• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଚାକିରି
  • /Agniveer: ଦୀପାବଳି ପୂର୍ବରୁ ଅଗ୍ନିବୀରଙ୍କୁ କେନ୍ଦ୍ର ସରକାର ଦେଲେ ବଡ଼ ଖବର! ୨ ବର୍ଷ ବଢିଲା କାର୍ଯ୍ୟକାଳ ଅବଧି

Agniveer: ଦୀପାବଳି ପୂର୍ବରୁ ଅଗ୍ନିବୀରଙ୍କୁ କେନ୍ଦ୍ର ସରକାର ଦେଲେ ବଡ଼ ଖବର! ୨ ବର୍ଷ ବଢିଲା କାର୍ଯ୍ୟକାଳ ଅବଧି

Agniveer: ଦୀପାବଳି ପୂର୍ବରୁ ମୋଦୀ ସରକାର ଦେଲେ ବଡ଼ ଖବର। ଅଗ୍ନିବୀରଙ୍କ କାର୍ଯ୍ୟକାଳ ଅବଧି ୨ ବର୍ଷ ବୃଦ୍ଧି କରାଯାଇଛି। ଏନେଇ ଅଗ୍ନିବୀରଙ୍କ କାର୍ଯ୍ୟକାଳ ୪ ବର୍ଷରୁ ୬ ବର୍ଷକୁ ବୃଦ୍ଧି ହୋଇଛି। ଏନେଇ ସିଡିଏସ୍ ରାଜା ସୁବ୍ରମଣୀ (CDS Gen. N. S. Raja Subramani) ସୂଚନା ଦେଇଛନ୍ତି।

Written ByNarmada BeheraEdited ByNarmada Behera
Published: Nov 04, 2026, 05:52 PM IST|Updated: Nov 04, 2026, 05:54 PM IST
joinshare
Agniveer: ଦୀପାବଳି ପୂର୍ବରୁ ଅଗ୍ନିବୀରଙ୍କୁ କେନ୍ଦ୍ର ସରକାର ଦେଲେ ବଡ଼ ଖବର! ୨ ବର୍ଷ ବଢିଲା କାର୍ଯ୍ୟକାଳ ଅବଧି
Image Credit: Representative - Social Media

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Agniveer: ଦୀପାବଳି ପୂର୍ବରୁ ମୋଦୀ ସରକାର ଦେଲେ ବଡ଼ ଖବର। ଅଗ୍ନିବୀରଙ୍କ କାର୍ଯ୍ୟକାଳ ଅବଧି ୨ ବର୍ଷ ବୃଦ୍ଧି କରାଯାଇଛି। ଏନେଇ ଅଗ୍ନିବୀରଙ୍କ କାର୍ଯ୍ୟକାଳ ୪ ବର୍ଷରୁ ୬ ବର୍ଷକୁ ବୃଦ୍ଧି ହୋଇଛି।  ଏନେଇ ସିଡିଏସ୍  ରାଜା ସୁବ୍ରମଣୀ (CDS Gen. N. S. Raja Subramani) ସୂଚନା ଦେଇଛନ୍ତି। କେନ୍ଦ୍ର କ୍ୟାବିନେଟ୍ ଏ-ହି ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛି। ସବୁଠୁ ବଡ଼ କଥା ହେଉଛି ଯେ, ସରକାର ପୂର୍ବରୁ ଘୋଷଣା କରିଥିଲେ ଯେ ୨୫% ଅଗ୍ନିବୀରଙ୍କୁ ସ୍ଥାୟୀ କରାଯିବ। କେନ୍ଦ୍ର ସରକାରଙ୍କ ଦ୍ବାରା ମଞ୍ଜୁରୀ ପାଇଥିବା ଏହି ନିସ୍ପତ୍ତି ନେଇ ଦ୍ବାରା ଲକ୍ଷ ଲକ୍ଷ ଅଗ୍ନିବୀର ଉପକୃତ ହେବେ। ଅଗ୍ନିବୀର ପଦବୀରେ କାର୍ଯ୍ୟରତ ୭୫ % ସୈନିକଙ୍କୁ ଦୁଇ ବର୍ଷ ପାଇଁ ଏକ୍ସଟେନ୍ସନ୍ ମିଳିବ।

    ପ୍ରଥମ ବ୍ୟାଚ୍ ଙ୍କ କାର୍ଯ୍ୟକାଳ ନଭେମ୍ବରରେ ଶେଷ ହେବ-:ଭାରତୀୟ ନୈସେନା ସୌନିକଙ୍କ ପ୍ରଥମ ବ୍ୟାଚ୍ ନଭେମ୍ବର ୨୧ ତାରିଖରେ ବାୟୁସେନା ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚ୍ ୩୧ ଡିସେମ୍ବର ତାରିଖରେ ଅବସର ନେବାକୁ ପଡିଥିଲା। ହେଲେ, ଏବେ ୭୫ ପ୍ରତିଶତ ଆଉ ୨ ବର୍ଷ ପାଇଁ ଦେଶର ସେବା କରିବାର ସୁଯୋଗ ପାଇବେ।

    ସିଡିଏସ୍  ରାଜା ସୁବ୍ରମଣୀଙ୍କ ବଡ଼ ବୟାନ୍: ଏନେଇ ସିଡିଏସ୍ ରାଜା ସୁବ୍ରମଣୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଆଜି ଭାରତୀୟ ପ୍ରତିରକ୍ଷା ବାହିନୀ ଏବଂ ଆମର ଅଗ୍ନିବୀରମାନଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ। ଅଗ୍ନିପଥ ଯୋଜନା ୧୪ ଜୁନ୍ ୨୦୨୨ ରେ ଆରମ୍ଭ ହୋଇଥିଲା। ସେହି ସମୟରେ ମଧ୍ୟ, ଏହା ନିଷ୍ପତ୍ତି ନିଆଯାଇଥିଲା ଯେ ଆମେ ଅଗ୍ନିବୀରମାନଙ୍କର ନିରନ୍ତର କାର୍ଯ୍ୟଦକ୍ଷତା ଉପରେ ନଜର ରଖିବୁ। ଏହି ୪ ବର୍ଷ ମଧ୍ୟରେ, ସେମାନଙ୍କ କାର୍ଯ୍ୟରେ ଆମେ ଅନେକ କିଛି ସକରାତ୍ମକ ପରିବର୍ତ୍ତନ ଦେଖିଛୁ।

     

    Add Zee News as a Preferred Source
    TAGS:
    Odia News