛନ୍ତି। ବୁଧବାର ରାଜଧାନୀ ମାଡ୍ରିଡ୍‌ ସମେତ ବାର୍ସିଲୋନାରେ ବିଶାଳ ବିକ୍ଷୋଭ ହୋଇଥିଲା। ତେବେ ବାର୍ସିଲୋନାରେ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା।

    ସୂଚନା ଅନୁଯାୟୀ, ମାଡ୍ରିଡ୍‌ରେ ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକ ଏହି ବିକ୍ଷୋଭରେ ସାମିଲ ହୋଇଥିବାବେଳେ ବାର୍ସିଲୋନାରେ ୫୦ ହଜାରରୁ ଅଧିକ ଲୋକ ଏକାଠି ହୋଇଥିଲେ। କିଛି ମୁଖା ପିନ୍ଧା ପ୍ରଦର୍ଶନକାରୀ ରାସ୍ତାରେ ଥିବା ଆବର୍ଜନା ପାତ୍ରରେ ନିଆଁ ଲଗାଇବା ସହ ଦୋକାନର କାଚ ଭାଙ୍ଗିଥିଲେ। ଏହାକୁ ନେଇ ପୋଲିସ ସହ ସେମାନଙ୍କର ସଂଘର୍ଷ ହୋଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲା।

    ବାର୍ସିଲୋନାର ପ୍ରସିଦ୍ଧ ପ୍ଲାଜା ଦେ କାଟାଲୁନିଆ ନିକଟସ୍ଥ ପାସେଇଗ୍ ଦେ ଗ୍ରାସିଆ ଅଞ୍ଚଳରେ ମଧ୍ୟ ସଂଘର୍ଷ ହୋଇଥିବା ଖବର ମିଳିଛି। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, କିଛି ପ୍ରଦର୍ଶନକାରୀ ପୋଲିସ ଉପରକୁ ଆତସବାଜି ଫିଙ୍ଗିଥିବାବେଳେ କେତେକ ଦୋକାନରେ ଲୁଟ୍‌ପାଟ୍‌ କରିଥିଲେ। ଏଥିରେ ଏକ ଲେଗୋ ଷ୍ଟୋର ମଧ୍ୟ ଟାର୍ଗେଟ୍‌ ହୋଇଥିବା ଜଣାପଡ଼ିଛି। କିଛି ଲୋକ ଏକ ଆପଲ୍‌ ଷ୍ଟୋର ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ମଧ୍ୟ ଦେଖାଯାଇଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ସହରରେ ଉତ୍ତେଜନା ଜାରି ରହିଥିବାରୁ ସହର କେନ୍ଦ୍ରରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।

    Spanish protests turn VIOLENT in parts of the country with FIRES being set in Barcelona https://t.co/bygImJIMqt

    — RT (@RT_com) November 11, 2026

    ଏହି ଧର୍ମଘଟକୁ ସ୍ପେନ୍‌ର ଦୁଇଟି ବଡ଼ ଶ୍ରମିକ ସଂଗଠନ UGT ଓ CCOO ସମର୍ଥନ କରିଥିଲେ। ଏହା ସହ ଘରଭଡ଼ା ବୃଦ୍ଧି ଓ ବେଦଖଲ ସମସ୍ୟା ବିରୋଧରେ ଲଢ଼ୁଥିବା ଭଡ଼ାଟିଆ ସଂଗଠନଗୁଡ଼ିକ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଶ୍ରମିକ ସଂଗଠନଗୁଡ଼ିକର ଦାବି ଅନୁଯାୟୀ, ସାରା ଦେଶରେ ପ୍ରାୟ ୪୦ ଲକ୍ଷ ଶ୍ରମିକ ଏହି ଧର୍ମଘଟରେ ଭାଗ ନେଇଥିଲେ।

    UGT ମୁଖ୍ୟ ପେପେ ଆଲଭାରେଜ୍‌ ଏହି ଧର୍ମଘଟକୁ ସଫଳ ବୋଲି କହିବା ସହ ଏଥିରେ ବ୍ୟାପକ ଜନସମର୍ଥନ ମିଳିଥିବା ଦାବି କରିଛନ୍ତି। ସେହିପରି CCOO ମୁଖ୍ୟ ଉନାଇ ସୋର୍ଡୋ ମଧ୍ୟ ଧର୍ମଘଟରେ ଉଲ୍ଲେଖନୀୟ ଅଂଶଗ୍ରହଣ ହୋଇଥିବା କହିଛନ୍ତି। ତେବେ ଦେଶର ସବୁ ଅଞ୍ଚଳରେ ଧର୍ମଘଟର ପ୍ରଭାବ ସମାନ ନଥିଲା। ଘରଭଡ଼ା ଓ ଘର ଅଭାବ ସମସ୍ୟା ଅଧିକ ଥିବା ଉପକୂଳ ଅଞ୍ଚଳରେ ଏହାକୁ ଅଧିକ ସମର୍ଥନ ମିଳିଥିଲା।

    ସାରା ଦେଶରେ ଧର୍ମଘଟ ଯୋଗୁଁ ପରିବହନ ସେବା ସମେତ ବିଭିନ୍ନ ସରକାରୀ ଓ ସାର୍ବଜନୀନ ସେବା ବ୍ୟାହତ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ୨୦୧୨ରେ ୟୁରୋଜୋନ୍‌ ଋଣ ସଙ୍କଟ ସମୟରେ ସରକାରଙ୍କ ମିତବ୍ୟୟୀ ନୀତି ବିରୋଧରେ ସ୍ପେନ୍‌ରେ ସାଧାରଣ ଧର୍ମଘଟ ହୋଇଥିଲା। ଦୀର୍ଘ ୧୪ ବର୍ଷ ପରେ ପୁଣିଥରେ ଏଭଳି ଧର୍ମଘଟ ହୋଇଥିବାବେଳେ ନଭେମ୍ବର ୨୯ରେ ଦେଶରେ ସଂସଦୀୟ ନିର୍ବାଚନ ହେବାକୁ ଥିବାରୁ ଏହି ଆନ୍ଦୋଳନକୁ ନେଇ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ବଢ଼ିଛି।

    Add Zee News as a Preferred Source
    TAGS:
    Trending News