Odisha Police Job: ପୋଲିସ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର ଆସିଛି । ୭୨୬୮ ପଦବୀ ପୂରଣ ପାଇଁ ବାହାରିଛି ବିଜ୍ଞପ୍ତି । କମ୍ବାଇନ୍ଡ ୟୁନିଫର୍ମଡ୍ ସର୍ଭିସେସ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୭୨୬୮ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି OUSSSC । ଅଣ୍ଡର ଗ୍ରାଜୁଏଟ୍ ସ୍ତରର ପଦବୀକୁ ନେଇ ପରୀକ୍ଷା ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । କନଷ୍ଟେବଲ୍ (ସିଭିଲ୍), କନଷ୍ଟେବଲ୍ (କମ୍ୟୁନିକେସନ) ପଦବୀ, କନଷ୍ଟେବଲ୍ (OISF), ଅଗ୍ନିଯୋଦ୍ଧା, ଅଗ୍ନିଶମ ଡ୍ରାଇଭର, ଟ୍ରାଫିକ୍ କନଷ୍ଟେବଲ୍ ଓ ଡ୍ରାଇଭର PMT ପଦବୀ ପାଇଁ ହେବ ପରୀକ୍ଷା । ପ୍ରଥମ ଥର ସମସ୍ତ ପଦବୀ ପାଇଁ ଗୋଟିଏ ପରୀକ୍ଷା ଦେବେ ଆଶାୟୀ ।
ଆପଣଙ୍କୁ କହିରଖୁଛୁ ଯେ, ଆଜି, ୨୩ ଅକ୍ଟୋବର ୨୦୨୬ ଠାରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅନଲାଇନ୍ ପଞ୍ଜୀକରଣ ଓ ଆବେଦନ ଆରମ୍ଭ ଆଜି ୨୩ ଅକ୍ଟୋବର ୨୦୨୬ଠାରୁ ହୋଇଥିବା ସମୟରେ ଅନଲାଇନ୍ ଆବେଦନର ଶେଷ ତାରିଖ ୧୨ ନଭେମ୍ବର ୨୦୨୬ ରହିଛି । ଆବେଦନ ଫିସ୍ ଦାଖଲର ଶେଷ ତାରିଖ ୧୩ ନଭେମ୍ବର ୨୦୨୬ ରାତି ୧୦ଟା ପର୍ଯ୍ୟନ୍ତ ରହିଛି ।
ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ନିମ୍ନଲିଖିତ ୭ଟି ଭିନ୍ନ ଭିନ୍ନ ପଦବୀରେ ନିଯୁକ୍ତି ଦିଆଯିବ । ସେମଧ୍ୟରେ ରହିଛି, କନଷ୍ଟେବଳ (ସିଭିଲ୍), କନଷ୍ଟେବଳ (କମ୍ୟୁନିକେସନ୍), କନଷ୍ଟେବଳ (OISF), ଫାୟାରଫାଇଟର୍ (ଅଗ୍ନିଶମ କର୍ମଚାରୀ), ଫାୟାରଫାଇଟିଂ ଡ୍ରାଇଭର୍, ଡ୍ରାଇଭର୍ PMT ଏବଂ ଟ୍ରାଫିକ କନଷ୍ଟେବଳ ।
ବୟସ ସୀମା
ପ୍ରାର୍ଥୀମାନେ କେବଳ ଗୋଟିଏ ବର୍ଗରେ ବୟସ ସୀମା କୋହଳର ସୁବିଧା ପାଇପାରିବେ (ଯେଉଁଥିରେ ଅଧିକ ସୁବିଧା ମିଳୁଥିବ)। ନିୟମ ଅନୁଯାୟୀ ସର୍ବୋଚ୍ଚ ବୟସ ସୀମା ନିମ୍ନମତେ କୋହଳ କରାଯାଇଛି । SC, ST, SEBC ଏବଂ ସମସ୍ତ ବର୍ଗର ମହିଳା ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୫ ବର୍ଷ କୋହଳ କରାଯାଇଛି। ପୂର୍ବତନ ସୈନିକ (Ex-Servicemen) ପ୍ରତିରକ୍ଷା ବାହିନୀରେ ସେମାନଙ୍କ ସେବା ଅବଧି ସହିତ ସମାନ ବର୍ଷ କୋହଳ କରାଯିବ। ପୂର୍ବତନ ଅଗ୍ନିବୀର (Ex-Agniveers) ସମସ୍ତ ବର୍ଗର ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୩ ବର୍ଷ କୋହଳ। ପଦବୀଗୁଡ଼ିକର ସମ୍ପୂର୍ଣ୍ଣ ବିଭାଜନ, ଯୋଗ୍ୟତା, ଶାରୀରିକ ମାପ ଏବଂ ପରୀକ୍ଷା ପଦ୍ଧତି ବିଷୟରେ ବିସ୍ତୃତ ସୂଚନା ପାଇଁ କମିଶନଙ୍କ ଅଫିସିଆଲ୍ ୱେବସାଇଟ୍ odisha.gov.in ଭିଜିଟ୍ କରିପାରିବେ।