Bank of Baroda Recruitment 2026: ବ୍ୟାଙ୍କ୍ ରେ ଚାକିରି କରିବା ପାଇଁ ସ୍ବପ୍ନ ଦେଖିଥିବା ଆଶାୟୀଙ୍କ ପାଇଁ ବଡ଼ ଖବର। ବ୍ୟାଙ୍କ୍ ଅଫ୍ ବରୋଦା ଆଣିଛି ବମ୍ପର ଅଫର। ଓ୍ବେଲଥ୍ (Wealth Executive) ଏକଜିକ୍ୟୁଟିଭ୍ ଓ କ୍ରେଡିଟ୍ ଆନାଲିଷ୍ଟ (Credit Analyst roles) ମୋଟ୍ ପଦବୀ ପାଇଁ ୧,୧୦୦ ପଦବୀ ବାହାରିଛି। ଯେଉଁ ଆଶାୟୀମାନେ ଏ ପର୍ଯ୍ୟନ୍ତ ଅବେଦନ କରି ନାହାଁନ୍ତି। ସେମାନେ ଶିଘ୍ର ଆବେଦନ କରନ୍ତୁ। ଅକ୍ଟୋବର ୧ ତାରିଖ ଯାଏଁ ସେମାନେ ଅନଲାଇ୍ ରେ ଆବେଦନ କରିପାରିବେ। ଆବେଦନ ପାଇଁ ବ୍ୟାଙ୍କର୍ ଅଫିସିଆଲ୍ ଓ୍ବାବସାଇଟ୍ bankofbaroda.bank.in ଭିଜିଟ୍ କରନ୍ତୁ।
ଶିକ୍ଷାଗତ ଯୋଗ୍ୟତା: ଆଶାୟୀମାନେ ଏକ ସ୍ବକୃତୀପ୍ରାପ୍ତ ବିଶ୍ବ ବିଦ୍ୟାଳୟରୁ ଯେ କୌଣସି ବିଭାଗରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
ଅନଲାଇନ୍ ଫର୍ମ କିପରି ପୂରଣ କରିବେ?
ଆଶାୟୀମାନେ ପ୍ରଥମେ ବ୍ୟାଙ୍କ ଅଫ୍ ବରୋଦା ୱେବସାଇଟ୍,bankofbaroda.bank.in ଭିଜିଟ୍ କରନ୍ତୁ। ତା'ପରେ,କ୍ୟାରିଅର୍ ବିଭାଗକୁ ଯାଆନ୍ତୁ ଏବଂ SO ନିଯୁକ୍ତି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ। ପଞ୍ଜିକରଣ ପ୍ରକ୍ରିୟା ପୂରଣ କରନ୍ତୁ, ଲଗ୍ ଇନ୍ କରନ୍ତୁ ଏବଂ ଆବେଦନ ଫର୍ମ ପୂରଣ କରନ୍ତୁ। ଆବଶ୍ୟକୀୟ ସୂଚନା ଏବଂ ଡକ୍ୟୁମେଣ୍ଟ ଅପଲୋଡ୍ କରିବା ସାରିବା ପରେ,ଆବେଦନ ଫି ପ୍ରଦାନ କରନ୍ତୁ। ଶେଷରେ, ଫର୍ମ ଦାଖଲ କରନ୍ତୁ । ଏବଂ ଏକ ପ୍ରିଣ୍ଟ- ଆଉଟ୍ ବାହାର କରନ୍ତୁ ଏବଂ ଏହାକୁ ନିଜ ପାଖରେ ରଖନ୍ତୁ।
ଆବେଦନ ଫି କେତେ?
ଜେନେରାଲ୍, ଆର୍ଥିକ ଅନଗ୍ରସର (EWS) ଓ ଓବିସି (OBC)ଙ୍କ ପାଇଁ ଆବେଦନ ଫି ୮୫୦ ଟଙ୍କା ଥିବା ବେଳେ ଏସସି (SC), ଏସଟି (ST) , PwBD(ପିଏଚ୍-ଡି-ଡବ୍ଲୁ), ESM( ଏକ୍ସ ସର୍ଭିସ୍ ମ୍ୟାନ୍) ଏବଂ ମହିଳା ପ୍ରାର୍ଥୀମାନଙ୍କୁ ମାତ୍ର ୧୭୫ ଟଙ୍କା ଫି ଭରିବାକୁ ପଡିବ।
ଚୟନ ପ୍ରକ୍ରିୟା: ଆବେଦନ ଯାଞ୍ଚ ହେବା ପରେ, ଅନଲାଇନ୍ ପରୀକ୍ଷା ହୋଇପାରେ। ଏବଂ ପରେ ସାକ୍ଷାତକାର ସହ ଏକାଧିକ ପର୍ଯ୍ୟାୟରେ ପରୀକ୍ଷା ହୋଇପାରେ।
ଚୟନ ପ୍ରକ୍ରିୟାରେ ଆବେଦନ ଯାଞ୍ଚ, ଅନଲାଇନ୍ ପରୀକ୍ଷା, ସାଇକୋମେଟ୍ରିକ୍ ପରୀକ୍ଷା କିମ୍ବା ପରବର୍ତ୍ତୀ ଚୟନ ପ୍ରକ୍ରିୟା ପାଇଁ ଉପଯୁକ୍ତ ବିବେଚିତ ଅନ୍ୟ କୌଣସି ପରୀକ୍ଷା ଅନ୍ତର୍ଭୁକ୍ତ ହୋଇପାରେ ଯାହା ପରେ ଗୋଷ୍ଠୀ ଆଲୋଚନା ଏବଂ/କିମ୍ବା ସାକ୍ଷାତକାର / ପ୍ରାର୍ଥୀଙ୍କ ସାକ୍ଷାତକାରର ଏକାଧିକ ପର୍ଯ୍ୟାୟ ହୋଇପାରେ। ଅନଲାଇନ୍ ପରୀକ୍ଷାରେ ମୋଟ୍ ୧୨୦ ଟି ପ୍ରଶ୍ନ ରହିବ। ଏବଂ ସମୟ ୧୨୦ ମିନିଟ୍ ଦିଆଯିବ।
ଯେଉଁଥିରେ ଇଂରାଜୀ, ରିଜୋନିଂ, କ୍ବଣ୍ଟିଟେଟିଭ୍ ଆପଟିଟ୍ୟୁଡ୍ (Quantitative Aptitude), ଜେନେରାଲ୍ ନଲେଜ୍, ବ୍ୟାଙ୍କିଂ ସମ୍ବନ୍ଧୀୟ ସଚେତନତା ସହ ନିର୍ଦ୍ଧିଷ୍ଟ ପଦବୀ ସହ ଜଡିତ କିଛି ପ୍ରଶ୍ନ ରହିବ। ଏବଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏଥିରେ ମାଇନସ୍ ମାର୍କିଂ ମଧ୍ୟ ରହିଛି।
Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଜୀ ଓଡ଼ିଶା ନ୍ୟୁଜର ଏହା ନିଜସ୍ୱ ମତ ନୁହେଁ। କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ଅନୁଷ୍ଠାନର ଅଫିସିଆଲ ୱେବସାଇଟ କିମ୍ବା କଷ୍ଟମର କେୟାରର ସାହାଯ୍ୟ ନେଇପାରନ୍ତି।