India Post Driver Recruitment 2026: ଆପଣ ଦଶମ ପାସ୍ କରିଛନ୍ତି କି? ଏକ ଭଲ ଦରମା ଥିବା ଚାକିରି ଖୋଜୁଛନ୍ତି କି? ଡ୍ରାଇଭିଂ ଜାଣିଛନ୍ତି କି? ତେବେ ଆପଣଙ୍କ ପାଇଁ ଏହି ଖବର ଅତ୍ୟନ୍ତ ଖୁସି ଆଣିପାରେ । କାରଣ ଡାକ ବିଭାଗରେ ଡ୍ରାଇଭର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି । ଇଣ୍ଡିଆ ପୋଷ୍ଟ ବିଭିନ୍ନ ରିଜନ୍ରେ ସିନିୟର ମ୍ୟାନେଜର ଅଫିସ, ମେଲ୍ ମୋଟର ସର୍ଭିସ ପାଇଁ ଷ୍ଟାଫ୍ କାର୍ ଡ୍ରାଇଭର ପଦବୀରେ ନିଯୁକ୍ତି ବାହାର କରିଛି।
ଏହି ପଦବୀରେ ନିଯୁକ୍ତି ଗ୍ରୁପ୍ ଲେଭଲ୍ 'ସି' (C) ଅଧୀନରେ କରାଯିବ। ଇଣ୍ଡିଆ ପୋଷ୍ଟ ପକ୍ଷରୁ ଷ୍ଟାଫ୍ କାର୍ ଡ୍ରାଇଭର ପଦବୀ ପାଇଁ ତାମିଲନାଡୁ ସର୍କଲ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଠାରେ ସମୁଦାୟ ୨୪ଟି ପଦବୀରେ ନିଯୁକ୍ତି ପାଇଁ ଆବେଦନ ପତ୍ର ଜାରି କରାଯାଇଛି। ଯୋଗ୍ୟ ପ୍ରାର୍ଥୀମାନେ ୩୦ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆସନ୍ତୁ ଇଣ୍ଡିଆ ପୋଷ୍ଟର ଷ୍ଟାଫ୍ କାର୍ ଡ୍ରାଇଭର ନିଯୁକ୍ତି ୨୦୨୬ ବିଷୟରେ ବିସ୍ତୃତ ଭାବରେ ଜାଣିବା।
କିଏ ଆବେଦନ କରିପାରିବେ?
ଇଣ୍ଡିଆ ପୋଷ୍ଟ ଦ୍ୱାରା ଜାରି କରାଯାଇଥିବା ଡ୍ରାଇଭର ପଦବୀ ପାଇଁ ସେହି ପ୍ରାର୍ଥୀମାନେ ଆବେଦନ କରିପାରିବେ, ଯେଉଁମାନଙ୍କ ପାଖରେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାସ୍ ସାର୍ଟିଫିକେଟ୍ ଥିବ। ଏହା ବ୍ୟତୀତ ପ୍ରାର୍ଥୀଙ୍କ ପାଖରେ ହାଲୁକା (Light) ଏବଂ ଭାରୀ (Heavy) ମୋଟର ଯାନର ବୈଧ ଡ୍ରାଇଭିଂ ଲାଇସେନ୍ସ ଥିବା ଜରୁରୀ। ଏହା ସହିତ ମୋଟର ମେକାନିଜିମ୍ ବିଷୟରେ ଜ୍ଞାନ ଥିବା ଆବଶ୍ୟକ। ଆପଣଙ୍କୁ କହିରଖୁଛୁ ଯେ, ହାଲୁକା କିମ୍ବା ଭାରୀ ମୋଟର ଯାନ ଚଲାଇବାର ଅତିକମରେ ୩ ବର୍ଷର ଅଭିଜ୍ଞତା ଥିବା ଜରୁରୀ। ଯେଉଁମାନେ ହୋମ୍ ଗାର୍ଡ କିମ୍ବା ସିଭିଲ୍ ଭଲଣ୍ଟିୟର୍ ପଦବୀରେ ୩ ବର୍ଷ ସେବା ପ୍ରଦାନ କରିଛନ୍ତି, ସେମାନେ ମଧ୍ୟ ଆବେଦନ କରିପାରିବେ।
ବୟସ ସୀମା
ସାଧାରଣ (General) ଏବଂ ଇଡବ୍ଲ୍ୟୁଏସ୍ (EWS) ପ୍ରାର୍ଥୀଙ୍କ ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ହେବା ଉଚିତ। ସର୍ବାଧିକ ୨୭ ବର୍ଷ ବୟସ୍କ ବ୍ୟକ୍ତି ଆବେଦନ କରିପାରିବେ। ଏସସି/ଏସଟି (SC/ST) ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ ୫ ବର୍ଷ ଏବଂ ଓବିସି (OBC) ପ୍ରାର୍ଥୀଙ୍କୁ ୩ ବର୍ଷର କୋହଳ ବ୍ୟବସ୍ଥା ରହିଛି। ସରକାରୀ ନିୟମ ଅନୁଯାୟୀ ପୂର୍ବତନ ସୈନିକ (Ex-Servicemen) ମାନଙ୍କୁ ମଧ୍ୟ ସର୍ବାଧିକ ବୟସ ସୀମାରେ ରିହାତି ମିଳିବ।
କିଭଳି ଆବେଦନ କରିବେ?
ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଆବେଦନ ପାଇଁ ଅଫ୍ଲାଇନ୍ ମାଧ୍ୟମ ଆପଣାଇବାକୁ ହେବ, କିନ୍ତୁ ଆବେଦନ ଫର୍ମର ଫର୍ମାଟ୍ ଇଣ୍ଡିଆ ପୋଷ୍ଟର ଅଫିସିଆଲ୍ ୱେବସାଇଟ୍ www.indiapost.gov.in ରୁ ଡାଉନଲୋଡ୍ କରିବାକୁ ହେବ। ୱେବସାଇଟ୍ରେ ଥିବା ଲେଟେଷ୍ଟ ନୋଟିଫିକେସନ୍ ଉପରେ କ୍ଲିକ୍ କରି ସେଠାରୁ ଫର୍ମର ଫର୍ମାଟ୍ ଡାଉନଲୋଡ୍ କରିନିଅନ୍ତୁ। ଏହାପରେ ଫର୍ମରେ ସମସ୍ତ ବିବରଣୀ ପୂରଣ କରନ୍ତୁ ଏବଂ ନିଜର ଦସ୍ତଖତ ମଧ୍ୟ କରନ୍ତୁ। ସେହି ଫର୍ମରେ ନିଜର ଏକ ପାସପୋର୍ଟ ସାଇଜ୍ ଫଟୋ ମଧ୍ୟ ଲଗାନ୍ତୁ। ଫର୍ମ ପୂରଣ କରିବା ପରେ 'Senior Manager, Mail Motor Service, No. 37, Greams Road, Chennai 600006' ଏହି ଠିକଣାରେ ଆବେଦନ ପତ୍ରକୁ ସ୍ପିଡ୍ ପୋଷ୍ଟ (Speed Post) ମାଧ୍ୟମରେ ପଠାଇ ଦିଅନ୍ତୁ।
ମନେ ରଖନ୍ତୁ ଯେ ଫର୍ମ ସହିତ ଜରୁରୀ ଦଲିଲ ଗୁଡ଼ିକର ଫଟୋକପି ମଧ୍ୟ ସଂଲଗ୍ନ କରିବାକୁ ହେବ। ଏହା ବ୍ୟତୀତ ଆବେଦନ ଫିସ୍ ପୈଠ କରିବାକୁ ମଧ୍ୟ ପଡ଼ିବ। ୧୦୦ ଟଙ୍କାର ଆବେଦନ ଫିସ୍କୁ ଇ-ପେମେଣ୍ଟ (e-Payment) ବିକଳ୍ପ ମାଧ୍ୟମରେ ଦେବାକୁ ହେବ। ୩୦ ନଭେମ୍ବର ସନ୍ଧ୍ୟା ୫ଟା କିମ୍ବା ତାହା ପୂର୍ବରୁ ଆବେଦନ ଫର୍ମ ଦାଖଲ କରିଦିଅନ୍ତୁ। ଅଧିକ ସୂଚନା କିମ୍ବା ଅନ୍ୟାନ୍ୟ ବିବରଣୀ ପାଇଁ ଆପଣ ଇଣ୍ଡିଆ ପୋଷ୍ଟର ଅଫିସିଆଲ୍ ୱେବସାଇଟ୍ www.indiapost.gov.in କୁ ଯାଇପାରିବେ।
ଇଣ୍ଡିଆ ପୋଷ୍ଟରେ ଷ୍ଟାଫ୍ କାର୍ ଡ୍ରାଇଭରଙ୍କ ଦରମା କେତେ ହେବ?
ଇଣ୍ଡିଆ ପୋଷ୍ଟର ଷ୍ଟାଫ୍ କାର୍ ଡ୍ରାଇଭର ନିଯୁକ୍ତିର ଅଫିସିଆଲ୍ ବିଜ୍ଞପ୍ତି ଅନୁଯାୟୀ, ଗ୍ରୁପ୍ ସି ଲେଭଲ୍ ଅଧୀନରେ ନିଯୁକ୍ତି କରାଯିବ ଏବଂ ତାମିଲନାଡୁ ସର୍କଲର ପେ-ମ୍ୟାଟ୍ରିକ୍ସ ଅନୁଯାୟୀ ୭ମ ବେତନ କମିଶନ (7th Pay Commission) ଆଧାରରେ ପ୍ରାର୍ଥୀମାନଙ୍କୁ ପ୍ରତିମାସରେ ୧୯,୯୦୦ ଟଙ୍କାରୁ ୬୩,୨୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ। ଏହା ବ୍ୟତୀତ ଲେଭଲ୍-୨ ପଦବୀ ପାଇଁ ମିଳୁଥିବା ଅନ୍ୟାନ୍ୟ ବେତନ ଭତ୍ତାର ଲାଭ ମଧ୍ୟ ମିଳିବ।
(Disclaimer: ଏହି ଲେଖାଟି ସୂଚନା ଆଧାରରେ ପ୍ରକାଶିତ। ଆପଣଙ୍କର କୌଣସି ଆପତ୍ତି ପାଇଁ ଜୀ ଓଡ଼ିଶା ନ୍ୟୁଜ୍ ଉତ୍ତରଦାୟୀ ରହିବ ନାହିଁ)